Advertisment

ମ୍ୟାରେଜ୍ ବେଳକୁ ପ୍ରେମିକା ହୋଇଗଲା ପୁଅ

ଉଭୟ ପ୍ରେମୀ ଚଣ୍ଡିଖୋଲ ନିକଟରେ ଭେଟ ହୋଇ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ, କିନ୍ତୁ ଘଟଣା ବେଳକୁ...

Facebook Love story

Facebook Love story

Advertisment

ଫେସବୁକରେ ହେଲା ପ୍ରେମ, ୧୫ ଦିନର କଥାବାର୍ତ୍ତାରେ ଗଢିଉଠିଲା ସଂପର୍କ। କଥା ଏତେ ଦୂର ଗଲା ଯେ ଦୁହଁ ନିଜକୁ ଜୀବନ ସାଥୀ କରିବା ପାଇଁ ନେଇଥିଲେ ନିଷ୍ପତ୍ତି। ତେବେ ସବୁ ଫସର ଫାଟିଗଲା ଯେତେବେଳେ ଜଣା ପଡିଲା ପ୍ରେମିକା ଜଣକ ଝିଅ ନୁହେଁ ବରଂ ପୁଅ। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା କସିଆ ଅଞ୍ଚଳର ଏହି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Advertisment

ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ପ୍ରେମିକ ଆଲୋକ କୁମାର ମିସ୍ତ୍ରୀ କେନ୍ଦ୍ରାପଡ଼ା ଜମ୍ବୁ ରାମନଗର ଅଞ୍ଚଳର ଜଣେ ଯୁବତୀଙ୍କୁ ସହ ଫେସବୁକରେ ବନ୍ଧୁତା ହୋଇଥିଲା। କିଛି ଦିନ ଚାଟିଂ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟେ ବିବାହ କରିବେ ବୋଲି ନିଷ୍ପତି ନେଇଥିଲେ, ଆଉ ପ୍ରେମିକ ପଶ୍ଚିମବଙ୍ଗରୁ ଓଡିଶା ଆସିଥିଲା।

ଉଭୟ ପ୍ରେମୀ ଚଣ୍ଡିଖୋଲ ନିକଟରେ ଭେଟ ହୋଇ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଚଣ୍ଡିଖୋଲରୁ ଉଭୟେ ପ୍ରେମିକର ମାମୁଁ ଘର ବାସୁଦେବପୁର  କସିଆ ଅଞ୍ଚଳକୁ ଆସିଥିଲେ। ମାମୁଁ ଘରକୁ ଆସିବା ପରେ ଜଣାପଡିଥିଲା ପ୍ରେମିକା ଜଣକ ପୁଅ। ପ୍ରେମିକର ପରିବାର ଲୋକେ ଏ ନେଇ ପୋଲିସକୁ ଖବର ଦେବାପରେ ପୋଲିସ ତାକୁ ଉଦ୍ଧାର କରିବା ସହ ତାର ପରିବାର ଲୋକଙ୍କୁ ଡ଼କାଇ ହସ୍ତାନ୍ତର କରିଛି। 

Advertisment
Marriage Facebook Love
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ