Advertisment

ବାଟବଣା କି ମହାପ୍ରୟାଣ ଯୋଜନା? ଟ୍ରଲିରେ ତ ପୁଣି ସାଇକେଲରେ ବୁହା ହେଉଛି ମୃତଦେହ

ଶବ ବୁହା ଗାଡ଼ି ଏବେ ଶବ ପାଲଟିଯାଇଛି। ସରକାରଙ୍କ ମହାପ୍ରୟାଣ ଯୋଜନା ଅନ୍ତର୍ଗତ ଗାଡ଼ି ଦୀର୍ଘଦିନ ହେଲାଣି ପଡ଼ି ରହି ଖତ ଖାଉଛି ।

undefined

Mahaprayan vehicles gathering dusts at hospitals in Cuttack

Advertisment

ସରକାରଙ୍କ ମହାପ୍ରୟାଣ ଯୋଜନାକୁ ଏବେ ମାଡ଼ିବସିଛି ମହାବିପଦ। ମୃତଦେହ ପରିବହନ ପାଇଁ ଗରିବ ଲୋକଙ୍କୁ ଗାଡ଼ି ଖଣ୍ଡେ ଯୋଗାଇ ଦେବାର ଲକ୍ଷ୍ୟ ରଖି ଯେଉଁ ମହାପ୍ରୟାଣ ଯୋଜନାର ପରିକଳ୍ପନା କରିଥିଲେ ରାଜ୍ୟ ସରକାର, ତାହା ଏବେ ଖତ ଖାଉଛି। ଫଳରେ କେବେ ଟ୍ରଲିରେ ତ ଆଉ କେବେ ସାଇକେଲରେ ବୁହା ହେଉଛି ମରଶରୀର। ଏଭଳି ସ୍ଥିତିରେ ଯୋଜନାର ଉଦ୍ଦେଶ୍ୟ ଓ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଥିବାବେଳେ ସରକାରଙ୍କ ଦାୟିତ୍ୱପଣିଆକୁ ନେଇ ବର୍ଷିଛନ୍ତି ସାଧାରଣ ଜନତା।

Advertisment

ଶବ ବୁହା ଗାଡ଼ି ଏବେ ଶବ ପାଲଟିଯାଇଛି। ସରକାରଙ୍କ ମହାପ୍ରୟାଣ ଯୋଜନା ଅନ୍ତର୍ଗତ ଗାଡ଼ି ଦୀର୍ଘଦିନ ହେଲାଣି ପଡ଼ି ରହି ଖତ ଖାଉଛି । କଟକ ସିଟି ହସ୍ପିଟାଲକୁ ଯୋଗାଇ ଦିଆଯାଇଥିବା ଗାଡି ସାଧାରଣଙ୍କ ହିତରେ ଆଦୌ ଲାଗିପାରୁନାହିଁ। ସେହିପରି କଟକ ବଡ଼ ମେଡ଼ିକାଲରେ ବି ଦୁଇ ଦୁଇଟି ମହାପ୍ରୟାଣ ଗାଡ଼ି ବି ଅଚଳ ହୋଇପଡ଼ିଛି। ଫଳରେ ସ୍ବଜନଙ୍କୁ ହରାଇଥିବା ବ୍ୟକ୍ତି, ଘର ଯାଏଁ ଶବ ନେବାକୁ ଆଶ୍ରା ଖୋଜୁଥିଲେ ବି ନିରାଶ କରୁଛି ମହାପ୍ରୟାଣ ଯୋଜନା। ସ୍ଥିତି ଏମିତି ହେଉଛି ଯେ, ଘରୋଇ ଆମ୍ବୁଲାନ୍ସକୁ କାନ ମୋଡ଼ି ଟଙ୍କା ଗଣିବାକୁ ପଡୁଛି।

ଏଭଳି ଗରିବ ଗୁରୁବାଙ୍କ ଲାଗି ନା ଜୀବଦଶାରେ ଯନ୍ତ୍ରଣା ସରୁଛି ନା ମଲାପରେ ବି ସମ୍ମାନ ମିଳୁଛି। ଗତ ୨୧ ତାରିଖର ଘଟଣା।ସରକାରଙ୍କ  ମହାପ୍ରୟାଣ ଗାଡ଼ି ଖଣ୍ଡେ ମିଳିଲାନି ବୋଲି ଶେଖବଜାର ଅଞ୍ଚଳର ସୀମାଞ୍ଚଳ ବେହେରାଙ୍କ ମୃତଦେହକୁ ଟ୍ରଲିରେ ବୋହି ମଶାଣୀକୁ ନେଲେ ସଂପର୍କୀୟ। ୨୦୧୬ ମସିହାର କଥା। ପତ୍ନୀର ମରଶରୀରକୁ କଳାହାଣ୍ଡିର ଦାନ ମାଝି ବୋହିବା ଘଟଣା ପରେ ବିଶ୍ବବ୍ୟାପି ସମାଲୋଚିତ ହୋଇଥିଲେ ରାଜ୍ୟ ସରକାର। ସେହି ବର୍ଷଠୁ ଶବ ବୋହିବା ପାଇଁ ଗରିବଙ୍କ ଉଦ୍ଦେଶ୍ୟରେ କଟକ ସହରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବଡ ମେଡିକାଲକୁ ୨ଟି, ଶିଶୁଭବନ, ଆଚାର୍ଯ୍ୟ ହରିହର କ୍ୟାନ୍ସର ହସପିଟାଲ ଓ ସିଟି ହସ୍ପିଟାଲକୁ ଗୋଟିଏ ଲେଖାଏଁ ଗାଡ଼ି ମିଳିଥିଲା।

Advertisment

ହେଲେ ଜିଲ୍ଲା ରେଡ଼କ୍ରସ୍ ଦାୟିତ୍ବରେ ଥିବା ଅଧିକାରୀଙ୍କ ଦାୟିତ୍ବହୀନତା ଯୋଗୁ ସବୁ ୫ଟି ଗାଡ଼ି ଅଚଳ। ସିଏମସିରେ ଥିବା ୨ଟି ଗାଡ଼ି ବି ସେଭଳି କାମକୁ ଆସୁନି। ଏ ସଂପର୍କରେ ପଚାରିବାରୁ ଏବେ କଟକ ଜିଲ୍ଲାପାଳ କହୁଛନ୍ତି, ସରକାରଙ୍କୁ ନୂଆଗାଡି ପାଇଁ କହିବୁ। କେବଳ କଟକ କାହିଁକି, ରାଜ୍ୟର ଅନେକ ସ୍ଥାନରେ ଦାୟିତ୍ବହୀନତା ଯୋଗୁ ଏକପ୍ରକାର ଫେଲ୍ ମାରିଛି ମହାପ୍ରୟାଣ ଯୋଜନା। ଗତ କିଛିଦିନ ତଳେ ଖୋଦ୍ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲା ସୁବର୍ଣ୍ଣପୁରର ବିନିକାରେ ମହାପ୍ରୟାଣ ଗାଡ଼ି ମିଳିଲାନି ବୋଲି ଜଣେ ଅସହାୟା ବୃଦ୍ଧାଙ୍କ ମରଶରୀରକୁ ମେଡ଼ିକାଲରୁ ସାଇକେଲରେ ବୋହି ନେଇଥିଲେ ଲୋକେ। ଦୁର୍ଗମ ଅଞ୍ଚଳ କଥା ତ ନ କହିବା ଭଲ। ହେଲେ ଗରିବଙ୍କ ଦୁଃଖ ଆଉ ଦୁର୍ଦ୍ଦଶାକୁ ଶୁଣୁଛି କିଏ ?

Mahaprayan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ