Advertisment

ଲାଲ ଟହ ଟହ ଲିଚୁ ଏବେ କଳା କାଠ, ଚାଷୀ ମୁଣ୍ଡରେ ଚଡ଼କ

ଲିଚୁ ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଖଣ୍ଡାଧାର ଅଂଚଳର ଚାଷୀଙ୍କ ଆଖିରେ ଲୁହ। ଖରାଦିନେ ଦୁଇ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଥିବା ଲିଚୁ ଚାଷୀ ଏବେ ଚିନ୍ତାରେ।

author-image
Prangyan Parimita
ଅଦ୍ୟତନ ହୋଇଛି
Special Story

Special Story

ଲିଚୁର ନାଁ ଆସିଲେ ଖାଇବାର ଉତ୍କଣ୍ଠା ବଢିଯାଏ। ଲାଲ ଟହ ଟହ ଏହି ଫଳ ଖରାଦିନେ ମିଳିଥାଏ। ଗ୍ରାହକଙ୍କ ଚାହିଦା ରହିଥିବାରୁ ବେଶ ଦୁଇ ପଇସା ରୋଜଗାର କରିଥାନ୍ତି ଲିଚୁ ଚାଷୀ। ହେଲେ ଏ ବର୍ଷ ସୁନ୍ଦରଗଡ଼ ଜିଲ୍ଲା ଖଣ୍ଡାଧାର ଅଂଚଳର ଲିଚୁ ଚାଷୀ ହତାଶ । କାରଣ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଲାଲ ଲିଚୁ କଳା ପଡି ଯାଉଛି।

Advertisment

ଲିଚୁକୁ ତୋଳି ବିଡା ବାନ୍ଧିବା ବେଳେ ଚାଷୀଙ୍କ ମନ ଶୁଖି ଯାଉଛି। ଗଛରେ ଭଲ ଫଳ ଆସିଥିଲେ ମଧ୍ୟ ଅତ୍ୟଧିକ ଗରମ ଯୋଗୁ ଲିଚୁ ସବୁ କଳା ପଡି ଯାଇଛି। ଲାଲ ବଦଳରେ କଳା ଲିଚୁ ଦେଖି ମୁହଁ ମୋଡୁଛନ୍ତି ଗ୍ରାହକ । କେତେକ ଲିଚୁ ଫାଟି ଯାଉଥିବାରୁ କ୍ଷତି ସହୁଛନ୍ତି ଚାଷୀ।

ଖରାଦିନେ ଲିଚୁର ଚାହିଦା ଥିବାରୁ ଚାଷୀ ଭଲ ଦି ପଇସା ରୋଜଗାର କରିବାକୁ ଆଶା ରଖିଥାଏ। ହେଲେ ଏ ବର୍ଷ ଚାଷୀଙ୍କ ସବୁ ଆଶା ଧୂଳିସାତ ହୋଇଯାଇଛି। କଳା ପଡିଯାଇଥିବା ଲିଚୁ କିଣିବାକୁ ଗ୍ରାହକ ରାଜି ହେଉନଥିବାରୁ ବଜାରରେ ଚାହିଦା କମି ଯାଉଛି। ଯଦି ସଠିକ ସମୟରେ ଗଛର ଯତ୍ନ ନିଆଯାଆନ୍ତା, ତେବେ ଲିଚୁ ଉତ୍ପାଦନ ବଢିବା ସହ ଚାଷୀ ବେଶ ଲାଭ ପାଇପାରନ୍ତେ ।

Advertisment

ବଣାଇରୁ ରଂଜିତ ଚୌଧୁରୀଙ୍କ ରିପୋର୍ଟ, ଓଟିଭି ।

Litchi Farmers
Advertisment
Advertisment