Advertisment

ବିଏମ୍‌ସି କମିଶନର ପଦବୀରେ ବୁଲୁଛି ଖଣ୍ଡା, ବିବାଦରେ ପଡି ହଠାତ୍ ବଦଳୁଛନ୍ତି ଅଫିସର୍‌

ମହଙ୍ଗା ପଡିଲା କି କୁଲାଙ୍ଗେଙ୍କ ଘୋଷଣା! ସକାଳେ ଗଣମାଧ୍ୟମକୁ ସୂଚନା ଦେଲେ ଆଉ ସନ୍ଧ୍ୟାରେ ପ୍ରତ୍ୟାହାର କଲେ। ଆଜି ହଠାତ୍ କୁଲାଙ୍ଗେଙ୍କୁ ବଦଳି କରିଦିଆଗଲା।

undefined

BMC Commissioner

Advertisment

ବିଏମ୍‌ସି, ବିଜୟ ଆଉ ବଦଳି। ଭାରି ପଡ଼ିଲା କର୍ପୋରେଟରଙ୍କ ବୈଠକ ଭତ୍ତା ବୃଦ୍ଧି ଘୋଷଣା। ଗଣମାଧ୍ୟମକୁ ଗତକାଲି ସକାଳେ ବୟାନ ଦେଲେ, ଆଉ ସନ୍ଧ୍ୟାରେ ପ୍ରତ୍ୟାହାର କଲେ। ଆଉ ଆଜି ସରକାର ସିଧାସଳଖ ବଦଳି କରିଦେଲେ। ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ହଠାତ୍ ବଦଳିକୁ ନେଇ ଏବେ ସବୁଠି ଚର୍ଚ୍ଚା। ଚର୍ଚ୍ଚା କାହିଁକି ଯେକେହି ବିଏମ୍‌ସି କମିଶନର ବନୁଛନ୍ତି, ତାଙ୍କର ଶନିଦଶା ଆରମ୍ଭ ହୋଇଯାଉଛି।

Advertisment

ମହଙ୍ଗା ପଡିଲା କି କୁଲାଙ୍ଗେଙ୍କ ଘୋଷଣା! ସକାଳେ ଗଣମାଧ୍ୟମକୁ ସୂଚନା ଦେଲେ ଆଉ ସନ୍ଧ୍ୟାରେ ପ୍ରତ୍ୟାହାର କଲେ। ଆଜି ହଠାତ୍ କୁଲାଙ୍ଗେଙ୍କୁ ବଦଳି କରିଦିଆଗଲା। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁଲାଙ୍ଗେଙ୍କ ବଦଳି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁଥିରେ କୁଲାଙ୍ଗେଙ୍କ ସ୍ଥାନରେ ୨୦୦୫ ବ୍ୟାଚର ଆଇଏଏସ୍ ଅଫିସର ରାଜେଶ ପ୍ରଭାକର ପାଟିଲଙ୍କୁ ନୂଆ ବିଏମ୍‌ସି କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ଆଉ କୁଲାଙ୍ଗେ ମାସେ ପାଇଁ ଛୁଟିରେ ଯାଇଛନ୍ତି। ଛୁଟିରୁ ଫେରିବା ପରେ ତାଙ୍କୁ ନିଯୁକ୍ତି ଦେବେ ସରକାର। ତେବେ କୁଲାଙ୍ଗେଙ୍କ ବଦଳି ପଛରେ କର୍ପୋରେଟରଙ୍କ ବୈଠକ ଭତ୍ତା ବୃଦ୍ଧି ବିବାଦ ରହିଥିବା କୁହାଯାଉଛି। ଗତକାଲି ଏ ସମ୍ପର୍କିତ ଘୋଷଣା କରିଥିଲେ କୁଲାଙ୍ଗେ।

ଗତକାଲିର କର୍ପୋରେସନ୍ ବୈଠକକୁ ବିଜେପି କର୍ପୋରେଟରମାନେ କକ୍ଷତ୍ୟାଗ କରିଥିବାବେଳେ କର୍ପୋରେଟରଙ୍କ ବୈଠକ ଭତ୍ତା ବୃଦ୍ଧି ପ୍ରସ୍ତାବ ପାରିତ ହୋଇଥିଲା। ତେବେ ଏ ଭତ୍ତା ବୃଦ୍ଧି ପ୍ରସ୍ତାବ ପ୍ରଥମେ ନଗର ଉନ୍ନୟନ ବିଭାଗ, ତାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦେଇ ଅନୁମୋଦନ ଲାଭ କରିବା ପରେ ଘୋଷଣା ହେବା କଥା। ତେଣୁ କାଳେ କମିଶନର ନିଜେ ଘୋଷଣା କରିଦେଇ ନିଜ ପ୍ରତି ସମସ୍ୟା ଟାଣି ଆଣିଲେ । ଯଦିଓ ବିଜେଡି କର୍ପୋରେଟର ଅଲଗା କଥା କହୁଛନ୍ତି।

Advertisment

ବିଏମ୍‌ସି କମିଶନର ପଦବୀରେ ସତେ ଯେମିତି ଏବେ ଖଣ୍ଡା ଝୁଲୁଛି। କାରଣ କମିଶନର ଦାୟିତ୍ୱ ନେଉଥିବା ଅଫିସର ବିବାଦରେ ପଡି ହଠାତ୍ ବଦଳୁଛନ୍ତି। ପୂର୍ବରୁ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ମଧ୍ୟ ବିବାଦୀୟ ପରିସ୍ଥିତିରେ ବଦଳି କରାଯାଇଥିଲା। ଆଉ ଏବେ କୁଲାଙ୍ଗେ। ଯେହେତୁ ଭୁବନେଶ୍ୱର ରାଜ୍ୟର ରାଜନୈତିକ କେନ୍ଦ୍ର ସ୍ଥଳୀ, ଏଠି ଅଫିସରଙ୍କ ଉପରେ ଚାପ ବି ଅଧିକ। ରାଜନୈତିକ ପସା ପାଲିରେ ଗୋଟି ଚାଳନା ଭୁଲ୍ ହୋଇଗଲେ ଜନ ପ୍ରତିନିଧିମାନେ ସିଧାସଳଖ ବିଦ୍ରୋହ ବି କରନ୍ତି। ସେମିତିରେ ଅଫିସର ରାଜୁତିକୁ ନେଇ ସରକାର ଅଡୁଆରେ ଅଛନ୍ତି। ନିର୍ବାଚନ ପୂର୍ବରୁ ହୁଏତ କୁଲାଙ୍ଗେଙ୍କ ଏହି ଘୋଷଣା ବିରୋଧୀଙ୍କ ଅଫିସର୍ ରାଜ୍ ଅଭିଯୋଗକୁ ଅଧିକ ଖୋରାକ୍ ଯୋଗାଇଛି। ତେବେ ପୂର୍ବତନ ପ୍ରଶାସକଙ୍କ ମତ ହେଉଛି, ନିର୍ବାଚିତ ପ୍ରତିନିଧିଙ୍କ ଭତ୍ତା ଘୋଷଣା ଅଫିସରମାନେ କରିପାରିବେ ନାହିଁ। କୁଲାଙ୍ଗେ କର୍ପୋରେଟରଙ୍କ ଭତ୍ତା ବୃଦ୍ଧିଘୋଷଣା କରି ସୀମା ଡେଇଁଛନ୍ତି।

ଏଠି ପ୍ରଶ୍ନ ଜଣକ ପରେ ଜଣେ ଭୁବନେଶ୍ୱର ମହାନଗର ନିଗମ କମିଶନରଙ୍କ କାହିଁକି ବିବାଦୀୟ ପରିସ୍ଥିତିରେ ବଦଳି ହେଉଛି। ସରକାରଙ୍କ ଏହି ଅଫିସର୍ ବଦଳି ଫଣ୍ଡା ପ୍ରକୃତରେ ସରକାରଙ୍କ ଛବି ସୁଧାରିବାକୁ ନା ଏହା ପଛରେ ଆଉ କିଛି କାରଣ ରହିଛି। ଏସବୁ ଭିତରେ ନୂଆ
ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ ଆଜି ଦାୟିତ୍ୱ ନେଇଛନ୍ତି। ବିଏମ୍‌ସି ଅଫିସ୍ ଆଜି ଛୁଟି ସତ୍ତ୍ୱେ ସେ ସମସ୍ତ ଜୋନାଲ୍ ଡେପୁଟି କମିଶନରଙ୍କ ସହ ଆଲୋଚନା ବି କରିଛନ୍ତି।

Advertisment
BMC Vijay Amrute Kulange BMC Commissioner
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ