Advertisment

ହାତ ଧରାଧରି ହୋଇ ପାଣି ସୁଅରେ ଭାସିଗଲେ ବାପ-ପୁଅ

ଆଜି ଅପରାହ୍ନ ସମୟରେ ବରୀ ବ୍ଲକ ବାଲିଆ ପଞ୍ଚାୟତ ଗଙ୍ଗାଧରପୁର ଗାଁର କୁଶ ସିଂ ଗାଈକୁ ନେଇ ଘରୁ ବାହାରି ଯାଇଥିଲେ। କିନ୍ତୁ ମାଟିଆପଦା ନିକଟରେ ଦୁଇ ଦୁଇଟା ବଡ଼ ଘାଇ ହୋଇଥିଲା। ଘାଇ ହୋଇଥିବାରୁ ରାସ୍ତା ପଟେ ପାଣି ଯାଉଥିଲା। ସେହି ରାସ୍ତାରେ ଯିବାବେଳେ କୁଶ ସିଂ ଭାସି ଯାଇଥିଲେ।

Man, Son Swept Away By Flood Water In Jajpur

Man, Son Swept Away By Flood Water In Jajpur

Advertisment

ଯାଜପୁର: ହାତ ଧରାଧରି ହୋଇ ପାଣି ସୁଅରେ ଭାସିଗଲେ ବାପ-ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ବରୀ ବ୍ଲକ ବାଲିଆ ସ୍ୱାଇଁଖଣ୍ଡ ନିକଟରେ। ଭାସି ଯାଇଥିବା ବାପପୁଅ ଗଙ୍ଗାଧରପୁରର କୁଶ ସିଂ ଓ କୈଳାସ ସିଂ। ନିଜ ଗାଈକୁ ଧରି ଫେରୁଥିବା ବେଳେ ବର୍ଷାପାଣିରେ ଭାସିଗଲେ। ନିଖୋଜ ବାପପୁଅଙ୍କୁ ଖୋଜାଖୋଜି କରିବା ପାଇଁ ପହଞ୍ଚିଛି ଅଗ୍ନିଶମ ବାହିନୀ।

Advertisment

ସୂଚନା ଅନୁସାରେ ଆଜି ଅପରାହ୍ନ ସମୟରେ ବରୀ ବ୍ଲକ ବାଲିଆ ପଞ୍ଚାୟତ ଗଙ୍ଗାଧରପୁର ଗାଁର କୁଶ ସିଂ ଗାଈକୁ ନେଇ ଘରୁ ବାହାରି ଯାଇଥିଲେ। କିନ୍ତୁ ମାଟିଆପଦା ନିକଟରେ ଦୁଇ ଦୁଇଟା ବଡ଼ ଘାଇ ହୋଇଥିଲା। ଘାଇ ହୋଇଥିବାରୁ ରାସ୍ତା ପଟେ ପାଣି ଯାଉଥିଲା। ସେହି ରାସ୍ତାରେ ଯିବାବେଳେ କୁଶ ସିଂ ଭାସି ଯାଇଥିଲେ।

ସେପଟେ ଘରେ ପାଣି ପଶିଯାଇଥିବାରୁ ପୁଅ ଛାତ ଉପରେ ଥିଲେ। ବାପା ଭାସି ଯାଉଥିବାର ସେ ଦେଖିବାକୁ ପାଇଥିଲେ। ସେ ମାକୁ କହି ନିଜେ ବାପାଙ୍କୁ ଉଦ୍ଧାର କରିବା ପାଇଁ ଦୌଡି ଯାଇଥିଲେ। ଗଭୀର ପାଣି ଭିତରକୁ ଚାଲିଯିବା ପରେ ସେ ମଧ୍ୟ ଭାସିଯାଇଥିଲେ। ଖବର ପାଇଁ ବରୀ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ. ବହୁ ଖୋଜାଖୋଜି ପରେ ସେମାନେ ବାପ ପୁଅଙ୍କ ପତ୍ତା ମିଳିପାରି ନାହିଁ।

Advertisment

ଗତ ତିନି ଦିନ ଧରି ହୋଇଥିବା ଲଗାଣ ବର୍ଷାରେ ବେହାଲ ହୋଇଛି ଯାଜପୁର ଜିଲ୍ଲା। ବରୀ ବ୍ଲକ ମାଟିଆପଡ଼ା ନିକଟରେ ବ୍ରାହ୍ମଣୀ ନଦୀରେ ୨ଟି ଘାଇ ସୃଷ୍ଟି ହୋଇଛି। ଏଥିଯୋଗୁ ସାହୁପଡା ଓ ଧାରପୁର ପଞ୍ଚାୟତର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ଶହ ଶହ ହେକ୍ଟର ଚାଷଜମିରେ ପାଣି ଜମି ରହିଛି। ଘାଇ ହେବା ଯୋଗୁ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି। ମଙ୍ଗଳବାର ରସୁଲପୁର ବ୍ଲକର ବନ୍ଧଡିହ ପଞ୍ଚାୟତ କନ୍ଦିଆଠାରେ ଥିବା ଘେରିବନ୍ଧରେ ଘାଇ ଯୋଗୁ ଶହେରୁ ଅଧିକ ପରିବାର ପ୍ରଭାବିତ ହୋଇଛନ୍ତି।

Odisha Flood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ