Advertisment

ବଜାରରେ ଲେମ୍ବୁର ଉଚ୍ଚା ଦର ଖୋଲିଲା ରାଜ୍ୟ ସରକାରଙ୍କ ଗୁମର

ମାର୍ଚ୍ଚ ୩୦ରେ ବିଧାନସଭାରେ ଖୋଦ୍ କୃଷିମନ୍ତ୍ରୀ ଅରୁଣ ସାହୁ କଣ କହିଥିଲେ, ଜାଣନ୍ତୁ

Lemon Price

Lemon Price

Advertisment

ଲେମ୍ବୁ ଗୋଟା ଦଶ, ୩ ଟାକୁ କୋଡ଼ିଏ। ଲେମ୍ବୁ ଦର ଶୁଣି ଖାଉଟିଙ୍କ କାନ ଝାଏଁ ଝାଏଁ। ଖରାଦିନିଆ ପାନୀୟ ଓ ପଖାଳ କଂସା ପାଇଁ ନିହାତି ଦରକାର ଲେମ୍ବୁ।  ହେଲେ ରାସ୍ତାକଡ଼ ପରିବା ଦୋକାନୀ ହେଉ କି ଭୁବନେଶ୍ୱରର ଏକ ନମ୍ବହ ହାଟ ଭଳି ବଡ଼ ସବଜୀ ମଣ୍ଡି। ସବୁଠି ଗୋଟିଏ ଦର। ଖୁଚୁରା ବ୍ୟବସାୟୀଙ୍କୁ ପଚାରିଲେ କହୁଛନ୍ତି ଆନ୍ଧ୍ରରୁ କମ୍ ଲେମ୍ବୁ ଆସୁଛି ଡିଜେଲ ଦର ଦର ବୃଦ୍ଧି ଯୋଗୁଁ ପରିବହନ ଖର୍ଚ୍ଚ ବି ଢେର ବଢ଼ିଛି। ତେଣୁ ଉପର ମୁହାଁ ହୋଇଛି ଦର। ଲେମ୍ବୁ ଦର ବଢିବା ଯୋଗୁଁ ଖରା ଦିନିଆ ସର୍ବତର ଦାମ ବି ହଠାତ୍ ବଢ଼ିଯାଇଛି। ପୂର୍ବରୁ ଯେଉଁ ଲେମ୍ବୁ ପାଣିର ମୂଲ୍ୟ ୧୦ ଟଙ୍କା ଥିଲା ଏବେ ତାହା ୧୫ ଟଙ୍କା। ଏପଟେ ହୋଟେଲ, ରେସ୍ତୋରାଁରେ ଖାଇବା ଥାଳିରେ ଲେମ୍ବୁ ଉଭାନ ହୋଇଗଲାଣି।

Advertisment

ଏପଟେ ବଜାରରେ ଲେମ୍ବୁର ଉଚ୍ଚା ଦର ଖୋଲିଛି ରାଜ୍ୟ ସରକାରଙ୍କ ଗୁମର। ମାର୍ଚ୍ଚ ୩୦ରେ ବିଧାନସଭାରେ ଖୋଦ୍ କୃଷିମନ୍ତ୍ରୀ ଅରୁଣ ସାହୁ କହିଥିଲେ, ଲେମ୍ବୁ ଉତ୍ପାଦନରେ ଓଡ଼ିଶା ଦେଶରେ ପ୍ରଥମ। ଖାଲି ଲେମ୍ବୁ ନୁହେଁ, ପାଳ ଛତୁ, ବାଇଗଣଠୁ ଆରମ୍ଭ କରି ବିଭିନ୍ନ ପନିପରିବା ଉତ୍ପାଦନରେ ରାଜ୍ୟ ଅଗ୍ରଣୀ ବୋଲି ମନ୍ତ୍ରୀ ଦର୍ଶାଇ ଥିଲେ। ତେବେ ଲେମ୍ବୁ ଉତ୍ପାଦନରେ ରାଜ୍ୟ ଯଦି ଏକ ନମ୍ବର, ତାହା ହେଲେ ଆନ୍ଧ୍ରରୁ ନଆସିଲେ ଓଡ଼ିଶାରେ ଦର କାହିଁକି ବଢିବ? ବ୍ୟବସାୟୀ ସଂଘ କହିଛି ଓଡ଼ିଶାରେ ଲେମ୍ବୁ ଅଭାବ ହେଲେ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡ଼େ। ଏବର୍ଷ ପାଗ ଖରାପ ଯୋଗୁଁ ରାଜ୍ୟରେ ଉତ୍ପାଦନ କମିଛି, ଆନ୍ଧ୍ରପ୍ରଦେଶରେ ବି ଲେମ୍ବୁ ନାହିଁ  ତେଣୁ ଦର ବଢିଛି।

ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ରଖିବାର ୧୦ ଦିନ ଭିତରେ ଲେମ୍ବୁର ଏଭଳି ଅଭାବ ସ୍ଥିତି ନେଇ ଆମେ ତାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ। ତେବେ ତାହା ସମ୍ଭବ ହୋଇନି। ଏବେ ଅପେକ୍ଷା ଲେମ୍ବୁ ଦର ନିୟନ୍ତ୍ରଣ ଲାଗି କି ପଦକ୍ଷେପ ନେଉଛନ୍ତି ସରକାର।

Advertisment

ରିପୋର୍ଟ: ଦେବାଶିଷ ମହାନ୍ତି ଓ କପିଳେନ୍ଦ୍ର ପ୍ରଧାନ

State Government Lemon Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ