Advertisment

ଅନୁଭବଙ୍କ ବିରୋଧରେ ଏତଲା ଦେଲେ ବର୍ଷା

କୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଭିଡିଓ କରୁଛନ୍ତି।

ଅଦ୍ୟତନ ହୋଇଛି
Anubhav Varsha Maritial Discord

Anubhav Varsha Maritial Discord

Advertisment

ସାଂସଦ ଅନୁଭବ ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ କମିବା ବଦଳରେ ବଢିଲା। କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ବିରୋଧରେ ବର୍ଷା ଏତଲା ଦେଇଛନ୍ତି।ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ଭାଇରାଲକୁ ନେଇ ଏତଲା ଦେଇଛନ୍ତି। ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ଭାଇରାଲକୁ ପ୍ରତିବାଦ କରି ବର୍ଷା ଏତଲାରେ ଦର୍ଶାଇଛନ୍ତି ଯେ, କୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଅନୁଭବ ଏଭଳି ଭିଡିଓ କରି ତାଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଅପମାନିତ କରିବା ଭଳି ଭିଡିଓ ଅପଲୋଡ କରୁଛନ୍ତି।

Advertisment

ସେ ଆହୁରି ଲେଖିଛନ୍ତି ଯେ ଭିଡିଓରେ ତାଙ୍କ ନାରୀତ୍ୱକୁ ଅପମାନିତ କରି ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଅନୁଭବ ତାଙ୍କ ବିରୋଧରେ ଆରୋପ ଲଗାଇ ଚରିତ୍ର ସଂହାର କରୁଥିବା ଏବଂ ମାନସିକ ଭାବେ ନିର୍ଯାତନା ଦିଆଯାଉଛି। ଖାଲି ସେତିକି ନୁହେଁ, ଦୁହିଁଙ୍କ ଶାରୀରିକ ସଂପର୍କକୁ ନେଇ ଅନୁଭବ ମିଥ୍ୟା ଅଭିଯୋଗ ଆଣିଛନ୍ତି।  

ସୋସିଆଲ ମିଡିଆରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ସାଂସଦ ଅନୁଭବଙ୍କ ଲଗାତର ଭିଡିଓ ଆଟାକ୍ କରିଥିଲେ। କେତେବେଳେ ନାଁ ନେଇ ତ ପୁଣି କେତେବେଳେ ନାଁ ନନେଇ। ଜୀବନସାଥୀ ବାଛିବାର ଭୁଲ୍ ମନ୍ତବ୍ୟର ଭିଡିଓ ପରେ ନିଜ ବୈବାହିକ ଜୀବନର ଝଡ଼ ସଂପର୍କରେ ମୁହଁ ଖୋଲିବା ସହ ଡିଭୋର୍ସ ଦେବାକୁ ଅପିଲ୍ କରିଥିଲେ। 

Advertisment

ପ୍ରକାଶଥାଉକି କଟକ ନିମ୍ନ ଅଦାଲତରେ ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦକୁ ନେଇ ଦୁଇଟି ମାମଲା ଏବେ ବିଚାରାଧୀନ ରହିଛି। ଅନୁଭବ ଦାୟର କରିଥିବା ବିବାହ ବିଚ୍ଛେଦ ମାମଲା କଟକ ପାରିବାରିକ ଅଦାଲତରେ ଚାଲିଥିଲା ବେଳେ, ଘରୋଇ ହିଂସା ଆଇନରେ ବର୍ଷାଙ୍କ ପକ୍ଷରୁ ଆଉ ଏକ ମାମଲା ଏସଡିଜେଏମ କୋର୍ଟରେ ବିଚାରାଧୀନ ଅଛି।

BJD Anubhav Mohanty MP Barsha Priyadarshini
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ