Advertisment

ଚଳନ୍ତା ଏକ୍ସପ୍ରେସ ଟ୍ରେନ୍‌ରେ ଚଢୁଥିଲେ, ଖସିପଡ଼ିଲେ ଯୁବକ: ଦେବଦୂତ ସାଜିଲେ ମହିଳା କନଷ୍ଟେବଲ୍‌

ଭଗବାନ ଯାହାକୁ ବଞ୍ଚାଇବାକୁ ଚାହିଁବେ ତାକୁ କିଏ ମାରିପାରିବ ? ଏହି କଥାର ସତ୍ୟତା ଆଜି ଦେଖିବାକୁ ମିଳିଛି ଟାଟା ଷ୍ଟେଶନରେ।

Man escaped from train mishap

Man escaped from train mishap

Advertisment

ରାଉରକେଲା: ଭଗବାନ ଯାହାକୁ ବଞ୍ଚାଇବାକୁ ଚାହିଁବେ ତାକୁ କିଏ ମାରିପାରିବ ? ଏହି କଥାର ସତ୍ୟତା ଆଜି ଦେଖିବାକୁ ମିଳିଛି ଟାଟା ଷ୍ଟେଶନରେ।ଚଳନ୍ତା ଟ୍ରେନ୍‌ରେ ଚଢୁଥିଲେ। ହଠାତ୍ ଗୋଡ ଖସିଗଲା। ଆଖି ସାମ୍ନାରେ ମୃତ୍ୟୁ। ହେଲେ ଦେବଦୂତ ସାଜି ଆସିଥିଲେ ଜଣେ ମହିଳା  ଆରପିଏଫ୍ କନଷ୍ଟେବଳ । ନିଶ୍ଚିତ ମୃତ୍ୟୁମୁଖରୁ ଟାଣି ନେଇଥିଲେ ଜୀବନ। 

Advertisment

ଗତ ୨୯ ତାରିଖର ଘଟଣା। ଟାଟା ଷ୍ଟେସନରେ  ଦେଖିବାକୁ ମିଳିଥିଲା ଏପରି ହୃଦୟଥରା ଦୃଶ୍ୟ।  ସକାଳ ପ୍ରାୟ ସାଢ଼େ ସାତଟା ସମୟରେ ନୀଳାଚଳ ଏକ୍ପପ୍ରେସ ଷ୍ଟେଶନ ଛାଡୁଥିଲା। ହଜାରିବାଗ୍ ଅଞ୍ଚଳର ମୁନ୍ନା ଶର୍ମା ନାମକ ଜଣେ ଯାତ୍ରୀ ତରତର ହୋଇ ଚଢ଼ି ଯାଇଥିଲେ । ହେଲେ ହଠାତ୍ ତାଙ୍କ ଗୋଡ଼ ଖସିଗଲା।  ଟ୍ରେନ୍ ଓ ପ୍ଲାଟଫର୍ମ ମଝିରେ ରହିଯାଇଥିଲେ । ବୁଦ୍ଧି ହଜି ଯାଇଥିଲା। 

Advertisment

ହେଲେ ଏହି ସମୟରେ ଦେବଦୂତ ସାଜି ଆସିଥିଲେ ଡ୍ୟୁଟିରେ ଥିବା ଜଣେ ମହିଳା ଆରପିଏଫ କନଷ୍ଟେବଳ ଆନନ୍ଦିତା ବାରିକ । ଉପସ୍ଥିତ ବୁଦ୍ଧି ଖଟାଇ ଯୁବକଙ୍କୁ ଘୋଷାରି ଆଣିଥିଲେ । ଫଳରେ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଥିଲେ ମୁନ୍ନା ଶର୍ମା ।  ସିସିଟିଭିରେ କଏଦ ହୋଇଛି ଦୁର୍ଘଟଣାବେଳର ଏଇ ଚିତ୍ର  । ଏହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା।  

Odisha Train Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ