Advertisment

ଘୋଷଣା କରି ଭୁଲିଗଲେ ମୁଖ୍ୟମନ୍ତ୍ରୀ ! ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମର ବିକାଶ କେବେ ?

୨୦୧୯ ଫେବୃୟାରୀ ୧ ତାରିଖରେ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ବିଜୁ ଯୁବ ବାହିନୀର କାର୍ଯ୍ୟକ୍ରମ । ଏଥିଲାଗି ଷ୍ଟାଡିୟମର ପାଚେରୀକୁ ଭାଙ୍ଗି ଦିଆଯାଇଥିଲା । ହଜାର ହଜାର ଲୋକଙ୍କ ସମାଗମ ଓ ଟେଣ୍ଟ ପାଇଁ ପଡିଆକୁ ଖୋଳାଖୋଳି ମଧ୍ୟ କରାଯାଇଥିଲା ।

ଅଦ୍ୟତନ ହୋଇଛି
Locals express resentment over irregularities in renovation of VSS stadium in Sambalpur

Locals express resentment over irregularities in renovation of VSS stadium in Sambalpur

Advertisment

ରାଜ୍ୟରେ କ୍ରୀଡ଼ାର ବିକାଶ ଲାଗି କେତେ କଣ କରୁଛନ୍ତି ସରକାର । ମାତ୍ର ସମ୍ବଲପୁରରେ ଷ୍ଟାଡିୟମର ବିକାଶ ଲାଗି ଖୋଦ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଏଯାଏଁ କାର୍ଯ୍ୟକାରୀ ହୋଇପାରିନି । ଏହାରି ଭିତରେ ବିତିଗଲାଣି ୫ ବର୍ଷ । ଅନ୍ୟପଟେ କ୍ରୀଡ଼ା ମନ୍ତ୍ରୀ କହିଛନ୍ତି ମୁଖ୍ୟମନ୍ତ୍ରୀ କଣ ଘୋଷଣା କରିଥିଲେ ତାର ଅନୁଧ୍ୟାନ କରାଯିବ ।

Advertisment

ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିଥିଲେ । ଷ୍ଟାଡିୟମର ବିକାଶ ଲାଗି ଗତ ୨୦୧୯ ମସିହା ଫେବ୍ରୁଆରୀ ୧ ତାରିଖରେ ୩ କୋଟି ଟଙ୍କା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାରି ଭିତରେ ୫ ବର୍ଷ ବିତିବାକୁ ବସିଥିଲେ ବି ଷ୍ଟାଡିୟମ ବିକାଶ ହୋଇପାରିନଥିବା ଅଭିଯୋଗ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଘୋଷଣାରେ ରହିଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି କ୍ରୀଡ଼ାବିତ୍ ।

୨୦୧୯ ଫେବୃୟାରୀ ୧ ତାରିଖରେ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ବିଜୁ ଯୁବ ବାହିନୀର କାର୍ଯ୍ୟକ୍ରମ । ଏଥିଲାଗି ଷ୍ଟାଡିୟମର ପାଚେରୀକୁ ଭାଙ୍ଗି ଦିଆଯାଇଥିଲା । ହଜାର ହଜାର ଲୋକଙ୍କ ସମାଗମ ଓ ଟେଣ୍ଟ ପାଇଁ ପଡିଆକୁ ଖୋଳାଖୋଳି ମଧ୍ୟ କରାଯାଇଥିଲା । ତେବେ ପିଚ୍ ଖରାପ ହେବା ଆଶଙ୍କାରେ ସେତେବେଳେ ଏହାକୁ ଜୋରଦାର ବିରୋଧ କରାଯାଇଥିଲା ।

Advertisment

ମାତ୍ର ପ୍ରଶାସନ କୌଣସି ମତେ ଷ୍ଟାଡିୟମ ପରିସରରେ କାର୍ଯ୍ୟକ୍ରମ କରାଇଥିଲା । ପରେ ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ଷ୍ଟାଡିୟମର ବିକାଶ ଲାଗି ୩ କୋଟି ଟଙ୍କା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମ ପରେ କିଛି ତାଳିପକା ମରାମତି ହୋଇଥିଲେ ବି ବିକାଶ ପାଇଁ କୌଣସି କାର୍ଯ୍ୟ ହୋଇନଥିବା ଅଭିଯୋଗ ହୋଇଛି ।

ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ କେବଳ ସମ୍ବଲପୁର ନୁହେଁ, ପଶ୍ଚିମ ଓଡିଶାର କ୍ରୀଡା ବିକାଶର ପ୍ରାଣକେନ୍ଦ୍ର । ରଣଜୀ ଟ୍ରଫି ଠାରୁ ନେଇ ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହୋଇଥାଏ ଷ୍ଟାଡିୟମରେ । ମାତ୍ର ଷ୍ଟାଡିୟମ ଆଜି ବି ଅବହେଳିତ ଅବସ୍ଥାରେ ପଡ଼ିରହିଛି ।

Advertisment
Naveen Pattnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ