Advertisment

୨୧ରୁ ଖସି ୧୦ରେ ପହଞ୍ଚିଛି ମାଓପ୍ରବଣ ଜିଲ୍ଲା ସଂଖ୍ୟା

ପୋଲିସ ପଦକ୍ଷେପ ପାଇଁ ପ୍ରାୟ ୫୮ ମାଓବାଦୀ ନିହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Maoist Area

Maoist Area

Advertisment

ମାଓପ୍ରବଣ ଜିଲ୍ଲା ସଂଖ୍ୟା ୨୧ରୁ ଖସି ଏବେ ୧୦ରେ ପହଞ୍ଚିଛି। ବଜେଟ୍‌ ଅଧିବେଶନ ଅଭିଭାଷଣରେ ଏହା କହିଛନ୍ତି ରାଜ୍ୟପାଳ ଗଣେଣୀ ଲାଲ। ସେ କହିଛନ୍ତି ଯେ ୨୦୨୧ରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ। ରାଜ୍ୟରେ ବାମପନ୍ଥୀ ଉଗ୍ରବାଦକୁ ଦୃଢ଼ତାର ସହ ଦମନ କରାଯାଇଛି। ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୧ରୁ ଖସି ୧୦ରେ ପହଞ୍ଚିଥିବା ସେ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି ଯେ ପୋଲିସ ପଦକ୍ଷେପ ପାଇଁ ପ୍ରାୟ ୫୮ ମାଓବାଦୀ ନିହତ ହୋଇଛନ୍ତି। ୧୯୪ ମାଓବାଦୀଙ୍କୁ ଗିରଫ କରାଯାଇଛି, ୧୦୮ ଜଣ ଆତ୍ମସମର୍ପଣ କରିଛନ୍ତି। ୨୦୨୧ରେ ୨୬୭ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ୧୫୧ ଅନୈତିକ, ଅପାରଗ, ଅସାଧୁ କର୍ମଚାରୀଙ୍କୁ ବିଦା କରାଯାଇଥିବା ରାଜ୍ୟପାଳ କହିଛନ୍ତି। 

Odisha Assembly Budget Session Maoist Area
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ