Advertisment

ସଂଗଠନ ଛାଡ଼ିଲେ ମାଓ ନେତ୍ରୀ ଶ୍ୱେତା

ଶ୍ୱେତା ନାଁରେ ଓଡ଼ିଶା ଓ ଆନ୍ଧ୍ରର ବିଭିନ୍ନ ଥାନାରେ ୪୬ରୁ ଅଧିକ ମାମଲା ରହିଛି। ତା' ନାଁରେ ୬ଟି ହତ୍ୟା, ୫ଟି ଗୁଳିକାଣ୍ଡ, ୨ଟି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ସରକାରୀ ଗାଡ଼ି ପୋଡ଼ି ଭଳି ସଂଗୀନ ମାମଲା ରହିଛି। ଶ୍ୱେତା ମୁଣ୍ଡରେ ୪ ଲକ୍ଷରୁ ପୁରସ୍କାର ଥିଲା।

ଅଦ୍ୟତନ ହୋଇଛି
ସଂଗଠନ ଛାଡ଼ିଲେ ମାଓ ନେତ୍ରୀ ଶ୍ୱେତା

ସଂଗଠନ ଛାଡ଼ିଲେ ମାଓ ନେତ୍ରୀ ଶ୍ୱେତା

Advertisment

ବିଶାଖାପାଟଣା: ଟପ୍ ମାଓ ନେତା ଆର.କେର ମୃତ୍ୟୁ ପରେ ସଂଗଠନ ଛାଡ଼ିଲେ ମାଓ ନେତ୍ରୀ ଶ୍ୱେତା। ମାଓବାଦୀଙ୍କ ଆନ୍ଧ୍ର ଓଡ଼ିଶା ପେଦାବାୟାଲୁ ଏରିଆ କମିଟି ଟପ୍ ମାଓନେତ୍ରୀ କେ. କୁମାରୀ ଓରଫ ଶ୍ୱେତା ଆତ୍ମସମର୍ପଣ କରିଛି। ବିଶାଖାପାଟଣା ପୋଲିସ ନିକଟରେ ସେ ଆତ୍ମସମର୍ପଣ କରିଛି। ୨୦୦୯ରେ ଶ୍ୱେତା ମାଓ ସଂଗଠନରେ ସାମିଲ ହୋଇଥିଲା। ପ୍ରଶିକ୍ଷଣ ପରେ ୨୦୧୫ରୁ ସେ ପେଦାବାୟାଲୁ ଏରିଆ କମିଟିର ଟପ୍ ନେତ୍ରୀ ଥିଲା।

Advertisment

ଶ୍ୱେତା ନାଁରେ ଓଡ଼ିଶା ଓ ଆନ୍ଧ୍ରର ବିଭିନ୍ନ ଥାନାରେ ୪୬ରୁ ଅଧିକ ମାମଲା ରହିଛି। ତା' ନାଁରେ ୬ଟି ହତ୍ୟା, ୫ଟି ଗୁଳିକାଣ୍ଡ, ୨ଟି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ସରକାରୀ ଗାଡ଼ି ପୋଡ଼ି ଭଳି ସଂଗୀନ ମାମଲା ରହିଛି। ଶ୍ୱେତା ମୁଣ୍ଡରେ ୪ ଲକ୍ଷରୁ ପୁରସ୍କାର ଥିଲା। ଆର.କେର ମୃତ୍ୟୁ ପରେ ସଂଗଠନରେ ଗୋଷ୍ଠୀ କନ୍ଦଳ ଓ ନିର୍ଯାତନା ଦିଆଯାଉଥିବାରୁ ଦେଖାଦେବାରୁ ସେ ଆତ୍ମସମର୍ପଣ କରିଥିବା ଶ୍ୱେତା କହିଛି।

ଆକେ କିଏ?  

ଗତକାଲି ଟପ୍ ମାଓନେତା ରାମକ୍ରିଷ୍ଣା ଓରଫ ଆରକେର ମୃତ୍ୟୁ ହୋଇଥିଲା। କିଡନୀ ସମସ୍ୟା ଯୋଗୁଁ ବହୁ ଦିନ ହେଲା ଆରକେ ଅସୁସ୍ଥ ଥିଲେ। ତାଙ୍କର ଡାଏଲିଲିସ୍ କରାଯାଇଥିଲା। ଅନ୍ୟ ସ୍ୱାସ୍ଥ୍ୟସମସ୍ୟା ବି ଥିଲା। ଚିକିତ୍ସା ସତ୍ତ୍ୱେ ଗତକାଲି ତାଙ୍କର ମୃତ୍ୟୁ ହୋଇତିଲା। ସେଣ୍ଟ୍ରାଲ କମିଟି ତରଫରୁ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା କୁହାଯାଇଥିଲା।

Advertisment

ଆରକେ ୧୯୫୮ରେ ଆନ୍ଧ୍ରର ଗୁଣ୍ଟୁରରେ ଜନ୍ମ ହୋଇଥିଲେ। ୧୯୭୮ ଆଡ଼କୁ ସେ ନକ୍ସଲ ଆନ୍ଦୋଳନ ପ୍ରତି ଆକର୍ଷିତ ହୋଇ ଲାଲବାହିନୀରେ ଯୋଗ ଦେଇଥିଲେ।  ୧୯୮୨ରେ ସେ ପୂର୍ଣ୍ଣ ସଦସ୍ୟ ଭାବେ ଏଥିରେ ଯୋଗ ଦେଇଥିଲେ। କିଛି ବର୍ଷ ଭିତରେ ସେ ମାଓବାଦୀଙ୍କ ସେଣ୍ଟ୍ରାଲ କମିଟି ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ।  ତାଙ୍କ ନାଁରେ ୨ ଶହରୁ ଅଧିକ ମାମଲା ଅଛି ଏବଂ ପ୍ରଶାସନ ପକ୍ଷରୁ ତାଙ୍କ ନାଁରେ ଦେଢ଼ କୋଟି ଟଙ୍କାର ପୁରସ୍କାର ଥିଲା।

Andhra-Odisha Mao Leader Surrender
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ