• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋଟିଏରେ ଗୋଟିଏ ଏମିତି ଝିଅ । ଗରିବ ଶ୍ରମିକ ବାପା ସ୍ୱପ୍ନ ଦେଖିଥିଲେ । ସ୍ୱପ୍ନ ଥିଲା ତାଙ୍କ ୪ ସନ୍ତାନ ମଧ୍ୟରୁ କେହି ହେଲେ ଜଣେ ଦେଶ ସେବା ପାଇଁ ପ୍ରତିରକ୍ଷା ବିଭାଗରେ ସାମିଲ ହେବେ । ଆଉ ବାପାଙ୍କ ସ୍ୱପ୍ନକୁ ସାକାର କରିଛନ୍ତି ତାଙ୍କ ସାନ ଝିଅ ରଶ୍ମିତା। ସଶସ୍ତ୍ର ସୀମା ବଳରେ ଯବାନ ଭାବେ ନିଯୁକ୍ତି ହୋଇଛନ୍ତି । ରାୟଗଡା ମାଟିର ପ୍ରଥମ ଝିଅ କୁମାରୀ ରଶ୍ମିତା କୁମ୍ଭାର, ଜଗିବେ ଇଣ୍ଡୋ - ନେପାଳ ସୀମା । ଆଦିବାସୀ ଅଧ୍ୟୁସିତ ରାୟଗଡା ଜିଲ୍ଳା ସଦର ବ୍ଲକ ଗେଟିପଡ଼ା ଗାଁର ଗରିବ ପରିବାରରୁ ଆସି ଜିଲ୍ଳାର ପ୍ରଥମ ମହିଳା ଭାବେ ସେ ପ୍ରତିରକ୍ଷା ବିଭାଗରେ ନିଯୁକ୍ତି ପାଇ ଜିଲ୍ଳା ତଥା ରାଜ୍ୟକୁ ଗୌରବାନ୍ୱିତ ।

ରାୟଗଡା ଜିଲ୍ଳା ସଦର ବ୍ଲକ ଗେଟିପଡା ଗାଁର ରଶ୍ମିତା କୁମ୍ଭାର । ବାପା ତୁଳସୀରାମ ଓ ମାଆ ପ୍ରେମା କୁମ୍ଭାରଙ୍କ ସାନ ଝିଅ । ସଶସ୍ତ୍ର ସୀମା ବଳରେ ଯବାନ ଭାବେ ନିଯୁକ୍ତି ପାଇଛନ୍ତି । ବାପା ମାଆ ଓ ରାୟଗଡା ଜିଲ୍ଲାକୁ ଗର୍ବିତ କରିଛନ୍ତି  । ତାଙ୍କ ମନରେ ଭରି ରହିଛି ଆତ୍ମବିଶ୍ୱାସ ଓ ଦେଶପ୍ରେମ । ସଶସ୍ତ୍ର ସୀମା ବଳରେ ନିଯୁକ୍ତି ପାଇବାରେ ରାୟଗଡା ମାଟିର ପ୍ରଥମ ଝିଅ ହେଉଛନ୍ତି ରଶ୍ମିତା । ବାପାମାଆଙ୍କ ସ୍ୱପ୍ନ ସାକାର କରିଥିବାରୁ ସେ ଆଜି ଖୁସି ।  ଗରିବୀ ଅଟକାଇପାରିନି ରଶ୍ମିତାଙ୍କ ଯାତ୍ରାକୁ । ସୀମା ବଳରେ ଟ୍ରେନିଂ ନେଇ ସେ ଏବେ ଫେରିଛନ୍ତି । ଭାରତ - ନେପାଳ ସୀମାରେ ଯବାନ ଭାବେ ନିୟୋଜିତ ହେବେ ରଶ୍ମିତା ।

ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟର ଜଣେ ଆର୍ଟସ ଗ୍ରାଜୁଏଟ୍ ହେଉଛନ୍ତି ରଶ୍ମିତା । ପ୍ରତିରକ୍ଷା ବାହିନୀରେ ଯୋଗଦେବା ପାଇଁ ତାଙ୍କର ପିଲାଦିନୁ ଆଗ୍ରହ ଥିଲା । ୨୦୧୯ ମସିହାରେ ସେ ଏସ୍.ଏସ୍.ବିରେ ଆବେଦନ କରିଥିଲେ । ୨ବର୍ଷ ପରେ ୨୦୨୧ ମସିହାରେ ସେ ଉତ୍ତୀର୍ଣ୍ଣ ହୋଇଥିଲେ । ତା ପରେ ଆସାମରେ ଟ୍ରେନିଂ ପାଇଁ ଯାଇଥିଲେ । ଆଉ ଟ୍ରେନିଂ ଶେଷ ପରେ ରାୟଗଡା ଗେଟିପଡାସ୍ଥିତ ନିଜ ଘରକୁ ଫେରିଛନ୍ତି । ତାଙ୍କର ଏହି ସଫଳତାକୁ ନେଇ ରାୟଗଡା ସହରବାସୀ ଓ ଗେଟିପଡା ଅଂଚଳବାସୀ ବହୁତ ଖୁସି ।

ତାଙ୍କୁ ରେଳ ଷ୍ଟେସନରେ ଭବ୍ୟ ସ୍ୱାଗତ କରିଥିଲେ ସ୍ଥାନୀୟ ଲୋକ । ରଶ୍ମିତାଙ୍କ ପିତା ତୁଳସୀରାମ ଏକ ଘରୋଇ କାଗଜ କଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ଆଶା ରଖିଥିଲେ, ଦୁଇପୁଅ ଓ ଦୁଇ ଝିଅଙ୍କୁ କିପରି ଶିକ୍ଷିତ କରିବେ । କେହି ଜଣେ ସନ୍ତାନ ଦେଶସେବା ପାଇଁ ପ୍ରତିରକ୍ଷା ବିଭାଗରେ କାର୍ଯ୍ୟ କରିବେ ବୋଲି ତାଙ୍କର ସ୍ୱପ୍ନ ଥିଲା । ରଶ୍ମିତା ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପାଠ ପଢ଼ିବା ବେଳେ ଏନ୍.ସି.ସି ନେଇଥିଲେ। ଝିଅର ସଫଳତାକୁ ନେଇ ବାପା ତୁଳସୀରାମ ଖୁସିବ୍ୟକ୍ତ କରିଛନ୍ତି ।

ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଳାରେ ରଶ୍ମିତାଙ୍କ ପରି ଆହୁରି ଲୁଚି ରହିଛନ୍ତି ବହୁ ପ୍ରତିଭାବାନ ଝିଅ ଓ ମହିଳା । ରଶ୍ମିତା ଅନ୍ୟମାନଙ୍କ ପାଇଁ ତିଆରି କରିଛନ୍ତି ପ୍ରେରଣାର ଏକ ମାଇଲ୍ ଖୁଣ୍ଟ ।

ରାୟଗଡାରୁ ମାଉଡି ବାରିକ