Advertisment

ଖୋଲୁନି ମଣ୍ଡି; ଶାଗ ମାଛ ଦରରେ ବିକ୍ରି ହେଉଛି ବର୍ଷଯାକର ପରିଶ୍ରମ

ବାଲେଶ୍ୱର ଜିଲ୍ଲାର ସୋର, ସିମୁଳିଆ, ଖଇରା, ବାହାନଗା ଓ ଔପଦା ଅଞ୍ଚଳର ଚାଷୀମାନେ ଏବେ ଧାନ ବିକ୍ରିକୁ ନେଇ ଚିନ୍ତାରେ । କିଛି ଦିନ ପୂର୍ବରୁ ଧାନରେ ରୋଗ ପୋକ ଲାଗି ନଷ୍ଟ ହୋଇଥିଲା । ଆଉ ଯାହା ବାକି ରହିଥିଲା ତା’କୁ ଅମଳ ପରେ ଉଚିତ୍‌ ଦାମ୍‌ରେ ବିକ୍ରି କରିବାକୁ ଚାଷୀ ଆସାବାନ୍ଧି ରଖିଥିଲା ।

ଅଦ୍ୟତନ ହୋଇଛି
Mandi issue haunts farmers in Balasore

Mandi issue haunts farmers in Balasore

Advertisment

ଧାନ ଅମଳ ପରେ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ । ମଣ୍ଡି ଖୋଲୁନଥିବାରୁ ଶାଗ ମାଛ ଦରରେ ବିକ୍ରି ହେଉଛି ବର୍ଷ ଯାକର ପରିଶ୍ରମ l  ବାହାର ରାଜ୍ୟର ବେପାରୀ କମ ଦାମରେ ଧାନ କିଣି ହେଉଛନ୍ତି ମାଲେମାଲ l ଏପରି ଅଭିଯୋଗ ଆଜି କି କାଲିର ନୁହେଁ ଦିର୍ଘ ବର୍ଷ ଧରି ଚାଷୀମାନେ ଅଭିଯୋଗ କରିଆସୁଥିଲେ ହେଁ ଯେପରି ହୋଇପାରୁନାହିଁ କୌଣସି ସମାଧାନ । 

Advertisment

ବାଲେଶ୍ୱର ଜିଲ୍ଲାର ସୋର, ସିମୁଳିଆ, ଖଇରା, ବାହାନଗା ଓ ଔପଦା ଅଞ୍ଚଳର ଚାଷୀମାନେ ଏବେ ଧାନ ବିକ୍ରିକୁ ନେଇ ଚିନ୍ତାରେ । କିଛି ଦିନ ପୂର୍ବରୁ ଧାନରେ ରୋଗ ପୋକ ଲାଗି ନଷ୍ଟ ହୋଇଥିଲା । ଆଉ ଯାହା ବାକି ରହିଥିଲା ତା’କୁ ଅମଳ ପରେ ଉଚିତ୍‌ ଦାମ୍‌ରେ ବିକ୍ରି କରିବାକୁ ଚାଷୀ ଆସାବାନ୍ଧି ରଖିଥିଲା । ହେଲେ ମଣ୍ଡି ଖୋଲୁନଥିବାରୁ ଶାଗ ମାଛ ଦରରେ ବିକ୍ରି ହେଉଛି ଚାଷୀର ବର୍ଷଯାକର ପରିଶ୍ରମ l  

ସରକାରୀ ଧାନର ଧାର୍ଯ୍ୟ ମୂଲ୍ୟ ଏଥର କୁଇଣ୍ଟାଲ ପିଛା ୨୧୩୮ ଟଙ୍କା ରହିଛି l କିନ୍ତୁ ପଶ୍ଚିମବଙ୍ଗ ଓ ଆନ୍ଧ୍ରର ବେପାରୀ ଧାନ ବିଲରୁ ୧୩୦୦ରୁ ୧୪୦୦ ଟଙ୍କା ଦେଇ କିଣି ନେଉଛନ୍ତି । ଯାହାଦ୍ୱାରା ଚାଷୀମାନେ ଅନେକ କ୍ଷତି ସହୁଛନ୍ତି  l ସେପଟେ ରୋଗ ପୋକ ଯୋଗୁ ଆଶା ଠାରୁ କମ ଅମଳ ହୋଇଥିବାବେଳେ ଉଚିତ୍‌ ମୂଲ୍ୟରେ ଧାନ ବିକ୍ରି ନହେବାକୁ ନେଇ ଚିନ୍ତାରେ ରହିଛନ୍ତି ଚାଷୀ । ତେବେ ଆମେ ଏ ସମ୍ପର୍କରେ ସେବା ସମବାୟ ସମିତିର ଜଣେ ସମ୍ପାଦକଙ୍କୁ ପଚାରିବାରୁ ମଣ୍ଡି ଖୋଲିବାକୁ ସରକାରଙ୍କ ତରଫରୁ କୌଣସି ନିର୍ଦ୍ଦେଶ ନଥିବା ସେ କହିଛନ୍ତି  l 

Advertisment

ଦଲାଲଙ୍କ ଦ୍ୱାରା ଚାଷୀ ଶୋଷଣର ଶିକାର ହେଉଛି । ଯଦି ଚାଷୀଙ୍କ ପାଇଁ ଶୀଘ୍ର ମଣ୍ଡି ଖୋଲନ୍ତା । ତେବେ ଚାଷୀ ଅଳ୍ପ ଟଙ୍କାରେ ବାହାର ରାଜ୍ୟର ବେପାରୀଙ୍କୁ ଧାନ ନଦେଇ ମଣ୍ଡିରୁ ଦୁଇ ପଇସା ଲାଭ ପାଇରନ୍ତେ । 

Farmers Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ