୧୧ ଦିନରେ ସମୂହ ଛୁଟିରେ ପ୍ରାଣୀ ଚିକିତ୍ସକ; ରାଜ୍ୟରେ ପ୍ରାଣୀଧନ ଚିକିତ୍ସା ଠପ୍‌ !

ରାଜ୍ୟରେ ପ୍ରତି ଗ୍ରାମ ପଞ୍ଚାୟତରେ ପ୍ରାଣୀ ଚିକିତ୍ସାଳୟ ଖୋଲିବା ଲାଗି ଦାବି ହୋଇଛି । ରାଜ୍ୟରେ ଏବେ ମାତ୍ର ୫୪୩ଟି ପ୍ରାଣୀଧନ ଡାକ୍ତରଖାନା ରହିଛି ।

ରାଜ୍ୟରେ ପ୍ରାଣୀଧନ ଚିକିତ୍ସା ଠପ୍‌ !

ଦୁଇ ସପ୍ତାହ ହେବ ସମୂହ ଛୁଟିରେ ରାଜ୍ୟର ପ୍ରାଣୀ ଚିକିତ୍ସକ । ଫଳରେ ସବୁଠି ପ୍ରାଣୀଧନ ଚିକିତ୍ସା ପ୍ରଭାବିତ । ବିନା ଦେୟରେ ପ୍ରାଣୀଧନ ଚିକିତ୍ସା, ପ୍ରାଣୀ ଚିକିତ୍ସାଳୟ ରୂପାନ୍ତିକରଣ ଓ କ୍ୟାଡ଼ର ପୁନର୍ଗଠନ ଦାବିରେ ସମୂହ ଛୁଟିରେ ଅଛନ୍ତି ପ୍ରାଣୀ ଚିକିତ୍ସକ । ମନୁଷ୍ୟ ଭଳି ଜୀବଜନ୍ତୁଙ୍କୁ ମଧ୍ୟ ସରକାର ମାଗଣା ଚିକିତ୍ସା ଯୋଗାଇବା ଦରକାର ।

ଏହାଛଡ଼ା ରାଜ୍ୟରେ ପ୍ରତି ଗ୍ରାମ ପଞ୍ଚାୟତରେ ପ୍ରାଣୀ ଚିକିତ୍ସାଳୟ ଖୋଲାବା ଲାଗି ଦାବି ହୋଇଛି । ରାଜ୍ୟରେ ଏବେ ମାତ୍ର ୫୪୩ଟି ପ୍ରାଣୀଧନ ଡାକ୍ତରଖାନା ରହିଛି । ୧ ହଜାର ୯୧୦ ଡାକ୍ତର ବଦଳରେ ମାତ୍ର ୧୩୦୦ ପ୍ରାଣୀ ଚିକିତ୍ସକ ଅଛନ୍ତି । ପ୍ରାଣୀଧନ ଚିକିତ୍ସା ପାଇଁ ଚିକିତ୍ସାଳୟ ଗୁଡ଼ିକରେ ଆବଶ୍ୟକ ଉପକରଣ ବି ନାହିଁ ।

ସରକାର ଦାବି ପୂରଣ ନ କଲେ ସମୂହ ଛୁଟି ଜରିଆରେ ଆନ୍ଦୋଳନ ଜାରି ରଖିବାକୁ କଡ଼ା ଚେତାବନୀ ଦେଇଛି ସଂଘ । ସେପଟେ ସରକାର ଏସମା ଲାଗୁ ରରିବା ପରେ ବି ଡାକ୍ତର ନିଜ ଜିଦରେ ଅଟଳ ରହିଛନ୍ତି । ତେଣୁ ଆଜି କିଛି କଡ଼ା ପଦକ୍ଷେପ ନେଇପାରନ୍ତି ସରକାର ।