Advertisment

ଗଣେଶଙ୍କୁ ବିସର୍ଜନ ବେଳେ ଭାସିଗଲେ ମଦ ଦୋକାନ କର୍ମଚାରୀ

ଜଳପ୍ରପାତରେ ୫୦ ଫୁଟ୍‌ ଉପରୁ ପାଣି ପଡ଼ି ନଦୀକୁ ପ୍ରଖର ବେଗରେ ଚାଲି ଯାଉଥିବାରୁ ସେମାନଙ୍କୁ ଉଦ୍ଧାର କରିବା ସ୍ଥାନୀୟ ଲୋକଙ୍କ ପକ୍ଷେ ସମ୍ଭବପର ହୋଇନଥିଲା। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳିନାହିଁ।

ଅଦ୍ୟତନ ହୋଇଛି
Waterfall

Waterfall

Advertisment

ନୂଆପଡା/କରଞ୍ଜିଆ: ମହଙ୍ଗା ପଡ଼ିଲା ଅଥଳ ପାଣିରେ ପଶି ଗଣେଶଙ୍କ ବିସର୍ଜନ। ଗଣେଶଙ୍କୁ ବିସର୍ଜନ କରିବା ସମୟରେ ପାଣିରେ ଭାସିଗଲେ ମଦ ଦୋକାନ ମ୍ୟାନେଜର ଓ କର୍ମଚାରୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଗୋଧସ ଜଳପ୍ରପାତରେ। ନୂଆପଡ଼ା ଟାଉନ୍‌ରେ ଥିବା ଏକ ବିଦେଶୀ ମଦ ଦୋକାନରେ ଗଣେଶ ପୂଜା ହୋଇଥିଲା। ଆଜି ଗଣେଶଙ୍କ ବିସର୍ଜନ ପାଇଁ ମଦ ଦୋକାନର କର୍ମଚାରୀମାନେ ଏକ କାରରେ ୪୦ କିମି ଦୂର ଗୋଧସ ଜଳପ୍ରପାତକୁ ଯାଇଥିଲେ।

Advertisment

ଗଣେଶଙ୍କ ମୂର୍ତ୍ତି ଧରି ୬ ଜଣ ଜଳପ୍ରପାତ ଭିତରକୁ ଯାଇଥିଲେ। ଅସାବଧାନତା ଯୋଗୁ ମଦ ଦୋକାନ ମ୍ୟାନେଜର ମିଲେସ ସିଂ, ସେଲ୍‌ସମ୍ୟାନ୍‌ ରାଜକୁମାର ଗୁପ୍ତା ଓ ଅମିତ କୁମାର ଭାସି ଯାଇଥିଲେ। କୌଶଳ କରି ଅନ୍ୟମାନେ କୂଳକୁ ଫେରିଥିଲେ। ଜଳପ୍ରପାତରେ ୫୦ ଫୁଟ୍‌ ଉପରୁ ପାଣି ପଡ଼ି ନଦୀକୁ ପ୍ରଖର ବେଗରେ ଚାଲି ଯାଉଥିବାରୁ ସେମାନଙ୍କୁ ଉଦ୍ଧାର କରିବା ସ୍ଥାନୀୟ ଲୋକଙ୍କ ପକ୍ଷେ ସମ୍ଭବପର ହୋଇନଥିଲା। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳି ନାହିଁ।

ସେପଟେ ଲଗାଣବର୍ଷା ଯୋଗୁ ମୟୂରଭଞ୍ଜ ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ବୈତରଣୀ ନଦୀ ଫୁଲିଛି। ଏହି ସମୟରେ ଦୋମୁହାଁଣି ନିକଟରେ ଜଣେ ଯୁବକ ଗାଧୋଉ ଥିବା ସମୟରେ ନିଖୋଜ ହୋଇଯାଇଛନ୍ତି। ଉକ୍ତ ଯୁବକ ବୈତରଣୀ ନଦୀର ଦୋମୁହାଁଣିଠାରେ ଚାଲିଥିବା ନୂତନ ବ୍ରିଜ୍‌ ନିର୍ମାଣରେ ନିୟୋଜିତ ଥିଲେ। ଉକ୍ତ ଯୁବକଙ୍କ ଘର ବିହାର ରାଜ୍ୟ ବନବୀର ବୋଲି ଜଣାପଡ଼ିଛି।

Advertisment
Odisha Ganesh Puja Waterfall
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ