Mayurbhanj Collector and SP spark row
ବିବାଦରେ ମୟୂରଭଂଜ ଜିଲ୍ଲାପାଳ ଓ ଏସ୍ପି। ଗତକାଲି ବାରିପଦାରେ ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ‘ଆଦି ରନ୍’ ମାରାଥନ କାର୍ଯ୍ୟକ୍ରମi ଆୟୋଜିତ ହୋଇଥିଳା। ଏଥିରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ଏସ୍ପି ବି. ଗଙ୍ଗାଧର ଯୋଗଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା।ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି।
ସୋସିଆଲ ମିଡିଆ ଏକ୍ସ ଜରିଆରେ ଜଣେ ୟୁଜର ନବୀନଙ୍କ ଟି ସାର୍ଟ ପିନ୍ଧା ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଫଟୋ ପୋଷ୍ଟ କରିଥିଲେ। ଯାହାକୁ ରି ଟ୍ୱିଟ୍ କରି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ହାସ୍ୟାସ୍ପଦ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ଲେଖିଛନ୍ତି। ଅଫିସରଙ୍କ ଆଚରଣ ସ୍ତରରେ ଅଧଃପତନ ଏଭଳି ସ୍ତରରେ ପହଞ୍ଚିଲାଣି ବୋଲି ଲେଖିବା ସହ ସଂପୃକ୍ତ ଅଫିସରମାନେ ଜାଣିବା ଉଚିତ୍ ଯେ ସମୟ ସବୁବେଳେ ସମାନ ନଥାଏ ବୋଲି ଅପରାଜିତା କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/a_1694405619.jpg)