/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709656724.jpg)
MKCG Hospital
ବ୍ରହ୍ମପୁର MKCG ମେଡିକାଲରେ କେବେ ଖୋଲିବ ବର୍ଣ୍ଣ କେୟାର ୟୁନିଟ୍। ଦକ୍ଷିଣ ଓଡ଼ିଶାର ଏହି ପ୍ରମୁଖ ମେଡିକାଲରେ ବର୍ଣ୍ଣ କେୟାର ୟୁନିଟ୍ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ୪ବର୍ଷ ତଳେ ମେଣ୍ଡରାଜପୁର ବସ୍ ଟ୍ରାଜେଡି ଘଟଣା ବେଳେ ରାଜ୍ୟ ସରକାର ବର୍ଣ୍ଣ କେୟାର ୟୁନିଟ୍ ନେଇ ପ୍ରତିଶ୍ରୁତି ଦେଇଥିଲେ। ହେଲେ ପ୍ରତିଶ୍ରୁତି ପାଣିର ଗାର ହୋଇଛି। ଶୀଘ୍ର ବହ୍ମପୁର ଏମକେସିଜି ମେଡିକାଲରେ ଏହି ସୋବା ଯୋଗାଇବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।
ଯୁଆଡେ ଦେଖିବେ ଖାଲି ବଡ ବଡ କୋଠା। ହେଲେ ନାହିଁ ବର୍ଣ୍ଣ କେୟାର ୟୁନିଟ୍। ଦକ୍ଷିଣ ଓଡ଼ିଶାର ସବୁଠାରୁ ସବୁଠାରୁ ପ୍ରମୁଖ MKCG ମେଡିକାଲରେ ପରିତାପର ବିଷୟ। ଏତେ ବଡ଼ ମେଡିକାଲ କଲେଜରେ ଆଜି ପର୍ଯ୍ୟନ୍ତ ଖୋଲିନି ବର୍ଣ୍ଣ କେୟାର ୟୁନିଟ୍। ରୋଗୀ ପୋଡିଗଲେ କିମ୍ବା ଏସିଡ ମାଡ ହେଲେ ଏଠାରେ ତୁରନ୍ତ ସେବା ମିଳୁନି।
ଏହାର ଜ୍ୱଳନ୍ତ ଉଦାହରଣ ହେଲେ ସହରର ଲାଞ୍ଜିପଲ୍ଲୀ ସିଂ କଲୋନୀର ନିରୂପମା ସିଂଦେଓ। ୩ ମାସ ତଳେ ଦୀପ ନିଆଁରେ ପୋଡି ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ଏମକେସିଜିରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଆଉ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।
ଅନ୍ୟପକ୍ଷରେ ମେଡ଼ିକାଲର PMSSY ସୁପର ସ୍ପେଶାଲିଟି ବ୍ଲକରେ ରହିଛି ଏକ ବର୍ଣ୍ଣିଂ ଓ ପ୍ଲାଷ୍ଟିକ ସର୍ଜରୀ ୟୁନିଟ୍। ପ୍ଲାଷ୍ଟିକ ସର୍ଜରୀ ୟୁନିଟରେ ମାତ୍ର ୨୦ଟି ବେଡ୍ ଓ ୬ଟି ICU ରହିଛି। ଏଠି ଅନ୍ୟାନ୍ୟ ରୋଗର ପ୍ଲାଷ୍ଟିକ ସର୍ଜରୀ ସହ ୩୦ ପ୍ରତିଶତରୁ କମ୍ ପୋଡ଼ି ଯାଇଥିବା ରୋଗୀଙ୍କ ଚିକିତ୍ସା କରାଯାଉଛି। ହେଲେ ସ୍ପେଶାଲ ବର୍ଣ୍ଣ କେୟାର ୟୁନିଟ୍ ନଥିବାରୁ ଗୁରୁତର ଆହତଙ୍କୁ ମଳୁନି ସେବା। ସେପଟେ ଏନେଇ ଅତି ଶୀଘ୍ର ବ୍ୟବସ୍ଥା କରାଯିବ ବୋଲି ମେଡ଼ିକାଲ ସୁପରିଟେଣ୍ଡେଣ୍ଟ କହିଛନ୍ତି।
ଗତବର୍ଷ ୪ ବର୍ଷ ତଳେ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ତୁରନ୍ତ ଫଳପ୍ରଦ କରାଗଲେ ବ୍ରହ୍ମପୁର ବାସିନ୍ଦାମାନେ ଉପକୃତ ହେବେ ବୋଲି ମତ ରଖିଛନ୍ତି ବୁଦ୍ଧଜୀବୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)