Advertisment

ପିଲାର ବୁଦ୍ଧି ଆଗରେ ବି ହାର ମାନନ୍ତି ମା-ବାପା

କୁନି ଝିଅଟି ଚାହୁଁଥିଲା ଚିପ୍ସ ପ୍ୟାକେଟ୍ କିଣିବାକୁ। ମା’କୁ କହିବାରୁ ସେ ସିଧା ମନାକରିଦେଲେ। ତା’ପରେ ଝିଅଟି ଯେଉଁ ଚାଲାକି ଖେଳିଲା ଯେକୌଣସି ମା’ ବି ଚିପ୍ସ କିଣିବାକୁ ବାଧ୍ୟହେବ।

author-image
Pramod Behera
Little girl using brain to buy chips packets

Little girl using brain to buy chips packets

ଆଜିର ପିଲାମାନେ ଏତେ ଚାଲାକ ଯେ ସେମାନେ ଯେତେବେଳେ ଯାହା ଚାହାନ୍ତି ତାହା କରନ୍ତି। ବେଳେବେଳେ ସେମାନଙ୍କର ଏହି ବୁଦ୍ଧିକୁ ଆମେ ଚିନ୍ତା ବି କରିପାରିବା ନାହିଁ। ତେବେ ପିଲାମାନଙ୍କ ମନରେ ଆଜିକାଲି କ’ଣ ଚାଲୁଛି ସେମାନଙ୍କ ମା’ ମାନେ ମଧ୍ୟ ବୁଝିପାରନ୍ତି ନାହିଁ। ଭାଇରାଲ ହେଉଥିବା ଏହି ଭିଡିଓ ଦେଖିଲେ ଆପଣ ଠିକ ବିଶ୍ୱାସ କରିପାରିବେ।

Advertisment

ଏହି ଭିଡିଓଟି ଏକ ଛୋଟ ଝିଅର ହୋଇଥିବା ବେଳେ ସେ ତା’ ମା’ଙ୍କ ସହିତ କିଛି କିଣାକିଣି କରିବାକୁ ଯାଇଥିଲା। ଦୋକାନରେ ବୁଲୁଥିବା ବେଳେ ସେ ତା’ ମା’ଙ୍କୁ ଚିପ୍ସ ପ୍ୟାକେଟ୍ ନେବାକୁ କହିଲା। ମା’ କିନ୍ତୁ ଝିଅଟିର କଥାକୁ ଶୁଣି ନଥିଲେ। ଏହା ପରେ ଝିଅଟି ଯେଉଁ ଚାଲାକି ଖେଳିଲା ତାହା ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ଭାବିବା ଆରମ୍ଭ କରିବେ ଯେ ଏତେ ଛୋଟ ଝିଅର ମନ ଏତେ ବିଚକ୍ଷଣ କିପରି ହୋଇପାରେ।

ଭାଇରାଲ୍‌ ହେଉଥିବା ଏହି ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରାଯାଇଛି। ଭିଡିଓରେ ଆପଣ ଦେଖିପାରିବେ ଯେ ଦୋକାନରେ ମହିଳା ଜଣକ ସଉଦା କିଣାକିଣି କରୁଥିବା ବେଳେ ଏକ ଲଗେଜ୍ ଟ୍ରଲି ଧରି ଛିଡା ହୋଇଛନ୍ତି ଏବଂ ତାଙ୍କ ପାଖରେ ତାଙ୍କ କୁନି ଝିଅ ଛିଡା ହୋଇଛି। ଝିଅଟି ତା’ ହାତରେ ଚିପ୍ସର ଏକ ପ୍ୟାକେଟ୍ ଧରିଛି। ସେ ଏହାକୁ କିଣିବା ପାଇଁ ତା’ ମା’ ପାଖରେ ଜିଦ୍ ଧରିଛି।

Advertisment

କିନ୍ତୁ ମା’ ଝିଅ ପାଇଁ ଏହି ଚିପ୍ସ ପ୍ୟାକେଟ୍‌ କିଣିବାକୁ ମନା କରିଦିଅନ୍ତି। ମା’ର ମନାକରିବା ଦେଖି ଝିଅଟି ରାଗିଯାଏ। ମା’ ସିନା ମନା କରିଦେଲେ, କିନ୍ତୁ ତା’ ଜିଦ୍‌କୁ ପୂରଣ କରିବା ନେଇ ସେ ତା’ର କୌଶଳକୁ ବ୍ୟବହାର କରିବାକୁ ଲାଗେ। ସେ ସଙ୍ଗେ ସଙ୍ଗେ ଚିପ୍ସ ପ୍ୟାକେଟ୍‌କୁ ଚିରିଦେବା ଭିଡିଓରେ ଦେଖାଯାଏ। ବର୍ତ୍ତମାନ କ’ଣ ହେବ! ମା’ ତ ନିଶ୍ଚିତ ବାଧ୍ୟ ହେବ ଚିପ୍ସ ପ୍ୟାକେଟ୍ କିଣିବାକୁ। କାରଣ ଚିରା ପ୍ୟାକେଟ୍‌ ତ ଦୋକାନୀ ରଖିବ ନାହିଁ।

ଏହି ଭିଡିଓରେ ଦେଖିଲେ ତ ଆଜିକାଲି ପିଲାଙ୍କର ମନ କେତେ ଦ୍ରୁତ! ସେମାନେ ତାଙ୍କ ନିଜ ଇଛାକୁ ପୂରଣ କରିବା ନେଇ କିଛି ବି କରିପାରନ୍ତି। କିନ୍ତୁ ଆପଣ ପିଲାର ମନରେ କ’ଣ ଚାଲୁଛି ତାହା ଆପଣ ସହଜରେ ଅନୁମାନ କରିପାରିବେ ନାହିଁ। କାରଣ ସେମାନାଙ୍କ ବୁଦ୍ଧି ଆଗରେ ଆପଣ ବୁଦ୍ଧି ଚିନ୍ତିତ ହାର ମାନିବ। ଏହି କୁନି ଝିଅକୁ ଦେଖି ଆପଣ ନିଶ୍ଚୟ ବୁଝିପାରୁଥିବେ ଯେ ଯଦି ଆଜିର ପିଲାମାନେ କିପରି କିଛି ଶୁଣନ୍ତି ନାହିଁ। ସେମାନେ ଯାହା ଚାହାନ୍ତି ତାହା କରି ଦେଖାନ୍ତି।

Viral Video
Advertisment
Advertisment