Koraput
କୋରାପୁଟ କଫି ଭଳି କାଜୁର ବି ରହିଛି ସ୍ୱତନ୍ତ୍ର ଚାହିଦା । କାଜୁବାଦାମ ଚାଷ ପାଇଁ ଓଡିଶା ତୃତୀୟ ସ୍ଥାନରେ ରହିଛି । ତେବେ ଓଡିଶାରୁ ଉତ୍ପାଦିତ କଫି ମଧ୍ୟରୁ କୋରାପୁଟ କଫିର ସ୍ୱାଦ ନିଆରା, ହେଲେ କାଜୁର ଉତ୍ପାଦନ ଅନୁଯାୟୀ ଏହାର ବଜାର ବ୍ୟବସ୍ଥା ପାଇଁ ସେଭଳି ସୁବିଧା ନାହିଁ । ଏଣୁ ଏହାର ବଜାରୀକରଣ ଉପରେ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହୋଇଛି ।
କୋରାପୁଟ ଅଞ୍ଚଳର ଜଳବାୟୁ ଓ ମାଟି କାଜୁ ଚାଷ ପାଇଁ ଅନୁକୂଳ ହୋଇଥିବାରୁ ଏଠି ଚାଷୀ କାଜୁ ଚାଷ ପ୍ରତି ଅଧିକ ମନ ବଳାଉଛନ୍ତି ।ଏପରିକି ବଜାରରେ ମଧ୍ୟ ଏହି କାଜୁର ଚାହିଦା ବଢୁଥିବାରୁ ଚାଷୀ ଏବେ ଅଧିକରୁ ଅଧିକ କାଜୁ ଚାଷ କରୁଛନ୍ତି । ଯେଉଁଠି ଆଖି ବୁଲାଇଲେ ସେଠି ଖାଲି କାଜୁ ହିଁ କାଜୁ । ଚାରିଆଡ଼େ କାଜୁ ବଗିଚା ।
କୋରାପୁଟ ବଜାରକୁ ଏବେ କଞ୍ଚା କାଜୁ ଅଧିକ ଆସୁଛି । ଏହି ଅଞ୍ଚଳର ଚାଷୀ କେଜି ପିଛା ପ୍ରାୟ ୪ ଶହରୁ ୫ ଶହ ଟଙ୍କାରେ କାଜୁ ବିକ୍ରି କରୁଛନ୍ତି । ଅନ୍ୟପଟେ ଏହି କାଜୁର ସ୍ୱାଦ ଏବଂ ଗୁଣବତ୍ତା ଉତ୍ତମ ରହୁଥିବାରୁ ଗ୍ରାହକଙ୍କ ଚାହିଦା ମଧ୍ୟ ବଢୁଛି । କୋରାପୁଟରୁ ଏହି କାଜୁ ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଚେନ୍ନାଇ ଓ ଉତ୍ତରପ୍ରଦେଶକୁ ରପ୍ତାନୀ ହୋଇଥାଏ ।
ତେବେ ଏହି କାଜୁ ଚାଷ ଅଧିକରୁ ଅଧିକ କରିବା ପାଇଁ ଆବଶ୍ୟକୀୟ ଜ୍ଞାନକୌଶଳ ଓ ବଜାରୀକରଣ ବ୍ୟବସ୍ଥା ନଥିବାରୁ ଏଠାକାର ଚାଷୀ ଅଧିକ ଲାଭବାନ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଚଳିତବର୍ଷ ଏହାର ବ୍ୟବସ୍ଥା କରାଯିବା ନେଇ ଓରମାସ ପକ୍ଷରୁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Koraput__1662606967.jpg)