ସାଲିମାର ଏକ୍ସପ୍ରେସରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ପାର୍ସଲ ପୋଡ଼ି ନଷ୍ଟ

ନିଆଁ ଆୟତ୍ତ ହେବା ପରେ ନୂଆ ଇଞ୍ଜିନ ଲଗାଯାଇଥିଲା । ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି ।

Train Fire Mishap

ମୁମ୍ବାଇରୁ ପଶ୍ଚିମବଙ୍ଗକୁ ଯାଉଥିବା ସାଲିମାର ଏକ୍ସପ୍ରେସରେ ଲାଗିଲା ନିଆଁ । ଲକ୍ଷାଧିକ ଟଙ୍କାର ପାର୍ସଲ ପୋଡି ନଷ୍ଟ । ନାସିକ ନିକଟରେ ଇଞ୍ଜିନରେ ନିଆଁ ଲାଗିବା ପରେ ଏହା ପଛକୁ ଲାଗିଥିବା ପାର୍ସଲ ବଗିରେ ନିଆଁ ଲାଗିଯାଇଥିଲା । ସଙ୍ଗେ ସଙ୍ଗେ ଟ୍ରେନକୁ ଅଟକାଯାଇ ସେଥିରୁ ପାସେଞ୍ଜର ବଗିକୁ ଅଲଗା କରାଯାଇଥିଲା । ଏହାପରେ ପାସେଞ୍ଜର ମାନଙ୍କୁ ଟ୍ରେନ ବାହାରକୁ ଅଣାଯାଇଥିଲା । ପ୍ରାୟ ୪୫ ମିନଟର କସରତ ପରେ ନିଆଁ ଆୟତ୍ତ ହୋଇଥିଲା । ସୌଭାଗ୍ୟ ବସତଃ ଏଥିରେ କେହି କ୍ଷତାକ୍ତ ହୋଇନାହାଁନ୍ତି ବୋଲି କେନ୍ଦ୍ରୀୟ ରେଳବାଇ ସୂଚନା ଦେଇଛି । ନିଆଁ ଆୟତ୍ତ ହେବା ପରେ ନୂଆ ଇଞ୍ଜିନ ଲଗାଯାଇଥିଲା । ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି ।