Advertisment

ବିକଶିତ ହେବ ଉତ୍ତରକାଶୀର ଶ୍ରୀଜଗନ୍ନାଥ ମନ୍ଦିର, ଧର୍ମେନ୍ଦ୍ରଙ୍କ ସହ ମୁଖ୍ୟମନ୍ତ୍ରୀ ଧାମିଙ୍କ ଆଲୋଚନା

ସମୁଦ୍ର କୂଳରେ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଦାରୁ ଦିଅଁ ରୂପେ ପୂଜା ପାଉଥିବା ବେଳେ ସମୁଦ୍ରପତନ ଠାରୁ ପ୍ରାୟ ୪ ହଜାର ଫୁଟ୍ ଉଚ୍ଚରେ ପୁରୀଠାରୁ ସହସ୍ର କୋଷ ଦୂରରେ ଉତ୍ତରକାଶୀରେ ମହାପ୍ରଭୁଙ୍କ ଶିଳା ବିଗ୍ରହ ପୂଜା ପାଉଛି।

Lord Jagannath Temple

Lord Jagannath Temple

Advertisment

ବିକଶିତ ହେବ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର। ପୂର୍ବରୁ ବିଭିନ୍ନ ସମସ୍ୟା କାରଣରୁ ଏଠାରେ ସପ୍ତାହକୁ ମାତ୍ର ତିନିଦିନ ପୂଜା ହେଉଥିବା ବେଳେ ଏ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଧାମି, ଭିଡିଓ କନଫରେନ୍ସିଂରେ ଆଲୋଚନା କରିବା ପରେ ଏହି ଭଲ ଖବର ଆସିଛି। ନିକଟରେ ଓଲିଉଡ୍ ଅଭିନେତା ସବ୍ୟସାଚୀ ଓ ତାଙ୍କ ପତ୍ନୀ ଅର୍ଚ୍ଚିତା ଏହି ପ୍ରାଚୀନ ମନ୍ଦିରକୁ ଲୋକଲୋଚନକୁ ଆଣିଥିଲେ।

Advertisment

ସବୁଜ ସୁନ୍ଦର ମାଳମାଳ ପର୍ବତ ଶିଖରକୁ ଛୁଇଁଯାଉଛି ଧଳା ବଉଦ। ଉତ୍ତରାଖଣ୍ଡର ଉତ୍ତର କାଶୀରେ ବର୍ଷା ଋତୁର ଏ ସୁନ୍ଦର ମନୋରମ ପ୍ରାକୃତିକ ଦୃଶ୍ୟ ଏମିତି ଲାଗୁଛି ସତେ ଅବା ଭୂସ୍ୱର୍ଗ। ହଁ ଭୂସ୍ୱର୍ଗ ପରି ଲାଗନ୍ତାନି ବା କିପରି, ଇଏଠି ପରା ପୂଜା ପାଉଛନ୍ତି କୋଟି ବ୍ରହ୍ମାଣ୍ଡ ନାୟକ। ପର୍ବତ ଶିଖର ସହିତ ସମାନ୍ତରାଳ ହୋଇ ଦୃଶ୍ୟମାନ ହେଉଛି ନୀଳଚକ୍ର। ଆଉ ମନ୍ଦିର ଭିତରେ ପୂଜା ପାଉଛନ୍ତି ଜଗତରନାଥ ଜଗନ୍ନାଥ।

ସମୁଦ୍ର କୂଳରେ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଦାରୁ ଦିଅଁ ରୂପେ ପୂଜା ପାଉଥିବା ବେଳେ ସମୁଦ୍ରପତନ ଠାରୁ ପ୍ରାୟ ୪ ହଜାର ଫୁଟ୍ ଉଚ୍ଚରେ ପୁରୀଠାରୁ ସହସ୍ର କୋଷ ଦୂରରେ ଉତ୍ତରକାଶୀରେ ମହାପ୍ରଭୁଙ୍କ ଶିଳା ବିଗ୍ରହ ପୂଜା ପାଉଛି। ଏହି ମନ୍ଦିର ନିକଟରେ ଚର୍ଚ୍ଚାକୁ ଆସିବା ପରେ ଏହାକୁ କିଭଳି ବିକଶିତ କରାଯିବ, ଏଠାରେ ସବୁଦିନ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ସାଙ୍ଗକୁ ସମସ୍ତ ପ୍ରକାରର ବିକାଶମୂଳକ କାର୍ଯ୍ୟ କିଭଳି ତ୍ୱରାନ୍ୱିତ ହେବ ଏବଂ ଏହା କିଭଳି ଏକ ସୁପରିଚିତ ପର୍ଯ୍ୟଟନ ସ୍ଥଳରେ ରୂପାନ୍ତରିତ ହେବ ସେନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି।

Advertisment

ମନ୍ଦିରରେ ପୂଜାର୍ଚ୍ଚନା, ନୀତିକାନ୍ତି ସୁଚାରୁ ରୂପେ କରିବା ଓ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଧାମି ପ୍ରତିଶ୍ରୁତି ଦେଇଥିବା ଧର୍ମେନ୍ଦ୍ର କହିଛନ୍ତି। ଏହି ଆଲୋଚନାରେ ଧର୍ମେନ୍ଦ୍ର ଏବଂ ଧାମୀଙ୍କ ସହିତ ଷ୍ଟାର୍ ଦଂପତି ସବ୍ୟସାଚୀ ଓ ଅର୍ଚ୍ଚିତା ଏବଂ ଏହି ମନ୍ଦିର ସମ୍ପର୍କରେ ସବ୍ୟସାଚୀଙ୍କୁ ଜଣାଇଥିବା ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଜନାର୍ଦ୍ଦନ ପାଟଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ। 

ଶ୍ରୀମନ୍ଦିର ସେବାୟତ ଜନାର୍ଦ୍ଦନ ପାଟଯୋଶୀଙ୍କଠାରୁ ଏହି ପ୍ରାଚୀନ ଜଗନ୍ନାଥ ମନ୍ଦିର ସଂପର୍କରେ ଅବଗତ ହେବାପରେ ସବ୍ୟସାଚୀ ଓ ତାଙ୍କ ପତ୍ନୀ ଅର୍ଚ୍ଚିତା ନିକଟରେ ଉତ୍ତରକାଶୀର ସାଲଡ଼ ଗାଁକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଏବଂ ଏହି ମନ୍ଦିର ବାବଦରେ ଅଧିକ ତଥ୍ୟ ଲୋକଲୋଚନକୁ ଆଣିଥିଲେ। ବିଭିନ୍ନ ସମସ୍ୟାକାରଣରୁ ଏଠାରେ ସପ୍ତାହକୁ ମାତ୍ର ୩ଦିନ ମହାପ୍ରଭୁ ପୂଜା ପାଉଥିଲେ। ଏହା ତାଙ୍କୁ ବ୍ୟଥିତ କରିବା ସହିତ ସେ ଆଗାମୀ ୬ ମାସ ପର୍ଯ୍ୟନ୍ତ ଏଠାରେ ପ୍ରତିଦିନ କିଭଳି ପୂଜାର୍ଚ୍ଚନା କରାଯିବ ସେ ଦାୟିତ୍ୱ ସବ୍ୟସାଚୀ ନେଇଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଜିର ଆଲୋଚନା ପରେ ବେଶ୍ ଖୁସିବ୍ୟକ୍ତ କରିଛନ୍ତି ସବ୍ୟସାଚୀ।

Advertisment

 କୁହାଯାଏ ମହାପ୍ରଭୁଙ୍କ ଇଛା ହେଲେ ସବୁ ସମ୍ଭବ, ସେ ଅତ୍ର ତତ୍ର ସର୍ବତ୍ର ବିଦ୍ୟମାନ। ନଚେତ ଉତ୍ତର କାଶୀର ସୁଉଚ୍ଚ ପାହାଡ ଉପରେ ଶିଳାବିଗ୍ରହ ରୂପେ ପୂଜା ପାଉଥିବା କୋଟି ଓଡ଼ିଆଙ୍କ ମଉଡମଣୀଙ୍କ ପାଇଁ ସେଠାର ୫ଖଣ୍ଡ ଗାଁ ଲୋକେ ଏମିତି ନାଚି ଉଠୁ ନ ଥାଆନ୍ତେ।

Lord Jagannath Temple Archita Sahu Sabyasachi Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ