Advertisment

ସମ୍ପତ୍ତି କାଗଜପତ୍ର ହଜିଗଲେ କ’ଣ କରିବେ ? କେମିତି ପାଇବେ ଡୁପ୍ଲିକେଟ୍‌ ଡକ୍ୟୁମେଣ୍ଟସ୍‌, ଜାଣନ୍ତୁ...

ସମ୍ପତ୍ତି କାଗଜପତ୍ରକୁ ସୁରକ୍ଷିତ ରଖିବା ପାଇଁ ଲୋକମାନେ ବ୍ୟାଙ୍କ ଲକର୍‌ର ସହାୟତା ନିଆଯାଇଥାଏ। ଏହି କାଗଜପତ୍ର ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ବିନା କାଗଜପତ୍ରରେ ଆପଣ ଭବିଷ୍ୟତରେ ସମ୍ପତ୍ତି କାହାରିକୁ ବି ବିକ୍ରି କରିପାରିବେ ନାହିଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
knowledge news

Know What To Do If You Lost YourPproperty Documents

ଜମି କିଣାବିକା ହେଉ କିମ୍ବା ଏହାର କାଗଜପତ୍ରକୁ ନେଇ ସମସ୍ତେ ସତର୍କ ଥାନ୍ତି। ହେଲେ ଏସବୁ ପରେ ମଧ୍ୟ ଏମିତି ଅନେକ ଥର ସମସ୍ୟା ଆସିଥାଏ, ଯେଉଁଠି ସମ୍ପତ୍ତି କାଗଜପତ୍ର (Property Documents)କୁ ସୁରକ୍ଷିତ ରଖିବା ପାଇଁ ଲୋକମାନେ ବ୍ୟାଙ୍କ ଲକର୍‌ର ସହାୟତା ନିଆଯାଇଥାଏ। ଏହି କାଗଜପତ୍ର ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ବିନା କାଗଜପତ୍ରରେ ଆପଣ ଭବିଷ୍ୟତରେ ସମ୍ପତ୍ତି କାହାରିକୁ ବି ବିକ୍ରି କରିପାରିବେ ନାହିଁ। କାରଣ ଏହି ଡକ୍ୟୁମେଣ୍ଟସରୁ ହିଁ ଜଣାପଡ଼ିଥାଏ ସମ୍ପତ୍ତିର ପ୍ରକୃତ ମାଲିକ କିଏ ଓ ଏହା ଉପରେ ଆଇନଗତ କାହାର ଅଧିକାର ଅଛି।

Advertisment

ଅଧିକ ପଢ଼ନ୍ତୁ: କ’ଣ କରିବେ, ଯଦି ଲିଫ୍ଟର କେବୁଲ ଛିଡିଯାଏ

ଯଦି ଏହି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ହଜିଯାଏ କିମ୍ବା କେଉଁଠି ରଖି ଭୁଲି ଯାଇଛନ୍ତି ତା’ହେଲେ ଅନ୍ୟମାନେ ଏହାର ଫାଇଦା ଉଠାଇ ସମ୍ପତ୍ତି ଉପରେ କବ୍‌ଜା କରିବା ପାଇଁ ଚେଷ୍ଟା କରିଥାନ୍ତି। ଏଭଳି ସ୍ଥିତିରେ ସମ୍ପତ୍ତିର କାଗଜପତ୍ର ହଜିଗଲେ ପ୍ରଥମେ କ’ଣ କରିବେ ? କେମିତି ପାଇବେ ଡୁପ୍ଲିକେଟ୍‌ ଡକ୍ୟୁମେଣ୍ଟସ୍‌ ? ଆସନ୍ତୁ ଜାଣିବା...

ପ୍ରଥମେ FIR ଦିଅନ୍ତୁ...

ଯଦି ଆପଣଙ୍କ ସମ୍ପତ୍ତିର କାଗଜପତ୍ର ହଜି ଯାଇଛି, ତା’ହେଲେ ଆପଣ ଚିନ୍ତା କରନ୍ତୁ ନାହିଁ। ଏଭଳି ଘଟଣାରେ ପ୍ରଥମେ ନିକଟସ୍ଥ ପୋଲିସ୍‌ ଷ୍ଟେସନରେ FIR ଦିଅନ୍ତୁ। ଏଥିରେ ଉଲ୍ଲେଖ କରିବାକୁ ହେବ ଯେ, ଆପଣଙ୍କ ଡକ୍ୟୁମେଣ୍ଟସ୍‌ ହଜିଯାଇଛି କିମ୍ବା କୌଣସି ସ୍ଥାନରେ ରଖି ଦେଇଛନ୍ତି ଓ ଏହାକୁ ଭୁଲି ଯାଇଛନ୍ତି। ଏବେ ଆପଣଙ୍କୁ ଏହା ମିଳୁ ନାହିଁ। FIR ଦେବା ପରେ ଏହାର ଏକ କପି ନିଜ ପାଖରେ ରଖନ୍ତୁ। ଯଦି ସମ୍ଭବ, ତା’ହେଲେ ଏସମ୍ପର୍କରେ ଇନ୍ସପେକ୍ଟର ଜେନେରାଲ୍‌ ଅଫ୍‌ ରେଜିଷ୍ଟ୍ରେସନ କିମ୍ବା ସବ୍‌ ରେଜିଷ୍ଟାରଙ୍କୁ ଲିଖିତ ଭାବେ ଜଣାଇପାରିବେ। ଏଥିରେ ଆପଣ ନିଶ୍ଚିତ କରିବେ ଯେ, କିପରି ଆପଣ କାଗଜପତ୍ର ହଜେଇଲେ। ଫଳରେ ସେମାନେ ଆପଣଙ୍କ ସମସ୍ୟାକୁ ଭଲ ଭାବେ ବୁଝିପାରିବେ। ଏହାବ୍ୟତୀତ ଖବରକାଗଜରେ ନୋଟିସ୍‌ ମଧ୍ୟ ଛପାଇ ପାରିବେ।

Advertisment

ଆଇନ୍‌ର ଆଶ୍ରୟ ନିଅନ୍ତୁ...

ସମ୍ପତ୍ତି କାଗଜପତ୍ର ପାଇଁ ଷ୍ଟାମ୍ପ ପେପର୍‌ରେ ଅଣ୍ଡରଟେକିଂ ଲେଖନ୍ତୁ, ଯେଉଁଠି ସମ୍ପତ୍ତିର ସବିଶେଷ ତଥ୍ୟ ଉଲ୍ଲେଖ କରିବେ। ଏଥିରେ ହଜି ଯାଇଥିବା କାଗଜପତ୍ର, FIR ଓ ଖବରକାଗଜରେ ପ୍ରକାଶିତ ନୋଟିସ୍‌ ସମ୍ପର୍କରେ ଜଣାଇବେ। ଏହି ଅଣ୍ଡରଟେକିଂକୁ ନୋଟାରିଙ୍କ ପାଖରେ ରେଜିଷ୍ଟର କରିବାକୁ ପଡ଼ିବ। ଏହାପରେ ରେଜିଷ୍ଟାର ଅଫିସରେ ଏହାକୁ ଦାଖଲ କରନ୍ତୁ। ଯଦି ଆପଣ କୌଣସି ହାଉସିଂ ସୋସାଇଟିରେ ରହୁଛନ୍ତି, ତା’ହେଲେ ଆପଣ Resident Welfare Association(RWA)ରୁ ଏହାର ଡୁପ୍ଲିକେଟ୍‌ ଶେୟାର ସାର୍ଟିଫିକେଟ୍‌ ନେଇପାରିବେ। 

ସମ୍ପତ୍ତିର ଡୁପ୍ଲିକେଟ୍‌ କାଗଜପତ୍ର ବାହାର କରନ୍ତୁ...

ପ୍ରପଟିର ଡୁପ୍ଲିକେଟ୍‌ ଡକ୍ୟୁମେଣ୍ଟସ୍‌ ପାଇଁ ରେଜିଷ୍ଟାର ଅଫିସରେ ଡୁପ୍ଲିକେଟ୍‌ ସେଲ୍‌ ଡିଡ୍‌ ପାଇଁ ଆପଣଙ୍କୁ ଆବେଦନ କରିବାକୁ ପଡ଼ିବ। ଏଥିପାଇଁ ଆପଣଙ୍କୁ FIRର ଫଟୋକପି, ଖବରକାଗଜରେ ଛପା ଯାଇଥିବା ନୋଟିସ୍‌, ଡୁପ୍ଲିକେଟ୍‌ ଶେୟାର ସାର୍ଟିଫିକେଟ୍‌ ଓ ନୋଟାରିଙ୍କ ଠାରୁ ଆଟେଷ୍ଟେଡ୍‌ ହୋଇଥିବା ଅଣ୍ଡରଟେକିଂ ଓ ପ୍ରୋସେସିଂ ପାଇଁ କିଛି ଟଙ୍କା ରେଜିଷ୍ଟାର ଅଫିସରେ ଜମା କରବିକୁ ପଡ଼ିବ। ଏହାପରେ ଆପଣଙ୍କ ନାଁରେ ଡୁପ୍ଲିକେଟ୍‌ ସେଲ୍‌ ଡିଡ୍‌ ଜାରି କରାଯିବ। 

Advertisment
Advertisment