Advertisment

ୟୁଟୁବ୍‌ରେ ଦେଖିପାରିବେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠର ଶୁଣାଣି ପ୍ରକ୍ରିୟାର ସିଧାପ୍ରସାରଣ

ଏହି ଲାଇଭ ଷ୍ଟ୍ରିମିଙ୍ଗ ଓଡ଼ିଶା ହାଇକୋର୍ଟର ଅଫିସିଆଲ୍ ୟୁଟୁବ ଚ୍ୟାନେଲରେ ଉପଲବ୍ଧ ହେଉଛି। ଏଥିସହ ଓଡ଼ିଶା ହାଇକୋର୍ଟ ମୋବାଇଲ ଆପ, ଅନଲାଇନ ଜରିଆରେ ନିମ୍ନ ଅଦାଲତରେ ଜୋରିମାନା ଆଦାୟ ବ୍ୟବସ୍ଥା, ଟ୍ୱିନ ସିଟିରେ ପରିବହନ ସମ୍ପର୍କିତ ଇ-ଚାଲାଣ ବିବାଦ ପାଇଁ ଭର୍ଚୁଆଲ କୋର୍ଟ ବ୍ୟବସ୍ଥା ଲୋକାର୍ପିତ କରାଯାଇଛି।

ୟୁଟୁବ୍‌ରେ ଦେଖିପାରିବେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠର ଶୁଣାଣି ପ୍ରକ୍ରିୟାର ସିଧାପ୍ରସାରଣ

Odisha High Court

Advertisment

କଟକ: ଆଜିଠୁ ଓଡ଼ିଶା ହାଇକୋର୍ଟରେ ପ୍ରୋସିଡିଂର ସିଧାପ୍ରସାରଣ ଆରମ୍ଭ ହୋଇଛି। ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠର ଶୁଣାଣି ପ୍ରକ୍ରିୟାର ସିଧାପ୍ରସାରଣ କରାଯାଇଛି। ଭର୍ଚୁଆଲ ପ୍ଲାଟଫର୍ମରେ ଏହି ବ୍ୟବସ୍ଥାକୁ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍.ମୂରଲୀଧର ଉଦଘାଟନ କରିଛନ୍ତି। ଏହି ଅବସରରେ ହାଇକୋର୍ଟଙ୍କ ସମସ୍ତ ବିଚାରପତି, ବିଭିନ୍ନ ଜିଲ୍ଲା ଜଜ, ଆଡଭକେଟ ଜେନେରାଲ, ପୋଲିସ ମହାନିର୍ଦ୍ଦେଶକ, ପୋଲିସ କମିଶନର, ପରିବହନ କମିଶନର ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ।

Advertisment

 ଏହି ଲାଇଭ ଷ୍ଟ୍ରିମିଙ୍ଗ ଓଡ଼ିଶା ହାଇକୋର୍ଟର ଅଫିସିଆଲ୍ ୟୁଟୁବ ଚ୍ୟାନେଲରେ ଉପଲବ୍ଧ ହେଉଛି। ଏଥିସହ ଓଡ଼ିଶା ହାଇକୋର୍ଟ ମୋବାଇଲ ଆପ, ଅନଲାଇନ ଜରିଆରେ ନିମ୍ନ ଅଦାଲତରେ ଜୋରିମାନା ଆଦାୟ ବ୍ୟବସ୍ଥା, ଟ୍ୱିନ ସିଟିରେ ପରିବହନ ସମ୍ପର୍କିତ ଇ-ଚାଲାଣ ବିବାଦ ପାଇଁ ଭର୍ଚୁଆଲ କୋର୍ଟ ବ୍ୟବସ୍ଥା ଲୋକାର୍ପିତ କରାଯାଇଛି। 

ଅନ୍ୟପଟେ ହାଇକୋର୍ଟର ଏହି ସିଧା ପ୍ରସାରଣ ବ୍ୟବସ୍ଥାକୁ ହାଇକୋର୍ଟ ବାର ଆସୋସିଏସନ ବିରୋଧ କରିଛି। ସୁପ୍ରିମକୋର୍ଟରେ ଏଭଳି ବ୍ୟବସ୍ଥା ନାହିଁ କି ଏ ସମ୍ପର୍କରେ ଆଇନଜୀବୀଙ୍କ ମତାମତ ଲୋଡା ଯାଇନାହିଁ ବୋଲି ବାର୍ କହିଛି। ତେଣୁ ଏସବୁକୁ ଦୃଷ୍ଟିରେ ରଖି କୋର୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ସ୍ୱାଭାବିକ ହେଲା ପର୍ଯ୍ୟନ୍ତ ଏ ବ୍ୟବସ୍ଥା ସ୍ଥଗିତ ରଖିବାକୁ ଦାବି କରିଛି ବାର୍ ଆସୋସିଏସନ୍। ବାର୍‌ର ପରବର୍ତ୍ତୀ ପଦକ୍ଷେପ ନେଇ ଆସନ୍ତା ବୁଧବାର ପୁଣି ଏକ ସାଧାରଣ ପରିଷଦ ବୈଠକ ବସିବ ବୋଲି ଜଣାପଡ଼ିଛି।

Advertisment
Odisha News Orissa High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ