Advertisment

''ଆମକୁ ଏକାଠି ରହିବାକୁ ଦିଅ''

ଆଜି ବେଙ୍ଗାଲୁରୁରୁ ଉଭୟେ ଆସୁଥିବା ବେଳେ ଅସୁରକ୍ଷିତ ଅନୁଭବ କରିଥିଲେ।

ଅଦ୍ୟତନ ହୋଇଛି
Lovers High drama

Lovers High drama

Advertisment

ଭୁବନେଶ୍ୱର ବିମାନବନ୍ଦରରୁ ପ୍ରେମୀଯୁଗଳ ଉଦ୍ଧାର। ପ୍ରେମୀଯୁଗଳଙ୍କୁ ଉଦ୍ଧାର କରି ଏୟାରପୋର୍ଟ ଥାନାକୁ ଆଣିଲା ପୋଲିସ। ଉଭୟ ଯୁବକ ଯୁବତୀ ଭୁବନେଶ୍ୱରର ହୋଇଥିବା ସୂଚନା ମିଳିଛି। ବିବାହ ପାଇଁ ପରିବାର ରାଜି ନଥିଲେ। ତେଣୁ ଏହାକୁ ନେଇ ବିବାଦ ଥିଲା।

Advertisment

ଆଜି ବେଙ୍ଗାଳୁରୁରୁ ଉଭୟେ ଆସୁଥିବା ବେଳେ ଅସୁରକ୍ଷିତ ଅନୁଭବ କରିଥିଲେ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତୁରନ୍ତ ଏନେଇ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସଠାରୁ ସୁରକ୍ଷା ମାଗିବା ପରେ ଉଭୟଙ୍କୁ ପୋଲିସ୍ ଥାନାକୁ ଆଣିଛି।

Advertisment

ଘଟଣାକୁ ନେଇ ପୁଅର ମା କହିଛନ୍ତି ଯେ, ସେମାନେ ୭ ବର୍ଷ ଧରି ଉଭୟ ଉଭୟଙ୍କୁ ଭଲପାଇ ଆସୁଛନ୍ତି। ସେମାନେ ବିବାହ କଲେ ଖୁସିରେ ରହିପାରିବେ। ଅପରପଟେ ଝିଅର ବାପା କହିଛନ୍ତି ଯେ, ମୋ ଝିଅକୁ ଫସାଇ ଦିଆଯାଇଛି। ଏହା ସେମାନଙ୍କ ପୂର୍ବ ଯୋଜନା। କିନ୍ତୁ ସେମାନେ ଏବେ ସାବାଳକ, ଚାହିଁଲେ ନିଷ୍ପତ୍ତି ନେଇପାରିବେ କିନ୍ତୁ ମୁଁ ସ୍ୱୀକାର କରିବିନି।   

Love Birds Lover Rescued
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ