/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640265838.jpg)
Man lifted into the air by giant kite
ଆଜିକାଲି ସୋସିଆଲ ମିଡିଆ ଭାଇରାଲ ଭିଡିଓର ଗ୍ରନ୍ଥାଗାର ପାଲଟି ଯାଇଛି। ଦିନକୁ ଦିନ ଅଧିକରୁ ଅଧିକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଅଧିକାଂଶ ଭିଡିଓ ଏତେ ଆଶ୍ଚର୍ଯ୍ୟଜନକ ଯେ ବେଳେବେଳେ ଏହାକୁ ସହଜରେ ବିଶ୍ୱାସ କରିହୁଏନି ।
ବର୍ତ୍ତମାନ ଏମିତି ଏକ ଭୟଙ୍କର ଭିଡିଓ ଆସିଛି ଯାହାକୁ ଦେଖିଲେ ଲୋମ ଟାଙ୍କୁରି ଉଠେ। ଶ୍ରୀଲଙ୍କାର ଜାଫନାରୁ ଆସିଥିବା ଏହି ଭିଡିଓରେ ଦେଖାଯାଏ ଯେ, ଏକ ଗୁଡି ଉଡିବା ସମୟରେ ହଠାତ୍ ଜଣେ ବ୍ୟକ୍ତି ଆକାଶକୁ ଉଡି ଯାଇଥିଲେ। ଗୁଡିର ଦଉଡି ସାହାଯ୍ୟରେ ଏହି ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ପବନରେ ଝୁଲି ରହିଥିଲେ।
ଏହି ଘଟଣାର ଭିଡିଓ ଶ୍ରୀଲଙ୍କା ଟ୍ୱିଟ୍ ନାମକ ଏକ ଆକାଉଣ୍ଟରେ ଟ୍ୱିଟରରେ ଶେୟାର କରାଯାଇଛି। କୁହାଯାଉଛି ଯେ ଏହି ଘଟଣାରେ ଏକ ଗୁଡି ଉଡା ପ୍ରତିଯୋଗିତା ଚାଲିଥିଲା। ଠିକ୍ ଏତିକି ବେଳେ ଏହି ଚମତ୍କାର ଘଟଣାଟି ଘଟିଥିଲା । ଜଣେ ବ୍ୟକ୍ତି ତାଙ୍କ ଦଳର ସଦସ୍ୟମାନଙ୍କ ସହିତ ଏକ ବଡ ଗୁଡିର ସୂତାକୁ ଧରି ଦୋହଲାଉ ଥିଲେ। ଏହି ସମୟରେ, ସେ ହଠାତ୍ ଗୁଡିର ସୂତା ସହିତ ୪୦ ଫୁଟ ଉଚ୍ଚକୁ ଉଠିଯାଇଥିଲେ। ସତେ ଯେମିତି ଲାଗୁଥିଲେ ସେ ଆକାଶରେ ପବନରେ ଝୁଲୁଛନ୍ତି। ଯିଏ ଏହି ବ୍ୟକ୍ତିଙ୍କୁ ଦେଖିଲା ସିଏ ଆଶ୍ଚର୍ଯ୍ୟ ହୋଇଗଲା।
ଭାଇରାଲ ହେଉଥିବା ଏହି ଗୁଡିର ଓଜନ ସାଧାରଣ ଗୁଡିଠାରୁ ଖୁବ୍ ଅଧିକ ଥିଲ। ଏହାର ସୂତା ମଧ୍ୟ ସାଧାରଣ ଅପେକ୍ଷ ମୋଟା ଓ ମଜବୁତ୍ ଥିଲା। ଏହି କାରଣରୁ ଗୁଡିଟି ସେଇ ବ୍ୟକ୍ତିକୁ ପବନରେ ଉଡେଇନେବାରେ ସକ୍ଷମ ହୋଇଥିଲା। ଏହା ପରେ ବ୍ୟକ୍ତି ଜଣକ ଦୀର୍ଘ ସମୟ ଧରି ଆକାଶରେ ଝୁଲି ରହିଥିଲେ ଏହି ଦୃଶ୍ୟ ଲୋକମାନଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରିଥିଲା। ସେମାନେ ଏହାକୁ ଦେଖିବାକୁ ଲାଗିଲେ। ଏହି ଭିଡିଓରେ ଶୁଣିବାକୁ ମିଳୁଛି ଯେ ସେଠାରେ ଥିବା ତାଙ୍କ ସାଥୀମାନେ ଗୁଡିର ସୂତାକୁ ଛାଡିବା ନେଇ ତାଙ୍କୁ ବାରମ୍ବାର କହୁଛନ୍ତି। ଯାହାଫଳରେ ସେ ଆଉ ଉପରକୁ ଯାଇ ପାରିବେ ନାହିଁ।
କିଛି ସମୟ ପରେ ଗୁଡିଟି ଯେତେବେଳେ ଟିକିଏ ତଳକୁ ଆସେ ବ୍ୟକ୍ତି ଜଣକ ଏହାର ସୂତାକୁ ଛାଡିଦିଅନ୍ତି ଆଉ ତଳେ ଖୁବ ଜୋର୍ରେ ପଡିଯାଆନ୍ତି। ଏହି ଦୁର୍ଘଟଣାରେ ବ୍ୟକ୍ତି ଜଣକ ମଧ୍ୟ ଆଘାତ ପାଇଛନ୍ତି। କିନ୍ତୁ ସୌଭାଗ୍ୟର କଥା ହେଉଛି ତାଙ୍କ ଜୀବନ ରକ୍ଷା ପାଇଯାଇଛି। ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ଚିକିତ୍ସା କରାଯାଉଛି।
Dramatic video shows a youth swept into the air with a kite in Jaffna area.
The youth was reportedly suffered minor injuries.pic.twitter.com/W0NKrYnTe6#Kiteman#Kite#LKA#Jaffna#SriLanka— Sri Lanka Tweet 🇱🇰 💉 (@SriLankaTweet) December 21, 2021
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଏହି ବ୍ୟକ୍ତି ଓ ତାଙ୍କ ସାଥୀମାନେ ମିଶି ଏକ ବଡ ଗୁଡିକୁ ଉଡାଇବା ନେଇ ଚେଷ୍ଟା କରୁଥିଲେ। ହଠାତ୍ ଗୁଡିଟି ଉପରକୁ ଉଠିବାକୁ ଲାଗିଲା । ହାତରେ ଗୁଡିଟିକୁ ଧରିଥିବା ଲୋକମାନେ ଆକାଶକୁ ଟାଣି ହୋଇଗଲେ । ସମସ୍ତେ ଏହାକୁ ଛାଡି ଚାଲିଗଲେ। କିନ୍ତୁ ଏହି ବ୍ୟକ୍ତିଜଣକ ଗୁଡିର ସୂତାକୁ ଧରି ଗୁଡି ସହିତ ଆକାଶକୁ ଉଡିଗଲେ।
ଶ୍ରୀଲଙ୍କାର ଜାଫନାରେ ଥାଇ ପୋଙ୍ଗଲ ପାଳନ କରାଯିବା ଅବସରରେ ଏହି ଗୁଡିଉଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଏଠାରେ ବଡ ବଡ ଗୁଡି ଉଡ଼ାଯାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)