Advertisment

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ 'ବିନି'ର ମୃତ୍ୟୁ

ବୟସାଧିକ କାରଣରୁ ସିଂହୀ ବିନିର ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଥିଲା । ଗତ କିଛି ଦିନ ଧରି ସେ ଚିକିତ୍ସିତ ହେଉଥିଲା । ୫ ତାରିଖରୁ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଗତକାଲି ତାର ମୃତ୍ୟୁ ଘଟିଥିବା ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଅଦ୍ୟତନ ହୋଇଛି
Nandankanan Zoo Lioness Bini Death

Lioness ‘Bini’ dies at Nandankanan Zoo in Bhubaneswar

Advertisment

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଖିବୁଜିଲା ସିଂହୀ ବିନି ।୧୬ ବର୍ଷ ବୟସରେ ତାର ମୃତ୍ୟୁ ଘଟିଛି । ବୟସାଧିକ କାରଣରୁ ସିଂହୀ ବିନିର ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଥିଲା । ଗତ କିଛି ଦିନ ଧରି ସେ ଚିକିତ୍ସିତ ହେଉଥିଲା । ୫ ତାରିଖରୁ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଗତକାଲି ତାର ମୃତ୍ୟୁ ଘଟିଥିବା ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Advertisment

୨୦୦୭ରେ ଜନ୍ମ ନେଇଥିବା ସିଂହୀ ବିନ୍ନି ଇସ୍ରାଏଲରୁ ନନ୍ଦନକାନନକୁ ଆସିଥିଲା । ୧୬ ବର୍ଷ ଧରି ତାର ଉପସ୍ଥିତି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିଲା ।ତେବେ ତାର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହଙ୍କ ସଂଖ୍ୟା ୨୧କୁ ହ୍ରାସ ପାଇଛି ।ନନ୍ଦନକାନନ ସିଂହ ସଫାରୀରେ ଏବେ ୧୨ଟି ଅଣ୍ଡିରା ଏବଂ ୯ଟି ସିଂହୀ ଅଛନ୍ତି ।

Nandankanan Zoological Park
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ