Advertisment

ଏହି କୁନି ଝିଅର ନଖରାମୀ ଆପଣଙ୍କ ମନରେ ଭରିଦେବ ହସ

ଏବେ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯାହା ଆପଣଙ୍କ ମନରେ ହସ ଭରିଦେବ। ଏହି ଭିଡିଓରେ ଏକ କୁନି ଝିଅ କୋକାକୋଲା ପିଇବା ପରେ ଏମିତି ମୁହଁ କରୁଛି ଯେ ଆପଣ ଦେଖିଲେ ବାରମ୍ବାର ଦେଖିବାକୁ ଇଛା କରିବେ।

author-image
Pramod Behera
ଅଦ୍ୟତନ ହୋଇଛି
Little girl taste coca-cola for the first time

Little girl taste coca-cola for the first time

ପିଲାମାନଙ୍କର ନଖରାମୀ କାହାକୁ ବା ଭଲ ନ ଲାଗେ। ମା-ବାପାମାନେ ପିଲାମାନଙ୍କ ଏହି ନଖରାମୀକୁ ଉପଭୋଗ କରିବା ସହ ଭିଡିଓ କରି ପୋଷ୍ଟ ମଧ୍ୟ କରନ୍ତି। ସୋସିଆଲ ମିଡିଆରେ ପିଲାମାନଙ୍କର ଏଭଳି ଅନେକ ଭିଡିଓ ଭାଇରାଲ୍ ହେବା ପ୍ରାୟ ସମସ୍ତେ ଦେଖିଥିବେ। ଏହି ଭିଡିଓଗୁଡିକ ଏତେ ମନଛୁଆଁ ହୋଇଥାଏ ଯେ ଜଣେ ଦୁଃଖୀ ମଣିଷ ମନରେ ବି ହସ ଭରିଦିଏ।

Advertisment

ବର୍ତ୍ତମାନ ଏମିତି ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ କୁନି ଝିଅ କୋକାକୋଲା ପିଉଥିବା ଦେଖାଯାଉଛି। ଏଥିରୁ ଲାଗୁଛି ଯେ ଝିଅଟି ପ୍ରଥମ ଥର ପାଇଁ କୋକ୍ ପିଉଛି। ସେ ପ୍ରଥମ ଢୋକ ନେବା ମାତ୍ରେ ଏମିତି ବିକୃତ ଚେହେରା କରୁଛି ଯେ ଯିଏ ଦେଖିବ ସିଏ ନ ହସି ରହିପାରିବ ନାହିଁ। ଲୋକମାନେ କୁନି ଝିଅର ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି।

ଏହି ଭିଡିଓଟି ଦେଖିବାକୁ ବହୁତ ମଜାଦାର। କୋକ୍ ପିଇବା ପରେ କୁନି ଝିଅର ଏଭଳି ମଜାଳିଆ ହାବଭାବ ନିହାତି ଦେଖିବା ଭଳି। ଯିଏ ଏହି ଭିଡିଓ ଦେଖୁଛି ସେ ବାରମ୍ବାର ଏହାକୁ ଦେଖିବାକୁ ବାଧ୍ୟ ହେଉଛି। ଭିଡିଓଟି ବି ସମସ୍ତଙ୍କ ହୃଦୟ ଜିତିବାର ଲାଗିଛି। ଏହି ମଜାଳିଆ ଭିଡିଓଟି ଟ୍ୱିଟରରେ @buitengebieden_ ନାମକ ଏକ ପେଜ୍‌ରୁ ଶେୟାର କରାଯାଇଛି। ଖବର ଲେଖାହେବା ବେଳକୁ ଏହି ଭିଡିଓଟିକୁ ୪ ଲକ୍ଷ ୨୫ ହଜାରରୁ ଅଧିକ ଥର ଦେଖାଯାଇଥିଲା।

Advertisment

ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଏକ କୁନି ଝିଅ ତା’ ବାପା-ମା’ଙ୍କ ସହ ମ୍ୟାକ୍ ଡୋନାଲ୍ଡରେ ବସିଛି ଏବଂ ତା’ ହାତରେ କୋକାକୋଲା ଧରିଛି। ପିଲାଟି ଯେମିତି ଷ୍ଟ୍ର’ରେ କୋକାକୋଲାର ପ୍ରଥମ ଡୋକ ନେଇଛି ତ’ ମୁହଁ ବିକୃତ ହୋଇଯାଉଛି। ଝିଅଟି ଆଖିକୁ ଜୋର୍‌ରେ ବନ୍ଦକରି ପାଟିକୁ ଅଭୁଦ ପ୍ରକାର କରିଦେଉଛି ଆଉ ମୁଣ୍ଡକୁ ପଛଟକୁ ଭାଙ୍ଗି ଦେଉଛି। ସେ ଏମିତି କିଛି ସମୟ କରିବା ପରେ ଏହାର ସ୍ୱାଦ ଜାଣୁଛି ଆଉ ଟିକେ ମୁରୁକେଇ ହସୁଛି, ଏହା ପରେ ପୁଣି ଡୋକ ନେବାକୁ ପ୍ରସ୍ତୁତ ହେଉଛି।

ଭିଡିଓ ପୋଷ୍ଟ୍ ହୋଇ ଏହାର କ୍ୟାପ୍‌ସନ୍‌ରେ ଲେଖା ଯାଇଛି ଯେ କୁନି ଝିଅଟି ପ୍ରଥମ ଥର ପାଇଁ କୋକ୍ ପିଇଲା। ଲୋକମାନେ ଏହି ଭିଡିଓକୁ ବାରମ୍ବାର ଦେଖୁଛନ୍ତି ଏବଂ ଝିଅଟିର ଏହି କୌତୁତିଆପଣକୁ ବେଶ ପସନ୍ଦ କରୁଛନ୍ତି। ସେହିପରି କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ ଏତେ ଛୋଟ ପିଲା କୋକ୍ ପିଇବା ଉଚିତ ନୁହେଁ।

Viral Video
Advertisment
Advertisment