/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639313939.jpg)
Man made helicopter with car engine and then fly on sky
ଆମ ଏ ଦୁନିଆରେ ପ୍ରତିଭାଙ୍କ ଅଭାବ ନାହିଁ। କିନ୍ତୁ ଅନେକ ଲୋକଙ୍କ ପ୍ରତିଭା ସେମାନଙ୍କ ଦୁର୍ଦ୍ଦଶା କାରଣରୁ ଲୁଚି ରହିଯାଏ। ସେହିପରି କେତେକ ଲୋକ ବାର ବାର ଚେଷ୍ଟା କରି ଦୁନିଆକୁ ସେମାନଙ୍କର ଦକ୍ଷତା ବିଷୟରେ ଜଣେଇ ଦିଅନ୍ତି। ଆଜିକାଲି ଏପରି ଜଣେ ଦକ୍ଷ ବ୍ୟକ୍ତିଙ୍କ ବିଷୟରେ ସୋସିଆଲ ମିଡିଆରେ ଅନେକ ଆଲୋଚନା ହେଉଛି। ଏହି ବ୍ୟକ୍ତି ଏମିତି କିଛି କରିଛନ୍ତି, ଯାହା ବର୍ତ୍ତମାନ ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହେଉଛି। ସେ ନିଜର ଦକ୍ଷତା ବଳରେ ଏକ ହେଲିକପ୍ଟର ତିଆରି କରିଦେଇଛନ୍ତି। ତାଙ୍କର ଏହି ପ୍ରତିଭାକୁ ଦେଖି ସବୁଆଡୁ ପ୍ରଶଂସାର ଲହରି ଛୁଟି ଆସୁଛି।
ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ପ୍ରଥମେ ହେଲିକପ୍ଟରକୁ ରାସ୍ତାକୁ ଆଣୁଛନ୍ତି। ଏହା ପରେ ସେ ଏହାକୁ ରାସ୍ତାରେ ଚଳାଉଛନ୍ତି। ଏହା ପରେ ହେଲିକପ୍ଟରଟି ଉଡିବାକୁ ଲାଗୁଛି। ଏହି ହେଲିକପ୍ଟରଟିକୁ ଭୋଲ୍ସୱେଗେନ ବିଟଲ୍ ଇଞ୍ଜିନରୁ ପ୍ରସ୍ତୁତ କରାଯାଇଛି।
ଭିଡିଓଟିକୁ ଟ୍ୱିଟରରେ ପୋଷ୍ଟ୍ ହୋଇଥିବା ବେଳେ ଏହାର କ୍ୟାପ୍ସନ୍ରେ ଲେଖାଯାଇଛି ଯେ ବ୍ୟକ୍ତି ଜଣକ କାର୍ର ଅବଶିଷ୍ଟ ଅଂଶରୁ ଏହି ହେଲିକପ୍ଟର ତିଆରି କରିଛନ୍ତି। ବିଶେଷକରି ଏଥିରେ କାର୍ ଇଂଜିନ ବ୍ୟବହୃତ ହୋଇଛି। ଏଭଳି ପରିସ୍ଥିତିରେ ହେଲିକପ୍ଟରଟି ଆକାଶରେ ଉଡୁଥିବା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ସୋସିଆଲ୍ ମିଡିଆରେ ପୋଷ୍ଟ୍ ହୋଇଥିବା ଏହି ଭିଡିଓକୁ ଲୋକମାନେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ଖବର ଲେଖିହେବା ପର୍ଯ୍ୟନ୍ତ, ଏହି ଭିଡିଓଟି ୧୬ ଲକ୍ଷରୁ ଅଧିକ ଭ୍ୟୁ ପାଇଥିଲା। ସେହିପରି ଭିଡିଓଟିକୁ ୮୩ ହଜାରରୁ ଅଧିକ ଲୋକ ପସନ୍ଦ କରିଥିବା ବେଳେ ୮ହଜାର ରିଟ୍ୟୁଟ୍ ହୋଇଛି। ଲୋକମାନେ ଏହି ଭିଡିଓରେ ସେମାନଙ୍କର ପ୍ରତିକ୍ରିୟାକୁ ମଧ୍ୟ ରଖିଛନ୍ତି।
Homem no interior do RN constrói helicóptero com restos de carros e motor de fusca, faz teste e decola. pic.twitter.com/4zpS1jvy9p
— Меndes (@MendesOnca) December 9, 2021
ଭିଡିଓଟିକୁ ଦେଖିବା ପରେ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ପ୍ରତ୍ୟେକ ବ୍ୟକ୍ତି ସେ କାମ କରିପାରିବ ଯାହା ସିଏ ସ୍ୱପ୍ନରେ ଦେଖୁଥିବ। ସେହିପରି ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଯଦି ଆପଣଙ୍କର ପ୍ରତିଭା ଅଛି, ତେବେ ସେ କୌଣସି ସୁଯୋଗ ପ୍ରତି ଆଗ୍ରହୀ ହେବ ନାହିଁ।
ଏହି ଭିଡିଓ '@MendesOnca' ନାମକ ଏକ ଆକାଉଣ୍ଟରୁ ଶେୟାର କରାଯାଇଛି। ବର୍ତ୍ତମାନ ଏହି ଭିଡିଓଟି ଇଣ୍ଟର୍ନେଟ୍ ଦୁନିଆରେ ଖୁବ ଲୋକପ୍ରିୟ ହୋଇପାରିଛି। ଏହା ସହିତ, ଲୋକମାନେ ସେମାନଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏହି ଭିଡିଓକୁ ଲଗାତର ଶେୟାର କରି ଚାଲିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)