Advertisment

ଦିନେ ବନ୍ଧୁକ ଧରି ମୁଣ୍ଡ ଗଡ଼ାଉଥିଲେ, ଆଜି ଜଳଖିଆ ଦୋକାନ କରି ଲୋକଙ୍କୁ ଖୁଆଉଛନ୍ତି

ଦିନେ ଜଙ୍ଗଲ ଭିତରେ ଲାଲ ଝଣ୍ଡା ଧରି ସରକାରଙ୍କ ବିରୋଧରେ ସ୍ୱର ଉଠାଉଥିଲେ । ଘଞ୍ଚ ଜଙ୍ଗଲରେ ବୁଲି ଶହଶହ ଲୋକଙ୍କ ମୁଣ୍ଡ ବି ଗଡାଉଥିଲେ, ହେଲେ ଅମର-ଆରତୀଙ୍କ ବଦଳି ଯାଇଛି ଜୀବନ ଶୈଳୀ । ଯେଉଁ ହାତରେ ବନ୍ଧୁକ ଧରୁଥିଲେ, ସେଇ ହାତରେ ଛାଣୁଛନ୍ତି ବରା-ପିଆଜି। ୟାଙ୍କ ଜଳିଖିଆ ଦୋକାନ ସାମ୍ନାରେ ଲୋକଙ୍କର ଲାଗୁଛି ଲମ୍ବା ଲାଇନ୍‌ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Maoist Food Shop

Maoist Food Shop

ଦିନେ ଏମାନେ ଥିଲେ ଲାଲଗଡରେ ହାଡକୋଡ ମାଓବାଦୀ ଦମ୍ପତି, ହାତରେ ଗୁଳିବାରୁଦ ଧରି ଲାଲସଲାମ କରି ସରକାର ବିରୁଧରେ ସ୍ୱର ଉଠାଉଥିଲେ । ଏମାନଙ୍କୁ ଦେଖିଲେ ଭୟରେ ଥରୁଥିଲେ ଲୋକେ । ହେଲେ ସମୟ ବଦଳିଛି ଏବଂ ପରିସ୍ଥିତି ମଧ୍ୟ ବଦଳିଛି। ଯେଉଁ ହାତରେ ଏମାନେ ବନ୍ଧୁକ ଉଠାଉଥିଲେ ସେଇ ହାତରେ ଏବେ ଜଳିଖିଆ ଦୋକାନ କରିଛନ୍ତି। ଯାହାଙ୍କୁ ଦେଖିଲେ ଲୋକମାନେ ଡରୁଥିଲେ ଆଜି ତାଙ୍କ ହାତର ତିଆରି ସୁସ୍ୱାଦୁ ଜଳଖିଆ ଖାଇବାକୁ ଲୋକଙ୍କ ଜମୁଛି ଭିଡ ।

Advertisment

ପାହାଡିଆ ଜଙ୍ଗଲ ଭିତରେ ସୁନ୍ଦର ଆଜବେଷ୍ଟର ଛାଉଣି ଘର, ଆଉ ତାହାରି ଭିତରେ ଛୋଟ ଜଳଖିଆ ଦୋକାନ ହୋଇଛି । ଲୋକଙ୍କ ଭିଡ ଭିତରେ କିଏ ବରା ସିଙ୍ଗଡା ମାଗୁଛି ତ, କିଏ ଗୁପଚୁପ ସହ ଖଟା ପାଣି ମାଗି ପିଉଛି । ଆଉ କିଏ ଜଳଖିଆକୁ ପାର୍ସଲ କରି ନେଉଛି । ଗ୍ରାହକଙ୍କୁ ହସଖୁସିରେ ସୁନ୍ଦର ବ୍ୟବହାର ଦେଇ ବେପାର କରୁଛନ୍ତି ଜଳଖିଆ ଦୋକାନର ଦୁଇ ଦମ୍ପତି ।

ସମ୍ବଲପୁର ଜିଲ୍ଲା ଯୁଯୁମୁରା ଟାମ୍ପରସିହା ଗାଁର ଅମର ମିର୍ଦ୍ଦା ତାଙ୍କ ପତ୍ନୀ ଆରତୀ ମିର୍ଦ୍ଦା । ଦିନେ ଏମାନଙ୍କ ପରିଚୟ ଥିଲା ମାଓବାଦୀ, ସମାଜର ବିପ୍ଲବ ପାଇଁ ମାଓ ଚିନ୍ତାଧାରା ନେଇ ଲାଲଗଡରେ ସାମିଲ ହୋଇଥିଲେ । ଯେଉଁ ହାତରେ ବନ୍ଧୁକ ଗୁଳି ଧରି ଲାଲବାହିନୀରେ ରାଜୁତି କରୁଥିଲେ ସମୟ ସୁଅରେ ଏବେ ସେହି ହାତରେ ଜାଲିଚଟୁ ଧରି ଛାଣୁଛନ୍ତି ଭଳିକି ଭଳି ସୁଆଦିଆ ଜଳଖିଆ । ଆଉ ସରକାରୀ ସାହାଯ୍ୟ ମିଳିଲେ ଆହୁରି ଅଧିକ ଖାଦ୍ୟ ତିଆରି କରିବେ ବୋଲି କହିଛନ୍ତି ଆରତୀ ।

Advertisment

ଅମର ଆଉ ଆରତୀ ୨୦୦୨ ମସିହାରେ ମାଓ ସଂଗଠନରେ ସାମିଲ ହୋଇ ଜଙ୍ଗଲରେ ରାଜ କରୁଥିଲେ। ଅନେକ ହିଂସାରେ ବି ସାମିଲ ଥିଲେ। ହେଲେ ୨୦୧୨ରେ ନିଜକୁ ଆତ୍ମସମର୍ପଣ କରାଇଲେ। ପରେ ୨୦୧୫ରେ ସମ୍ବଲପୁର ଜେଲରୁ ଉଭବୟ ମୁକ୍ତି ପାଇଥିଲେ। ଆଉ ଧୀରେ ଧୀରେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ। ତେବେ ବର୍ତ୍ତମାନ ସରକାର କରିଥିବା ଯୋଜନାରେ ଯଦି ସେମାନଙ୍କୁ କିଛି ସାହାଯ୍ୟ ମିଳିନଥିବ ତେବେ ତୁରନ୍ତ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ରେଢାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା କହିଛନ୍ତି ।

Special Story Maoist Food Shop
Advertisment
Advertisment