Advertisment

ପାର୍ବଣରେ ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତକାରୀଙ୍କୁ ନାହିଁ ନିସ୍ତାର

ରାଜଧାନୀର ପ୍ରସିଦ୍ଧ କିଶୋର ମଟନ ହୋଟେଲକୁ ବୁଲ ଡୋଜର ଚଢାଇ ମାଟିରେ ମିଶାଇ ଦେଇଛି ବିଏମସି

ଅଦ୍ୟତନ ହୋଇଛି
Kishore Mutton Hotel

Kishore Mutton Hotel

Advertisment

ରାଜଧାନୀର ଦୁରଦର୍ଶନ ଅଫିସ ନିକଟରେ ଆଉ ମିଳିବନି କିଶୋର ନନାଙ୍କ ପ୍ରସିଦ୍ଧ ମଟନ ଝୋଳ। ଆଉ ଆଗ ଭଳି ଜମିବନି ଗ୍ରାହକଙ୍କ ଖଚାଖଚ ଭିଡ଼।ନିମ୍ନମାନର ଖାଦ୍ୟ ପରସୁଥିବା ଅଭିଯୋଗରେ ବୁଧବାର କିଶୋର ହୋଟେଲ ସିଲ ପରେ ଗୁରୁବାର ପୁଣି ଖୋଲିଥିବାରୁ ପୁରା ଦୋକାନକୁ ଆଜି ମାଟିରେ ମିଶାଇ ଦେଇଛି ବିଏମସି। ତେବେ କେବଳ କିଶୋର ମନଟ ହୋଟେଲ ନୁହେଁ, ବରଂ ଆଖପାଖରେ ଥିବା ଆଉ କିଛି ହୋଟେଲ ଉପରେ ବି ସମାନ କାର୍ଯ୍ୟାନୁଷ୍ଠାନ ନେଇଛି ବିଏମସି।

Advertisment

ସେପଟେ ପୂର୍ବରୁ କୌଣସି ବିକଳ୍ପ ବ୍ୟବସ୍ଥା ନଦେଇ ବର୍ଷ ବର୍ଷ ଧରି ଏ ବ୍ୟବସାୟ ଚଳାଇଥିବା ବହୁ ଲୋକଙ୍କ ପେଟରେ ସିଧା ନାତ ମରାଯାଇଥିବା ଅଭିଯୋଗ ବି ହୋଇଛି। ୨୦ ବର୍ଷରୁ ଅଧିକ ସମୟ ଧରି ବେପାର କରୁଥିଲେ ବି ଏବେ ଏମିତି କଣ ହେଲା ଯେ, ଏଭଳି ଶକ୍ତ କାର୍ଯ୍ୟାନୁଷ୍ଠାନ ହେଲା, ତାକୁ ନେଇ ଉଠିଛି ପ୍ରଶ୍ନ ଉଚ୍ଛେଦ ବେଳେ ବିଏମସି ହାଇକୋର୍ଟଙ୍କ ନିର୍ଦେଶକୁ ବି ବେଖାତିର କରିଥିବା ଅଭିଯୋଗ ଆଣିଛନ୍ତି କିଶୋରଙ୍କ ଓକିଲ।ସେପଟେ ତାଗିଦ ତାଗିଦ ସତ୍ତ୍ୱେ ହୋଟେଲ ଖୋଲାଯାଇଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି ସିଟି ହେଲଥ ଅଫିସର।

ସେପଟେ ରାଜଧାନୀର ପ୍ରସିଦ୍ଧ କିଶୋର ମଟନ ଦୋକାନ ଉପରେ ବୁଲଡୋଡର ଚଢିଯିବା ପରେ ଗତକାଲି ଭଳି ଆଜି ନିରାଶ ହୋଇଛନ୍ତି। ବହୁ ଗ୍ରାହକ ମଧ୍ୟାନ୍ନ ଭୋଜନ ସମୟରେ ହୋଟେଲ ନିକଟକୁ ଆସିବା ପରେ ମନ ଦୁଃଖରେ ଫେରିଛନ୍ତି। ସେମାନଙ୍କ ଅଭିଯୋଗ, ଭୁବନେଶ୍ୱରରେ କିଶୋରଙ୍କ ଭଳି ଶହ ଶହ ହୋଟେଲ ମାଲିକ ନିୟମକୁ ଫୁ କରି ବେପାର କରୁଛନ୍ତି। ତେବେ ବିଏମସିକୁ ଖାଲି କିଶୋର ଦୋକାନ କାହିଁକି ଦେଖାଗଲା, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମଟନ ପ୍ରିୟ ଗ୍ରାହକ।

Advertisment

ରାସ୍ତାକଡର ଠୋଲାଗାଡି ଲାଇସେନସ ଧରି ହୋଟେଲ ବ୍ୟବସାୟ ଚଳାଥିବା କିଶୋରଙ୍କ ପରେ ଏବେ ଏଭଳି ବେଆଇନ୍ କାରବାର କରୁଥିବା କାହାର ପାଳି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ରିପୋର୍ଟ: ଆଲୋକ ମହାନ୍ତି, ଭୁବନେଶ୍ୱର

BMC Kishore Mutton Hotel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ