Advertisment

ଅତିରିକ୍ତ SP ତ୍ରିନାଥ ମିଶ୍ରଙ୍କ ଆଖିଖୋସା ସମ୍ପତ୍ତି; ଯୁଆଡ଼େ ଚାହିଁଲେ ବିଲ୍ଡିଂ, ବିଦେଶୀ କାର୍‌ ଓ ବାଇକ୍‌

ପୋଲିସ୍ କମ୍ୟୁନିକେସନ୍‌ର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ପାଖରୁ ମିଳିଛି କୋଟି କୋଟି ଟଙ୍କା ମୂଲ୍ୟର କାର୍, ବାଇକ୍ ଓ ଆଖିଖୋସା ସମ୍ପତ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ତ୍ରିନାଥଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍‌ କରିଛି।

ଅଦ୍ୟତନ ହୋଇଛି
Odisha Police Communication ASP Under Vigilance Scanner

Odisha Police Communication ASP Under Vigilance Scanner

Advertisment

ପୋଲିସ୍ କମ୍ୟୁନିକେସନ୍‌ର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ପାଖରୁ ମିଳିଛି କୋଟି କୋଟି ଟଙ୍କା ମୂଲ୍ୟର କାର୍, ବାଇକ୍ ଓ ଆଖିଖୋସା ସମ୍ପତ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ତ୍ରିନାଥଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍‌ କରିଛି। ଏପର୍ଯ୍ୟନ୍ତ ମିଳିଥିବା ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଛନ୍ତି। 

Advertisment

ଭିଜିଲାନ୍ସ ଟିମ୍ ତ୍ରିନାଥଙ୍କ କଟକ ତୁଳସୀପୁର ଅଫିସ୍, ସରକାରୀ ବାସଭବନ, ଭୁବନେଶ୍ୱର ରସୁଲଗଡ଼ ସ୍ଥିତ ମନୋରମା ଇଷ୍ଟେଟ୍‌ରେ ଥିବା ୩ BHK ଫ୍ଲାଟ୍, ନବରଙ୍ଗପୁର ଡାବୁଗାଁ ପୈତୃକ ଘର, ଯାଜପୁର ବଡ଼ଚଣାରେ ସମ୍ପର୍କୀୟଙ୍କ ଘର, ବଡ଼ଚଣାରେ ଥିବା ଶାନ୍ତିଲତା ଫାର୍ମ ହାଉସ୍, ଚଣ୍ଡିଖୋଲ ବଜାରରେ ଥିବା ଶାନ୍ତିଲତା ନର୍ସିଂ ହୋମ୍, ଶାନ୍ତିଲତା ଟ୍ରାନ୍ସପୋର୍ଟ ନାଁରେ ଥିବା ଦୁଇଟି ଅଫିସ୍‌ରେ ବି ଚଢ଼ାଉ ହୋଇଛି। ଏହାସହ ଜଗତସିଂହପୁର ବିରିଡ଼ିରେ ଥିବା ତ୍ରିନାଥ ମିଶ୍ରଙ୍କ ଡ୍ରାଇଭରଙ୍କ ଘରେ ବି ସର୍ଚ୍ଚ କରାଯାଇଛି।

ଚଣ୍ଡିଖୋଲରେ ଥିବା ଶାନ୍ତିଲତା କେୟାର ହସ୍ପିଟାଲ, ଔଷଧ ବ୍ୟବସାୟ ତ୍ରିନାଥଙ୍କ ପତ୍ନୀଙ୍କ ନାଁରେ ଥିବା ଜଣାପଡ଼ିଛି। ହସ୍ପିଟାଲରେ ଥିବା ଅତ୍ୟାଧୁନିକ ଯନ୍ତ୍ରପାତିର ମୂଲ୍ୟାୟନ ଚାଲୁ ରହିଛି। 

Advertisment

ତ୍ରିନାଥଙ୍କ ଆଖିଖୋସା ସମ୍ପତ୍ତି....

  • ଚଣ୍ଡିଖୋଲ ଓ ଧାନମଣ୍ଡଳରେ ଟ୍ରାନ୍ସପୋର୍ଟ ବ୍ୟବସାୟ- ଶାନ୍ତିଲତା ଟ୍ରାନ୍ସପୋର୍ଟ
  • କଟକ ମହାନଦୀ ବିହାରରେ ତ୍ରିନାଥଙ୍କ ୨ ପୁଅଙ୍କ ନାଁରେ ଔଷଧ ଉଦ୍ୟୋଗ
  • ଭୁବନେଶ୍ୱର ରସୁଲଗଡ଼ ମନୋରମା ଇଷ୍ଟେଟରେ 3BHK ଫ୍ଲାଟ୍‌
  • ଯାଜପୁର ଜିଲ୍ଲା ବଡ଼ଚଣାରେ ଫାର୍ମ ହାଉସ୍
  • ଭୁବନେଶ୍ୱର ଓ ଯାଜପୁରରେ ୩ଟି ପ୍ଲଟ୍‌, ନଗଦ ୩.୫ ଲକ୍ଷ ଟଙ୍କା ଠାବ
  • ଏତ୍‌ଦବ୍ୟତୀତ ତ୍ରିନାଥଙ୍କର ଅନେକ ଦାମୀ କାର୍ ଓ ବାଇକ୍ ମଧ୍ୟ ଠାବ ହୋଇଛି। ସେଥି ମଧ୍ୟରୁ ଏକ BMW କାର୍‌ ରହିଛି। ଯାହାର ଦାମ୍‌ ୧ କୋଟିରୁ ଅଧିକ ଟଙ୍କା ବୋଲି ଜଣାପଡ଼ିଛି।
Vigilance Raid Vigilance Scanner Additional SP Trinath Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ