Advertisment

କୋହିନୂରର ମାଲିକ କିଏ: ଭାରତ ନା ବ୍ରିଟିଶ୍ ?

ଏବେ ସମୟ ଆସିଛି କୋହିନୂରକୁ ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ ହେଉ ବୋଲି କୁହାଯାଇଛି।

ଅଦ୍ୟତନ ହୋଇଛି
Kohinoor Diamond

Many Indians Are Demanding the Return of the Kohinoor Diamond

Advertisment

କୋହିନୂର କାହାର? ବ୍ରିଟିଶରଙ୍କ ନାଁ ଭାରତୀୟଙ୍କ ? ଏଭଳି ପ୍ରଶ୍ନ ପୁଣି ଥରେ ଉଠିଛି। ରାଣୀ ଏଲିଜାବେଥ୍‌ଙ୍କ ମୃତ୍ୟୁ ପରେ କୋହିନୂରଙ୍କୁ ଫେରାଇ ଆଣିବାକୁ ଦାବି ହୋଇଛି। ହେଲେ ଏହି ଦାବି ଭିତରେ ଏବେ କୋହିନୂର ମହାପ୍ରଭୁଙ୍କ ବୋଲି ପୁଣି ଦାବି ତେଜିଛି। ଶିଖ୍ ରାଜା ରଞ୍ଜୀତ ସିଂହ ପୁରୀ ଗସ୍ତ ବେଳେ କୋହିନୂରଙ୍କୁ ମହାପ୍ରଭୁଙ୍କୁ ଦାନ କରିବେ ବୋଲି ଘୋଷଣା କରିଥିଲେ।

Advertisment

କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ମୃତ୍ୟୁ ଯୋଗୁଁ ଏହା ହୋଇପାରିନଥିଲା। ଏହାପରେ କୋହିନୁର ବ୍ରିଟିଶରଙ୍କ ପାଖକୁ ଚାଲି ଯାଇଥିଲା। କୋହିନୂର ମହାପ୍ରଭୁଙ୍କ ବୋଲି ଅନେକ ତଥ୍ୟ ପ୍ରମାଣ ରହିଛି ବୋଲି ଐତିହ୍ୟ ବିଷାରଦ ସୁରେନ୍ଦ୍ର ମିଶ୍ର କହିଛନ୍ତି। ଏବେ ସମୟ ଆସିଛି କୋହିନୂରକୁ ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ ହେଉ ବୋଲି କହିଛନ୍ତି।

ଗତ ୮ ତାରିଖରେ ବ୍ରିଟେନ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ ଘଟିଥିଲା। ତାଙ୍କ ସ୍ବାସ୍ଥ୍ୟବସ୍ଥା ଅତି ଗୁରତର ଥିବା ଅବସ୍ଥାରେ ୯୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ୯୬ ବର୍ଷିୟା ଏଲିଜାବେଥ୍ ବାର୍ଦ୍ଧକ୍ୟଜନିତ ଅସୁୂସ୍ଥତା କାରଣରୁ ରାଜଧାନୀ ଲଣ୍ଡନ ଛାଡ଼ି ସେ ସ୍କଟଲ୍ୟାଣ୍ଡରେ ରହୁଥିଲେ। ତାଙ୍କ ବିୟୋଗରେ ବ୍ରିଟେନ୍ ୧୦ ଦିନ ବ୍ୟାପୀ ଶୋକ ପାଳନ କରୁଛି। ରବିବାର ଭାରତରେ ଦିନିକିଆ ଶୋକ ପାଳନ କରାଯାଉଛି। 

Advertisment

ରିପୋର୍ଟ: ମଧୁସୂଧନ ମିଶ୍ର,ପୁରୀ

Lord Jagannath Queen Elizabeth II Kohinoor Diamond
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ