Advertisment

ମଞ୍ଚ ପାଲଟିଲା ମୃତ୍ୟୁ ଶଯ୍ୟା, ଦୀପ ଜାଳୁଜାଳୁ ଲିଭିଗଲା ଜୀବନ ଦୀପ

କେବଳ ଏଇ ଗୋଟିଏ ଘଟଣା ନୁହେଁ । ଆଗରୁ ବି ରହିଛି ମଞ୍ଚମୃତ୍ୟୁର ଅନେକ ନଜିର । କୋଲକାତା କନସର୍ଟରେ ବଲିଉଡ ସିଙ୍ଗର କେକେଙ୍କ ହୃଦଘାତ ଜନିତ ମୃତ୍ୟୁ ହେଉ, ଅବା ମଞ୍ଚରେ ଭାଷଣ ଦେବା ବେଳେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଦେହାନ୍ତ।

undefined

Malaysian Bharatanatyam Guru passes away after collapsing on stage

Advertisment

ଯିଏ ଜନ୍ମ ହୋଇଛି, ମୃତ୍ୟୁ ତା ପାଇଁ ଧ୍ରୁବ ସତ୍ୟ। ଥରେ ଧରାକୁ ଆସିଲେ ଫେରିବା ନିଶ୍ଚିତ। ହେଲେ ମୃତ୍ୟୁ ଏମିତି ବି ଆସେ, ଯାହା କି ଆଶ୍ଚର୍ଯ୍ୟ କରିଦିଏ ଅନେକଙ୍କୁ। ଆମେ କହୁଛୁ, ଭୁବନେଶ୍ବରରେ ମଞ୍ଚରେ ଟଳିପଡ଼ିଥିବା ମାଲେସିଆର ନୃତ୍ୟଗୁରୁ ଶ୍ରୀ ଗଣେଶନଙ୍କ କଥା । ଯେଉଁ ମଞ୍ଚ ତାଙ୍କ ଜୀବନକୁ ସାର୍ଥକ କରିଥିଲା, ସେଇ ମଞ୍ଚ ହିଁ ପାଲଟିଗଲା ତାଙ୍କ ମୃତ୍ୟୁ ଶଯ୍ୟା।

Advertisment

କିଛି ସମୟ ଆଗରୁ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଥିଲା ତାଙ୍କ ଘୁଙ୍ଗୁରର ମୂର୍ଚ୍ଛନା। ହେଲେ କେଇଟା ମିନିଟ୍ ଯାଇନି, ସମସ୍ତଙ୍କୁ ହତବମ୍ବ କରି ସେଇ ମଞ୍ଚରେ ଟଳି ପଡ଼ିଲେ ନୃତ୍ୟଗୁରୁ। ସ୍ଥାନ- ଭୁବନେଶ୍ୱର ଭଞ୍ଜକଳା ମଣ୍ଡପ, ଅବସର ଥିଲା ଜୟଦେବ ରାଷ୍ଟ୍ରୀୟ ସମାରୋହ ଓ ନବୀନ କଳାକାର କାର୍ଯ୍ୟକ୍ରମ । ଗତକାଲି ଥିଲା ଏହି ୩ ଦିନିଆ କାର୍ଯ୍ୟକ୍ରମର ଅନ୍ତିମ ସନ୍ଧ୍ୟା। ହେଲେ କିଏ ଜାଣିଥିଲା, ଏହି ଅନ୍ତିମ ସନ୍ଧ୍ୟା ହିଁ ବିଦେଶରୁ ଓଡ଼ିଶାକୁ ଛୁଟି ଆସିଥିବା ଜଣେ ସୁନାମଧନ୍ୟ ନୃତ୍ୟଗୁରୁଙ୍କ ପାଇଁ ପାଲଟିଯିବ ଜୀବନର ଅନ୍ତିମ କ୍ଷଣ। କିଏ ଭାବିଥିଲା ମଞ୍ଚ ହିଁ ପାଲଟିବ ମୃତ୍ୟୁର ଶଯ୍ୟା।

ମାଲେସିଆ କ୍ବାଲାଲୁମ୍ପୁରରୁ ଆସିଥିବା ୬୩ ବର୍ଷୀୟ ଭାରତନାଟ୍ୟମ ନୃତ୍ୟଗୁରୁ ଶ୍ରୀ ଗଣେଶନଙ୍କ ଏଭଳି ଆକସ୍ମିକ ବିୟୋଗ ଅନେକଙ୍କୁ ଦୁଃଖିତ ଓ ଚକିତ କରିଛି। ସୂଚନା ଅନୁସାରେ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସେ ନୃତ୍ୟ ପରିବେଷଣ କରିଥିଲେ । ଆଉ ଦ୍ୱିତୀୟ ପର୍ଯ୍ୟାୟ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ ବେଳେ ଅଚାନକ ମଞ୍ଚ ଉପରେ ଟଳିପଡ଼ିଲେ। ନା ଥିଲା ପୂର୍ବ ଅସୁସ୍ଥତା ନା ଅନ୍ୟ କୌଣସି ସ୍ୱାସ୍ଥ୍ୟଗତ ବିଲକ୍ଷଣ। ତାଙ୍କୁ ଉପସ୍ଥିତ ଅତିଥିମାନେ ସଚେତ କରାଇବାକୁ ବହୁ ଚେଷ୍ଟା ପରେ ବି ଅସଫଳ ହେବାରୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ଆଉ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

କେବଳ ଏଇ ଗୋଟିଏ ଘଟଣା ନୁହେଁ । ଆଗରୁ ବି ରହିଛି ମଞ୍ଚମୃତ୍ୟୁର ଅନେକ ନଜିର । କୋଲକାତା କନସର୍ଟରେ ବଲିଉଡ ସିଙ୍ଗର କେକେଙ୍କ ହୃଦଘାତ ଜନିତ ମୃତ୍ୟୁ ହେଉ, ଅବା ମଞ୍ଚରେ ଭାଷଣ ଦେବା ବେଳେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଦେହାନ୍ତ। ସଂକୀର୍ତ୍ତନ କରୁକରୁ ଜଣେ ବୟସ୍କ ବ୍ୟକ୍ତିଙ୍କ ଜୀବନ ଯାଇଥିଲା ଗତବର୍ଷ ବରଗଡ଼ରେ । ତେବେ ମଞ୍ଚରେ ମାଲେସିଆ ନୃତ୍ୟୁଗୁରୁ ଶ୍ରୀ ଗଣେଶନ ଟଳିପଡ଼ିବା ପଛର କାରଣ କଣ? କିଛି ସମୟ ତଳେ ନୃତ୍ୟ କରିଥିବା ବେଳେ, ଏମିତି ଅଚାନକ କେମିତି ହେଲା ମୃତ୍ୟୁ? ଶ୍ରୀ ଗଣେଶନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ, ହୃଦଘାତ ବୋଲି ଅନେକେ ଆଶଙ୍କା କରୁଛନ୍ତି। ଶ୍ରୀ ଗଣେଶନଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଆସନ୍ତାକାଲି ମାଲେସିଆ ପଠାଯିବାକୁ ସ୍ଥିର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ