Advertisment

ଅଚାନକ ହସ୍ପିଟାଲ୍‌ ଭିତରେ ପଶି ସିଡିଏମ୍‌ଓ, ଏଡିଏମ୍‌ଓଙ୍କୁ ଘେରିଲେ

ଢେଙ୍କାନାଳ ହସ୍ପିଟାଲ୍‌ର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ସିଡିଏମ୍‌ଓ, ଏଡିଏମ୍‌ଓଙ୍କୁ ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ, ବଣିକ ସଂଘ, ସାମ୍ବାଦିକ ସଂଘ ଓ ବୁଦ୍ଧିଜୀବୀ ଘେରାଉ କରିଛନ୍ତି।

ଅଦ୍ୟତନ ହୋଇଛି
Lawyers, Media Persons And Other Groups Detain CDMO and ADMO at Dhenkanal Hospital

Lawyers, Media persons and other groups detain CDMO and ADMO at Dhenkanal hospital

Advertisment

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ନେଇ ହସ୍ପିଟାଲ୍‌ ପରିସରରେ ଅଚାନକ ପଶି ସିଡିଏମ୍‌ଓ, ଏଡିଏମ୍‌ଓଙ୍କୁ ଘେରିଲେ। ଢେଙ୍କାନାଳ ହସ୍ପିଟାଲ୍‌ର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ସିଡିଏମ୍‌ଓ, ଏଡିଏମ୍‌ଓଙ୍କୁ ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ, ବଣିକ ସଂଘ, ସାମ୍ବାଦିକ ସଂଘ ଓ ବୁଦ୍ଧିଜୀବୀ ଘେରାଉ କରିଛନ୍ତି। ଆଜି ସକାଳେ ହଠାତ୍ ମିଳିତ ଭାବେ ଅଚାନକ ହସ୍ପିଟାଲ୍‌ ଭିତରେ ସମସ୍ତ ସଂଘର ସଦସ୍ୟମାନେ ବୁଲିଥିଲେ। ଓପିଡି ଓ ବିଭିନ୍ନ ବିଭାଗ ବୁଲି ରୋଗୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ସିଏମସି କାର୍ଯ୍ୟାଳୟ ଆଗରେ ଧୂଳି ପକାଇ ପ୍ରତିବାଦ

ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଠିକ୍‌ ସମୟରେ ନଆସିବା, ରୋଗୀଙ୍କୁ ଉଚିତ ସ୍ୱାସ୍ଥ୍ୟ ସେବା ନମିଳିବା, ଡାକ୍ତର ପଦବୀ ପୁରଣ ଆଦି ଅବ୍ୟବସ୍ଥା ନେଇ ସିଡିଏମ୍‌ଓ ଏବଂ ଏଡିଏମ୍‌ଓଙ୍କୁ ବିଭିନ୍ନ ସଂଘର ସଦସ୍ୟମାନେ ଘେରାଉ କରିଥିଲେ। ତୁରନ୍ତ ସ୍ୱାସ୍ଥ୍ୟସେବାରେ ସୁଧାର ନଆସିଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ସମସ୍ତ ସଂଘ।

ସେପଟେ ୫୨ ଡାକ୍ତର ପଦବୀରୁ ମାତ୍ର ୨୭ଟିରେ ଡାକ୍ତର ଥିବା କଥାକୁ ସିଡିଏମ୍ଓ ସ୍ୱୀକାର କରିଛନ୍ତି। ଠିକ୍‌ ସମୟରେ ଡ୍ୟୁଟି କରୁ ନଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Advertisment
Protests ADMO CDMO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ