କୋଟିଆକୁ ନେଇ ପୁଣି ଓଡ଼ିଶା-ଆନ୍ଧ୍ର ମୁହାଁମୁହିଁ; ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ଉଭୟ ଟଣାଓଟରା

କୋଟିଆ ଗ୍ରାମପୁଞ୍ଜରେ ଆଦାନୀ ଗ୍ରୁପ ତିଆରି କରିବ ପମ୍ପ ଚାଳିତ ଜଳ ବିଦ୍ୟୁତ ପ୍ରକଳ୍ପ ଏବଂ ବିଦ୍ୟୁତ ସରବରାହ କରିବ ଟାଟା ପାୱାର । ପାଖାପାଖି ୫୦୦୦ କୋଟି ଟଙ୍କାର ଏହି ପ୍ରକଳ୍ପରେ ୨୨୦୦ ମେଗାୱାଟର ବିଦ୍ୟୁତ ଉତ୍ପନ୍ନ ହେବା ସୂଚନା ରହିଛି ।

ଓଡ଼ିଶା ପାଣି ଉପରେ ଆନ୍ଧ୍ରର ଆଖି

କୋଟିଆରେ ଜଳ ବିଦ୍ୟୁତ ପ୍ରକଳ୍ପକୁ ନେଇ ଓଡ଼ିଶା-ଆନ୍ଧ୍ର ଟଣାଓଟରା । ଗତବର୍ଷ ଅଗଷ୍ଟରେ ଆନ୍ଧ୍ରପ୍ରଦେଶର ନବ ଗଠିତ ମାନ୍ୟମ ଜିଲ୍ଲାରେ ୧୨୦୦ ୱାଟର ଜଳ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ଆନ୍ଧ୍ର ସରକାର ଓ ଆଦାନୀ ଗ୍ରୁପ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷର ହୋଇଥିଲା । ତେବେ ନଭେମ୍ବରରେ ଓଡ଼ିଶା ଓ ଆନ୍ଧ୍ର୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବୈଠକ ହୋଇଥିଲା ।

ଏବେ କୋଟିଆ ଗ୍ରାମପୁଞ୍ଜରେ ଆଦାନୀ ଗ୍ରୁପ ତିଆରି କରିବ ପମ୍ପ ଚାଳିତ ଜଳ ବିଦ୍ୟୁତ ପ୍ରକଳ୍ପ ଏବଂ ବିଦ୍ୟୁତ ସରବରାହ କରିବ ଟାଟା ପାୱାର । ପାଖାପାଖି ୫୦୦୦ କୋଟି ଟଙ୍କାର ଏହି ପ୍ରକଳ୍ପରେ ୨୨୦୦ ମେଗାୱାଟର ବିଦ୍ୟୁତ ଉତ୍ପନ୍ନ ହେବା ସୂଚନା ରହିଛି । ଆଜି ଓଏଚପିସି ଅଧିକାରୀ, ଆଦାନୀ ଗ୍ରୁପ ଡିଜିଏମ ଏବଂ ଟାଟା କନ୍ସଲଟାନ୍ସୀ ଡିଜିଏମ୍ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରିଛନ୍ତି ।

ଆନ୍ଧ୍ର ୧୨୦୦ ମେଗାୱାଟର ପମ୍ପ ଚାଳିତ ଜଳବିଦ୍ୟୁତ ପ୍ରକଳ୍ପ କରିବାକୁ ପରିବେଶ ମଞ୍ଜୁରୀ ପାଇଁ ଆବଦେନ କରିଥିବାବେଳେ ଓଡ଼ିଶା ସମାନ ସ୍ଥାନରେ ୨୨୦୦ ମେଗାୱାଟର ଜଳବିଦ୍ୟୁତ ପ୍ରକଳ୍ପ କରିବାକୁ ଯୋଜନା କରିଛି । ତେବେ ଉଭୟ ରାଜ୍ୟକୁ କେନ୍ଦ୍ର ସରକାର ବସାଇ ଗୋଟିଏ ପ୍ରକଳ୍ପ କରାଇବ ନା ଦୁଇ ଦୁଇଟି ପ୍ରକଳ୍ପ ହେବ ତାକୁ ନେଇ ନାନା ପ୍ରଶ୍ନ ଉଠିଛି ।