• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମଣିଷ ଏବଂ ପଶୁ ଭିତରେ ପ୍ରେମର କରୁଣ ଚିତ୍ର । ଜୀବନ ଥିବା ବେଳେ ସାଥିରେ ବୁଲୁଥିଲା କୁକୁର , ହେଲେ ମାଲିକ ମରିଗଲା ପରେ ମଧ୍ୟ ଘଣ୍ଟା ଘଣ୍ଟା ଶବ ପାଖରେ ଜଗି ବସିଲା କୁକୁର । ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ବିମଳାଗଡ଼ ବଜାରରରୁ ସାମ୍ନାକୁ ଆସିଛି ଏହି ଦୃଶ୍ୟ । ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

ବ୍ୟସ୍ତମୟ ଜୀବନରେ ନିଜ ଆତ୍ମୀୟଙ୍କ ପାଇଁ ସମୟ ଦେଉନଥିବା ସମୟରେ ଜଣେ ସରକାରୀ ପୋଲିସ ବାବୁ ଅସହାୟ ଭିକ୍ଷୁକ ମରିଯିବା ତାର ଶବ ସତ୍କାର କରିଛନ୍ତି । ଶବକୁ କାନ୍ଧରେ କାନ୍ଧେଇ ମାଶାଣୀକୁ ନେବା ଦୃଶ୍ୟ ସୋସିଆଲ ମିଡିଆରେ ବାଇରାଲ ହୋଇଛି । ଏଠି ଉଭୟ ପୋଲିସ ଏବଂ କୁକୁରର ମମିଷ ପଣିଆ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଜଣେ ଅସହାୟ ବ୍ୟକ୍ତି ଭିକ୍ଷା ବୃତ୍ତି କରି ଜୀବନ ପ୍ରତିପୋଷଣ କରୁଥିଲେ । ହେଲେ ଗତ ମାର୍ଚ୍ଚ ୨୫ ତାରିଖରେ ଭିକ୍ଷୁକ ଜଣକଙ୍କ ମୃତ୍ୟୁ ହୋଇଥିଲା । ଯାହା ପରେ ତାଙ୍କ ସହ ଥିବା କୁକୁର ଶବ ଆଗରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲା । ଶେଷରେ ଜଣେ ପୋଲିସ ବାବୁ ମାନବିକତା ଦେଖାଇ କାନ୍ଧରେ ଭିକ୍ଷୁକଙ୍କ ଶବକୁ କାନ୍ଧେଇ ଶ୍ମଶାନ ନେଇ ସତ୍କାର କରିଥିଲେ । ଆଜି ବି ମାନବିକତା ବଞ୍ଚିରହିଛି ବୋଲି ଏହି ଘଟଣାରୁ ପ୍ରମାଣିତ ହୋଇଛି ।