Advertisment

ନନ୍ଦ ସାର୍‌ଙ୍କ ଶେଷ ଦୁଇ ପଦ କଥା: ସ୍ୱପ୍ନ ପୂରିଗଲା କିନ୍ତୁ ଆଶା ରହିଗଲା

ଦେହରେ ବଳ ନଥିଲେ ବି ପରିଣତ ବୟସରେ ଆଶା ଓ ନିସ୍ୱାର୍ଥପର ସେବା ତାଙ୍କୁ ବହୁ ଉଚ୍ଚକୁ ନେଇସାରିଥିଲା। ଶେଷରେ ନନ୍ଦ ସାର ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ପଦ୍ମଶ୍ରୀରେ ପୁରସ୍କୃତ ହୋଇଥିଲେ। ସତରେ ସେଦିନ ପ୍ରତି ଓଡ଼ିଆଙ୍କ ପାଇଁ ସମ୍ମାନର ଦିନ ଥିଲା।

ଅଦ୍ୟତନ ହୋଇଛି
Last two Lines of Nanda Sir

Last two Lines of Nanda Sir

Advertisment

ଭୁବନେଶ୍ୱର: ମୋ ଜୀବନରେ କିଛି ଦରକାର ନାହିଁ। ଧନସମ୍ପତି ମୋର ଲୋଡା ନାହିଁ। କେବଳ ପିଲାଙ୍କ ପାଖରେ ହିଁ ମୋର ପ୍ରାଣ ଚାଲିଯାଉ। ଏଭଳି କେଇ ପଦ କହିଥିଲେ ଶିକ୍ଷା ଜଗତର ମହାତ୍ମା ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି। ଆମ ସମସ୍ତଙ୍କ ପ୍ରିୟ ନନ୍ଦ ସାର୍। ନନ୍ଦ ସାର୍‌ଙ୍କ ଜୀବନ ଯେତିକି ସଂଘର୍ଷମୟ, ସେତିକି ପ୍ରେରଣାଦାୟକ।। ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନମଣ୍ଡଳୀ ବଡତଣ୍ଡା ପଞ୍ଚାୟତର କଣ୍ଟିରା ଗାଁର ଶିକ୍ଷକ ନନ୍ଦ ପୃଷ୍ଟି। ଇଂରେଜ ଅମଳରେ ତାଙ୍କର ଜନ୍ମ। ଜୀବନ ସାରା ସାଧାରଣ ମଣିଷଟିଏ ହୋଇ ରହିଥିବା ଏ ମଣିଷ ଜଣକ ନନ୍ଦ ମାଷ୍ଟ୍ରେ ବୋଲି ପରିଚିତ। ଜୀବନ ସାରା ଝାଟିମାଟି ତାଙ୍କ ଘର ଆଉ ଚାଟ୍ଟଶାଳୀ। 

Advertisment

ଗାଁର ପିଲାମାନେ ଯେତେବେଳେ ଅର୍ଥାଭାବରୁ ଶିକ୍ଷାରୁ ବଞ୍ଚିତ ହେଉଥିଲେ, ସେତେବେଳେ ପିଲାଟିର ମୂଳଦୁଆକୁ ପାହାଡ଼ ପରି ଶକ୍ତିଶାଳୀ କରୁଥିଲେ ନନ୍ଦ ସାର୍। ଗାଁର ପ୍ରାୟତଃ ସବୁ ଲୋକ ପିଲାଦିନେ ତାଙ୍କ ନିକଟରେ ପାଠ ପଢିଛନ୍ତି।  ଲୋକେ କୁହନ୍ତି- ସାର୍ ଆମ ବାପାକୁ ପଢାଇଛନ୍ତି, ପୁଅକୁ ପଢାଇଛନ୍ତି, ଆଉ ନାତିକୁ ବି ପଢାଇଛନ୍ତି। କିନ୍ତୁ ତା ପ୍ରତିବଦଳରେ କାହାଠାରୁ ଟଙ୍କାଟିଏ ବି ନେଇନାହାନ୍ତି। ଏଭଳି ବିରଳ ବ୍ୟକ୍ତିଙ୍କୁ ସେତେବେଳେ ସାରା ଦେଶ ଚିହ୍ନିଥିଲା, ଯେତେବେଳେ ନନ୍ଦ ସାର୍‌ ପଦ୍ମଶ୍ରୀ ପୁରସ୍କୃତ ହୋଇଥିଲେ।

ଦେହରେ ବଳ ନଥିଲେ ବି ପରିଣତ ବୟସରେ ଆଶା ଓ ନିସ୍ୱାର୍ଥପର ସେବା ତାଙ୍କୁ ବହୁ ଉଚ୍ଚକୁ ନେଇସାରିଥିଲା। ଶେଷରେ ନନ୍ଦ ସାର ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ପଦ୍ମଶ୍ରୀରେ ପୁରସ୍କୃତ ହୋଇଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ସମ୍ମାନଜନ ପଦ୍ମଶ୍ରୀ ପୁରସ୍କାର ନନ୍ଦ ସାର ଗ୍ରହଣ କରିଥିଲେ। ସତରେ ସେଦିନ ପ୍ରତି ଓଡ଼ିଆଙ୍କ ପାଇଁ ସମ୍ମାନର ଦିନ ଥିଲା।

Advertisment

ଆଜି ପ୍ରିୟ ନନ୍ଦ ସାର୍‌ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି। କିନ୍ତୁ ତାଙ୍କର ପ୍ରତିଟି କର୍ମମୟ ଜୀବନ ସମସ୍ତଙ୍କୁ ପ୍ରେରଣା ଯୋଗାଇବ। ପିଲାଙ୍କୁ ଦିନେ ପାଠ ପଢାଉଥିବା ନନ୍ଦ ସାର୍‌ ଆଜି ଶିକ୍ଷା ଜଗତର ମହାତ୍ମା ପାଲଟିଗଲେ। ଶିକ୍ଷା ଜଗତ ପ୍ରତି ତାଙ୍କର ଅବଦାନ ଥିଲା ଅତୁଳନୀୟ। ସବୁଦିନ ପାଇଁ ମନେରହିବେ ନନ୍ଦ ସାର୍। ଶେଷ ସମୟରେ ସେ କହିଥିଲେ- ମରିବା ପର୍ଯ୍ୟନ୍ତ ମୁଁ ପିଲାଙ୍କୁ ପାଠ ପଢାଉଥିବି। ହେ ପ୍ରଭୁ, ତାଙ୍କରି ପାଖରେ ପ୍ରାଣ ଯାଉ।  

President Of India Padmashree Nanda Sir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ