• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖାଦ୍ୟରେ ଝିଟିପିଟି । ଏପରି ଏକ ସମ୍ୱେଦନଶୀଳ ଘଟଣା ଘଟିଛି ବଲାଙ୍ଗିର ଲର୍କିପାଲି ଠାରେ ଥିବା ସରକାରୀ ଆଇଟିଆଇର ବଏଜ ହଷ୍ଟେଲରେ । ଏହି ଖାଦ୍ୟ ଖାଇ ୨୦ ଛାତ୍ର ଅସୁସ୍ଥ ହୋଇଛନ୍ତି । ଗତକାଲି ରାତିରେ ଛାତ୍ର ମାନେ ରାତ୍ରୀଭୋଜନ ଖାଉଥିବା ସମୟରେ ଦେବହରି ଛତ୍ରିଆ ନାମକ ଜଣେ ପ୍ରଥମ ବର୍ଷର ଛାତ୍ରଙ୍କ ଡାଲି ଭିତରେ ମୃତ ଝିଟିପିଟି ପଡିଥିବା ଦେଖିବାକୁ ପାଇଥିଲେ ।

ସେତେବେଲକୁ ପ୍ରାୟ ପିଲା ଖାଇ ସାରିଥିଲେ । ଘଟଣା ଜଣା ପଡିବା ପରେ ଡାଲିକୁ ଫିଙ୍ଗି ଦିଆଯାଇଥିଲା । ରାତିରେ କିଛି ପିଲାଙ୍କ ପେଟବ୍ୟଥା ହୋଇଥିଲା । କଲେଜ କର୍ତ୍ତୃପକ୍ଷଙ୍କୁ ଏହା ଜଣାଇବା ପରେ ମଧ୍ୟ ଛାତ୍ର ମାନଙ୍କୁ ମେଡିକାଲ ନେଇନଥିଲେ । ଏବେ ଅସୁସ୍ଥ ଛାତ୍ରଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ଖାଦ୍ୟରେ ଝିଟିପିଟି ପଡିବା ଘଟଣାକୁ ନେଇ ଆଇଟିଆଇ କଲେଜରେ ହଇଚଇ ସୃଷ୍ଟି ହୋଇଛି । ରାତିରେ ପେଟ ବ୍ୟଥା ହେଉଥିବା ଛାତ୍ର ମାନେ କହିଥିବା ବେଲେ ସେ ମାନଙ୍କୁ କଣ ପାଇଁ ଅବହେଲା କରି କଲେଜ କତୃପକ୍ଷ ଡାକ୍ତରଖାନାକୁ ଆଣିଲେ ନାହିଁ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ହଷ୍ଟେଲ ଇନଚାର୍ଜ ରୋଷେଇଆ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।