Advertisment

କୁନି ଝିଅର ନାଚ ଦେଖି ଆପଣ ବି ହୋଇଯିବେ ତାଜୁବ

ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି କୁନି ଝିଅ। ‘ମାନିକେ ମାଗେ ହିତେ’ ଗୀତରେ ଏମିତି ନାଚୁଛି ଯେ ସମସ୍ତଙ୍କ ହୃଦୟ କିଣିବାକୁ ବାଧ୍ୟ ହେଉଛି। ଆପଣ ବି ଯଦି ଦେଖିବେ ଚକିତ ହୋଇ ରହିଯିବେ।

author-image
Pramod Behera
ଅଦ୍ୟତନ ହୋଇଛି
Little girl dances on Manike Mage Hithe

Little girl dances on Manike Mage Hithe

ଇଣ୍ଟରନେଟ୍ ଦୁନିଆରେ ଅନେକ ସମୟରେ କିଛି ନା କିଛି ଭିଡିଓ ଭାଇରାଲ ହେଉଥିବା ଦେଖାଯାଏ। କିନ୍ତୁ ଏହିସବୁ ଭିଡିଓଗୁଡିକ ମଧ୍ୟରୁ କେତେକଙ୍କୁ ଲୋକେ ସାଙ୍ଗେ ସାଙ୍ଗେ ଭୁଲିଯାଉଥିବା ବେଳେ ଏପରି ଅନେକ ଭିଡିଓ ଆଛି ଯାହାର ଲୋକପ୍ରିୟତା କମିବାର ନାଁ ଧରେ ନାହିଁ। ଏସବୁ ଭିଡିଓକୁ ଲୋକେ ବାରମ୍ବାର ଦେଖନ୍ତି, ନିଜର ସାଙ୍ଗ ସାଥୀମାନଙ୍କୁ ଶେୟାର କରନ୍ତି। ଖାଲି ଏତିକି ନୁହେଁ ସେହିସବୁ ଭିଡିଓକୁ ଅନୁସରଣ କରି ନିଜେ ମଧ୍ୟ ଭିଡିଓ ପ୍ରସ୍ତୁତ କରି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରନ୍ତି।

Advertisment

ଆଜିକାଲି ଶ୍ରୀଲଙ୍କା ଗାୟିକା ୟୋହାନି ସବୁଆଡେ ଛାଇ ଯାଇଛନ୍ତି। ବର୍ତ୍ତମାନ ପରିସ୍ଥିତି ଏମିତି ହେଇଛି ଯେ ଲୋକେ ନିଜ ନିଜ ଶୈଳୀରେ ୟୋହାନିଙ୍କ ଗୀତ ଗାଇ କିମ୍ବା ନାଚି ଚର୍ଚ୍ଚାକୁ ଆସୁଛନ୍ତି। ସୋସିଆଲ ମିଡିଆରେ ଏମିତି ହଜାରେରୁ ଅଧିକ ଭିଡିଓ ଅଛି, ଯେଉଁଥିରେ ଲୋକମାନେ ‘ମାନିକେ ମାଗେ ହିତେ’ ଗୀତରେ ନାଚୁଥିବା ଦେଖିବାକୁ ମିଳେ।

ଏହି ଗୀତରେ ଏବେ ଜଣେ ୩ ବର୍ଷର ଝିଅ ଏଭଳି ଜବରଦସ୍ତ ଡ୍ୟାନ୍ସ କରି ସମସ୍ତଙ୍କ ହୃଦୟ ଜିତିବାରେ ଲାଗିଛନ୍ତି। ତାଙ୍କ ନାଚ ଏତେ ମନଛୁଆଁ ହୋଇଛି ଯେ ଯିଏ ଦେଖିଲା ତା’ ଆଖି ଲାଖି ଯାଉଛି। ଏନେଇ ସୋସିଆଲ ମିଡିଆରେ କୁନି ଝିଅର ଏହି ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି ଆଉ ବାଧ୍ୟ ହେଉଛନ୍ତି ସକରାତ୍ମକ ମତ ଦେବା ନେଇ।

Advertisment

ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳେ ଯେ ମାତ୍ର ୩ ବର୍ଷର ଏହି କୁନି ଝିଅଟି ୟୋହାନିଙ୍କ ପ୍ରସିଦ୍ଧ ଗୀତରେ ନାଚୁଛି। ସେ ଏହି ଭିଡିଓରେ ଏକ ହାଲୁକା ରଙ୍ଗର ଶାରାରା ପିନ୍ଧିଛି, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛି। ପିଲାଟିର ଆଖିଠାର, ତା’ର ହାତ ହଲା ଆଉ ଚାହାଣୀ ଦେଖିଲେ ଯିଏ କେହି ବି ଆତ୍ମହରା ହୋଇଯିବ।

କୁନି ଝିଅର ଏହି ଡ୍ୟାନ୍ସ ଭିଡିଓ ସମସ୍ତଙ୍କ ହୃଦୟ କିଣିନେଇଛି। ଲୋକମାନେ ଏହି ଭିଡିଓକୁ ଏତେ ପସନ୍ଦ କରୁଛନ୍ତି ଯେ ସେମାନେ କିଛି ନା କିଛି ମତ ଦେବାକୁ ବାଧ୍ୟ ହେଉଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମ୍‌ରେ rasbhari.taneja ନାମକ ପେଜ୍‌ରେ ଶେୟାର କରାଯାଇଛି। ଏହା ବ୍ୟତୀତ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ମଧ୍ୟ ଏହି ଭିଡିଓକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ଶେୟାର କରିଛନ୍ତି।

Viral Video
Advertisment
Advertisment