KOTIA Supreme Court
ସୁପ୍ରିମ୍କୋର୍ଟରେ ଓଡ଼ିଶାକୁ ବଡ଼ ସଫଳତା । କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଓଡ଼ିଶାକୁ ଆଶ୍ୱସ୍ଥି କଲା ଭଳି ସଫଳତା ମିଳିଥିବା କୁହାଯାଉଛି । କୋଟିଆରେ ଓଡ଼ିଶାର ପଞ୍ଚାୟତ ନିର୍ବାଚନ ବିରୋଧରେ ସୁପ୍ରିମ୍କୋର୍ଟରେ ଆନ୍ଧ୍ର ପକ୍ଷରୁ ଦାୟର ହୋଇଥିଲା ରିଟ୍ ପିଟିସନ୍ । ଯାହାକୁ ନେଇ ସୁପ୍ରିମ୍କୋର୍ଟ ଆନ୍ଧ୍ର ଶକ୍ତ ଝଟ୍କା ଦେଇଛନ୍ତି ।
କୋଟିଆ ବିବାଦକୁ ନେଇ ଆନ୍ଧ୍ର ପକ୍ଷରୁ ଦାୟର ହୋଇଥିବା ରିଟ୍ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମ୍କୋର୍ଟ । ଆନ୍ଧ୍ର ପକ୍ଷରୁ ଦାୟର ରିଟ୍ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ । କୋଟିଆରେ ଓଡ଼ିଶାର ପଞ୍ଚାୟତ ନିର୍ବାଚନ ଅସିଦ୍ଧ ପାଇଁ ଅପିଲ କରିଥିଲା ଆନ୍ଧ୍ର । କୋଟିଆ ଗ୍ରାମପୁଞ୍ଜ ଆନ୍ଧ୍ରର ବୋଲି ଘୋଷଣା କରିବାକୁ ଅପିଲ ଥିଲା । ଆନ୍ଧ୍ରର ପିଟିସନକୁ କଡ଼ା ଜବାବ ଦେଇଥିଲେ ଓଡ଼ିଶା ପକ୍ଷର ଓକିଲ । ଓଡ଼ିଶା ସଫଳତାର ସହ ସେଠି ନିର୍ବାଚନ କରାଇଥିବା ଅବଗତ କଲେ । ଉଭୟ ପକ୍ଷକୁ ଶୁଣିବା ପରେ ଆନ୍ଧ୍ର ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647868014.jpg)