Advertisment

ମା’ ତୁଇ ମୋର୍ ସାହା ଭରସା...ଆମ ଦୁଇ ଜଣଙ୍କୁ ଏକ କରିଦେ ମା’...

ମା’ ମୁଁ ବହୁତ ଭରସାରେ ତୋତେ ଚିଠି ଲେଖୁଛି... ମୁଁ ଶୁଣିଛି ତୁ ସମସ୍ତଙ୍କ ମନସ୍କାମନା ପୂରା କରୁ... ମୋର ବି କରିଦେ ମା’... ତୁତ ଜାଣିଛୁ ମୁଁ କାହ୍ନାକୁ କେତେ ଭଲ ପାଉଛି...ମୋ ଉପରେ ଏତିକି କୃପା କର, ଆମ ଦୁଇ ଜଣଙ୍କୁ ସବୁଦିନ ପାଇଁ ଏକ କରିଦେ...

Samaleswari Temple

Samaleswari Temple

Advertisment

କାହ୍ନାଙ୍କ ପାଇଁ ସମଲେଶ୍ୱରଙ୍କୁ ଚିଠି। ନିଜ ପ୍ରେମିକଙ୍କୁ ପାଇବାକୁ ମାଆ ସମଲେଶ୍ୱରୀଙ୍କୁ ଚିଠି ଲେଖାଯାଇଛି। ଗତକାଲି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ହୁଣ୍ଡି ଖୋଲା ଯାଇଥିଲା। ଆଉ ସେଥିରେ ଏମିତି କିଛି ଚିଠି ବାହାରିଛି। ନାଲୀ ରଙ୍ଗରେ ଲେଖାଯାଇଥିବା ଏହି ଚିଠିକୁ କେହି ଯୁବତୀ ଲେଖିଥିବା ଅନୁମାନ କରାଯାଉଛି। ସେ ନିଜ ପ୍ରେମିକ କାହ୍ନାଙ୍କୁ ପାଇବାକୁ ନିବେଦନ ଜଣାଇଛନ୍ତି।

Advertisment

ଚିଠିରେ ଯୁବତୀ ଜଣଙ୍କ ଲେଖିଛନ୍ତି କି, ‘ ମା’ ମୁଁ ବହୁତ ଭରସାରେ ତୋତେ ଚିଠି ଲେଖୁଛି... ମୁଁ ଶୁଣିଛି ତୁ ସମସ୍ତଙ୍କ ମନସ୍କାମନା ପୂରା କରୁ... ମୋର ବି କରିଦେ ମା’... ତୁତ ଜାଣିଛୁ ମୁଁ କାହ୍ନାକୁ କେତେ ଭଲ ପାଉଛି...ମୋ ଉପରେ ଏତିକି କୃପା କର, ଆମ ଦୁଇ ଜଣଙ୍କୁ ସବୁଦିନ ପାଇଁ ଏକ କରିଦେ... ଆମ ଦୁଇ ଜଣଙ୍କ ବାହାଘର କରେଇ ଦେ ବୋଲି ଚିଠିରେ ଲେଖାଯାଇଛି। ତେବେ ଏହା ପ୍ରଥମ ଚିଠି ନୁହେଁ ଏହା ପୂର୍ବରୁ ମଧ୍ୟ ମା’ ସମଲେଶ୍ୱରୀଙ୍କ ହୁଣ୍ଡିରୁ ଏମିତି ଚିଠି ବାହାରିଛି ।

Odisha News Sambalpur Samaleswari Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ