Advertisment

ନୂଆପଡ଼ାରେ ଥମୁନି କଲରାପତରିଆ ବାଘର ଆତଙ୍କରାଜ, ପୁଣି ଗାଁରେ ପଶି ନାବାଳକକୁ ଝାମ୍ପିନେଲା

ଧରମବନ୍ଧା ଥାନା କୋଦପାଲି ଗାଁରେ ପଶି ଆକ୍ରମଣ କଲା କଲରାପତରିଆ ବାଘ। ଗାଁରେ ପଶି ନାବାଳକକୁ ଝାମ୍ପିନେଲା ବେଳେ ବଞ୍ଚାଇଲେ ସ୍ଥାନୀୟ ଲୋକ।

Tiger Terror

Tiger Terror

Advertisment

ନୂଆପଡ଼ାରେ ଥମୁନି କଲରାପତରିଆ ବାଘର ଆତଙ୍କରାଜ। ଧରମବନ୍ଧା ଥାନା କୋଦପାଲି ଗାଁରେ ପଶି ଆକ୍ରମଣ କଲା କଲରାପତରିଆ ବାଘ। ଗାଁରେ ପଶି ନାବାଳକକୁ ଝାମ୍ପିନେଲା ବେଳେ ବଞ୍ଚାଇଲେ ସ୍ଥାନୀୟ ଲୋକ। ଗୁରୁତର ଅବସ୍ଥାରେ ନାବାଳକ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଗୋଟିଏ ଦିନରେ ଦୁଇଟି ଘଟଣାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

Advertisment

ସୂଚନା ଅନୁସାରେ କିଛି ଦିନ ଆଗରୁ ଜଣେ ନାବାଳକ ପରେ ଗତକାଲି ଜଣେ ମହିଳାଙ୍କୁ ମାରି ଖାଇଥିବାର ଅଭିଯୋଗ ହୋଇଛି। ମୃତକ ମହିଳା ହେଲେ ସଦର ରେଞ୍ଜ ଧରମବନ୍ଧା ସେକ୍ସନ ସିଲିଆରିବାହାଲ ଗାଁର ରାମେଶ୍ବରୀ ବାଇ। ମୃତଦେହକୁ ବାଘ ଛାଡ଼ି କରି ଯାଉନଥିବାରୁ ତାହା ଉଦ୍ଧାର ହୋଇପାରିନି।

Advertisment
Tiger Attack Nuapada Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ