Advertisment

'ପ୍ରେମ ଅମର' ପ୍ରମାଣ କରି ଦେଖାଇଲେ ୭୦ ବର୍ଷର ବୃଦ୍ଧ

ଲକ୍ଷେ ଚେଷ୍ଟା ପରେ ମଧ୍ୟ ଜାନ୍ ସିଂହ ସିଡଲିବାଇଙ୍କୁ ବଞ୍ଚାଇ ପାରିନଥିଲେ। ମୃତଦେହକୁ ରାସ୍ତାରେ ରଖି କାନ୍ଦି ପକାଇଥିଲେ। ଏହି ହୃଦୟ ବିଦାରକ ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା। କିନ୍ତୁ ବୃଦ୍ଧଙ୍କ ଏପରି ପ୍ରୟାସ ଦେଶର ସ୍ୱାସ୍ଥ୍ୟ ସେବାର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି।

woman dies on husband shoulder

woman dies on husband shoulder

Advertisment

ଅଗ୍ନିକୁ ସାକ୍ଷୀ ରଖି ସାରା ଜୀବନ ହାତ ଧରିବେ ବୋଲି କହିଥିଲେ ସ୍ୱାମୀ। ଆଉ ତାହା ହି ହେଲା। ସ୍ତ୍ରୀର ହାତ ନ ଛାଡ଼ିବାକୁ ଦେଇଥିବା ପ୍ରତିଶ୍ରୁତିକୁ ରଖିଲେ ସ୍ୱାମୀ। ବୟସର ଅପରାହ୍ନରେ ଥାଇବି ନିଜ ସ୍ତ୍ରୀର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସ୍ତ୍ରୀ ପ୍ରତି ଥିବା ଭଲପାଇବାର ପ୍ରମା‌ଣ ଦେଇଛନ୍ତି ଜଣେ ୭୦ ବର୍ଷର ବୃଦ୍ଧ ବ୍ୟକ୍ତି ଜାନ୍ ସିଂହ। ସ୍ୱାମୀଙ୍କ କାନ୍ଧରେ ଗଲା ସ୍ତ୍ରୀର ଜୀବନ। ଏଭଳି ଦୁଃଖଦ ଘଟଣା ମହାରାଷ୍ଟ୍ରର ନନ୍ଦୁରବର ଜିଲ୍ଲାର ତାଲୋଡା ଚାନ୍ଦବାଲି ଆଦିବାସୀ ଗ୍ରାମରେ ଦେଖିବାକୁ ମିଳିଛି।

Advertisment

ସେପ୍ଟେମ୍ବର ୯ରେ ଚନ୍ଦସ୍ୱାଲି ଆଦିବାସୀ ଗାଁର ବାସିନ୍ଦା ସିଡଲିବାଇ ହଠାତ୍ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାକୁ ଦେଖି ଗାଁ ଲୋକ ମହିଳାଙ୍କୁ ଶୀଘ୍ର ଡାକ୍ତରଖାନା ନେବା ପାଇଁ କହିଥିଲେ। ପ୍ରତିକୂଳ ପାଣିପାଗ ଓ ଖରାପ ରାସ୍ତା କାରଣରୁ ଆମ୍ବୁଲାନ୍ସ୍ ଗାଁକୁ ଆସି ପାରିନଥିଲା। ଡାକ୍ତରଖାନା ଗାଁ ଠାରୁ ୩୦ କିଲୋମିଟର ଦୂର ହୋଇଥିବାରୁ ବୃଦ୍ଧ ଜଣକ ନିଜ ସ୍କୁଟରରେ ସ୍ତ୍ରୀକୁ ନେବା ପାଇଁ ସ୍ଥିର କରିଥିଲେ।

କିଛି ଦୂର ଯିବା ପରେ ପାହାଡରେ ଭୂସ୍ଖଳନ ହେତୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ଏଭଳି ପରିସ୍ଥିତିରେ ସ୍କୁଟର ଯୋଗେ ଡାକ୍ତରଖାନାରେ ପହଞ୍ଚିବା ସମ୍ଭବପର ହୋଇନଥିଲା। ତେଣୁ ସେ ତାଙ୍କ ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ତାଙ୍କୁ କାନ୍ଧରେ ପକାଇ ଡାକ୍ତରଖାନା ଆଡକୁ ଚାଲିଥିଲେ। ପେଟରେ ଯନ୍ତ୍ରଣା ବଢିବାରୁ ମହିଳା ଜଣକ ଜୋରରେ ଚିତ୍କାର କରୁଥିଲେ। ଦୀର୍ଘ ୪ କିଲୋମିଟର ଚାଲି ଡାକ୍ତରଖାନା ପହଞ୍ଚିଲା ମଧ୍ୟରେ ହିଁ ମହିଳା ତାଙ୍କ ଜୀବନ ହରାଇ ବସିଥିଲେ। ଏଭଳି ଯନ୍ତ୍ରଣାଦାୟକ ଦୃଶ୍ୟକୁ କିଛି ବ୍ୟକ୍ତି ମୋବାଇଲରେ କଏଦ୍ କରିଥିଲେ। ଆଖପାଖରେ ଥିବା ଲୋକ ସାହାଯ୍ୟ କରିବା ପୂର୍ବରୁ ସିଡଲିବାଇ ମରିଯାଇଥିଲେ।

Advertisment

ଲକ୍ଷେ ଚେଷ୍ଟା ପରେ ମଧ୍ୟ ଜାନ୍ ସିଂହ ସିଡଲିବାଇଙ୍କୁ ବଞ୍ଚାଇ ପାରିନଥିଲେ। ମୃତଦେହକୁ ରାସ୍ତାରେ ରଖି କାନ୍ଦି ପକାଇଥିଲେ। ଏହି ହୃଦୟ ବିଦାରକ ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା। କିନ୍ତୁ ବୃଦ୍ଧଙ୍କ ଏପରି ପ୍ରୟାସ ଦେଶର ସ୍ୱାସ୍ଥ୍ୟ ସେବାର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି। ସରକାର ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି କେତେ ସଚେତନ ଏହି ଘଟଣାରୁ ସ୍ପଷ୍ଟ ଜଣାପଡିଛି।

Maharashtra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ