Advertisment

ସୁନାବେଶରେ ଜଗନ୍ନାଥ ପିନ୍ଧିଥିଲେ ଭଙ୍ଗା କିରୀଟ

ପୂର୍ବରୁ ୨୦୧୦ ମସିହାରେ ବି ଭାଙ୍ଗିଥିଲା ମହାପ୍ରଭୁ ଜଗନ୍ନାଥଙ୍କ ସୁବର୍ଣ୍ଣ କିରୀଟ, ଯାହାକୁ ମରାମତି କରାଯାଇ ପୁଣି ଠାକୁରଙ୍କୁ ଲାଗି ହେଉଛି। ଶ୍ରୀମନ୍ଦିର ଗବେଷକଙ୍କ ମତରେ ସୁନାବେଶରେ ଲାଗି ହେଉଥିବା କିରୀଟ ଓ ଅଳଙ୍କାରଗୁଡ଼ିକ ଶହ ଶହ ବର୍ଷ ପୁରୁଣା।

ଅଦ୍ୟତନ ହୋଇଛି
ସୁନାବେଶରେ ଜଗନ୍ନାଥ ପିନ୍ଧିଥିଲେ ଭଙ୍ଗା କିରୀଟ

Jagannath Suna besha

Advertisment
Advertisment

ଭୁବନେଶ୍ୱର: ଇଏ ଗତକାଲି ଦୁର୍ଲଭ ରାଜରାଜେଶ୍ୱର ବା ସୁନାବେଶର ଚିତ୍ର। ଖୋଦ୍ ମହାପ୍ରଭୁ ଜଗନ୍ନାଥ ପିନ୍ଧିଛନ୍ତି ଭଙ୍ଗା କିରୀଟ। ବଡ଼ କଥା ହେଲା ଭଣ୍ଡାର ଘରୁ ଆସିଲା ବେଳେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲା, ହେଲେ ବେଶ ଓଲାଗି ବେଳକୁ ଗୋଟିଏ କିଆ ଗାଏବ ଥିଲା। ଏମିତିକି ବେଶ ଦର୍ଶନ ଚାଲିଥିବାବେଳେ କିରୀଟର ଭଙ୍ଗା ସ୍ଥାନ ଲୁଚାଇବାକୁ କେହି ସେବକ ଏମିତି ମଲ୍ଲି ଫୁଲରେ ସଜେଇ ଦେଇଥିଲେ ଯେ, ସହଜରେ ଆଉ ଆଖିରେ ପଡ଼ିନଥିଲା। ତେବେ ଏଠି ପ୍ରଶ୍ନ କିରୀଟର ଏକ କିଆ କେମିତି ଭାଙ୍ଗିଲା ? ତାହା କୁଆଡ଼େ ଗଲା ? ଭଙ୍ଗା କିରୀଟର ବାମପଟର ତୃତୀୟ କିଆ ଭାଙ୍ଗିଯାଇଛି।

ଘଟଣା ଗଣମାଧ୍ୟମ ନଜରକୁ ଆସିବା ପରେ ନିଜେ ଭଣ୍ଡାର ମେକାପ କ୍ୟାମେରା ଆଗରେ ସତ ମାନିଥିଲେ କହିଥିଲେ, ରଥ ଉପରେ ସୁନାବେଶ ବେଳେ ଜଣେ ସେବାୟତଙ୍କ ହାତ ବାଜି କିରୀଟ କିଆଟି ଭାଙ୍ଗିଗଲା। ତାହା ସୁରକ୍ଷିତ ରହିଛି, ଏହାର ମରାମତି ହେବ। ସେପଟେ ଛତିଶା ନିଯୋଗ ନାୟକ କହିଛନ୍ତି, ଦୁର୍ବଳ କିରୀଟ ମରାମତି ପାଇଁ ବହୁ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରିଛୁ, ହେଲେ ପଦକ୍ଷେପ ଶୂନ ତେଣେ ନୀତି ପ୍ରଶାସକ କହିଛନ୍ତି-ଶ୍ରୀମନ୍ଦିର କମାଣ୍ଡରଙ୍କୁ ରିପୋର୍ଟ ମାଗିଛୁ।

Advertisment

ପୂର୍ବରୁ ୨୦୧୦ ମସିହାରେ ବି ଭାଙ୍ଗିଥିଲା ମହାପ୍ରଭୁ ଜଗନ୍ନାଥଙ୍କ ସୁବର୍ଣ୍ଣ କିରୀଟ, ଯାହାକୁ ମରାମତି କରାଯାଇ ପୁଣି ଠାକୁରଙ୍କୁ ଲାଗି ହେଉଛି। ଶ୍ରୀମନ୍ଦିର ଗବେଷକଙ୍କ ମତରେ ସୁନାବେଶରେ ଲାଗି ହେଉଥିବା କିରୀଟ ଓ ଅଳଙ୍କାରଗୁଡ଼ିକ ଶହ ଶହ ବର୍ଷ ପୁରୁଣା। ଏମିତିକି ପଞ୍ଚଦଶ ଶତାବ୍ଦୀରେ କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ବିଜୟ କରି ଆଣିଥିବା ବିପୁଳ ସୁନାରେ ଏସବୁ ଅଳଙ୍କାର ମାନ ନିର୍ମାଣ ହୋଇଥିବା ଅନୁମାନ କରାଯାଉଛି। ତେଣୁ ଏତେ ବର୍ଷ ପୁରୁଣା ଅଳଙ୍କାରର ମରାମତି ଆବଶ୍ୟକ କଲାଣି।

ସେପଟେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ମଧ୍ୟ ମହାପ୍ରଭୁଙ୍କୁ ଭଙ୍ଗା କିରୀଟ ଲଗାଯିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି। କହିଛନ୍ତି- ଶ୍ରୀମନ୍ଦିର ରତ୍ନଭଣ୍ଡାରର ଭିତର ଭଣ୍ଡାରରେ ଏବେ ବି ମହଣ ମହଣ ସୁନାରେ ନିର୍ମିତ ବିବିଧ ଅଳଙ୍କାର ମାନ ରହିଛି। ସେସବୁକୁ କଢ଼ା ଯାଉନି କେବଳ କିଛି ହାତଗଣତି ଭଙ୍ଗା ଦଦରା ଅଳଙ୍କାରକୁ ଠାକୁରଙ୍କୁ ଲାଗି ହେଉଛି। ଠାକୁରଙ୍କ ନାଁରେ ଶହ ଶହ କୋଟି ଟଙ୍କାର ସମ୍ପତ୍ତି ରହିଛି। ସେଥିରେ ନୂଆ କିରୀଟି ଓ ନୂଆ ଅଳଙ୍କାର ନିର୍ମାଣ କରାଯିବାରେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି। ଉଭୟ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଉନଥିବାରୁ ଠାକୁର ଭଙ୍ଗା କିରୀଟ ଲଗାଉଛନ୍ତି ଓ ଏହା ଅତ୍ୟନ୍ତ ଲଜ୍ଜାକର କଥା ବୋଲି କହିଛନ୍ତି।

Advertisment

ରତ୍ନଭଣ୍ଡାରରେ ଠାକୁରଙ୍କର ମହଣ ମହଣ ସୁନା ଗଛିତ ଅଛି, ହେଲେ ତାକୁ ବାହାର ଉଦ୍ୟମ କରାନଯାଇ ମହାପ୍ରଭୁଙ୍କୁ ଭଙ୍ଗା କିରୀଟ ଓ ହାତଗଣତି ଅଳଙ୍କାର ଲାଗି ହେଉଛି ଯାହାକି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ବି ବ୍ୟଥିତ କରୁଛି।

ରିପୋର୍ଟ: ମଧୁସୂଦନ ମିଶ୍ର, ପ୍ରଦୀପ ମହାନ୍ତି

Odisha News Odisha Government Puri Jaggannth Temple Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ