• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita


ଦିନକୁ ଦିନ ବଢୁଛି କିଡିନୀ ରୋଗୀଙ୍କ ସଂଖ୍ୟା । କିଡନୀ ରୋଗରେ ପଡି କିଏ ଆରପାରିକି ଚାଲି ଯାଇଥିବା ବେଳେ କିଏ ଖଟିଆରେ ପଡି ଜୀବନ ସହ କରୁଛି ସଂଘର୍ଷ। । ରୋଗର ଚିକିତ୍ସା କରିବେ କଣ ଲୋକଙ୍କ ଗରିବି ସମସ୍ୟା ରୋଗକୁ ଦୁଇଗୁଣିତ କରୁୁଛି । ପିଇବା ପାଣିରୁ ରୋଗ ହେଉଥିବାରୁ ଚିନ୍ତାରେ ଲୋକେ । ରେଢାଖୋଲ ବ୍ଲକର ବିଭିନ୍ନ ଗାଁରେ ଏବେ କିଡିନୀ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି, ଏପଟେ ପ୍ରଶାସନର ସ୍ଥାଣୁତା ସମସ୍ୟାକୁ ଅଧିକ  ବଢ଼ାଇ ଦେଉଛି । 

ଯୌବନରେ ବୃଦ୍ଧ ଅବସ୍ଥା । କିଛି ବୁଝିବା ଆଗରୁ ଆକ୍ରାନ୍ତ କଲାଣି କିଡିନୀ ରୋଗ । ଗାଁରୁ ଗାଁ,ଏଘରୁ ସେଘର ମାଡିଲା ଭଳି ଆକ୍ରାନ୍ତ କରୁଛି ରୋଗ । ରେଢାଖୋଲ ବ୍ଲକର ବଂଶାଜାଲ ପଚାଂୟତର ହେଲେଇ ଗାଁରେ କିଡନୀ ରୋଗ ପାଇଁ ହନ୍ତସନ୍ତ ହେଲେଣି ଲୋକେ । ଏହିଗାଁରେ ଏବେ ୬ଜଣ କିଡିନି ରୋଗରେ ଆକ୍ରାନ୍ତ ହୋଇ ପଡିଛନ୍ତି, ଆଉ ରୋଗରେ ମଲେଣି ୫ଜଣ । 

କିଏ ଖଟରେ ଶୋଇ ରହିଛି ତ, ଆଉ କିଏ ବାଡି ଧରି ନଇଁ ନଇଁ ଚାଲୁଛି ।  ଗାଁରେ ଥିବା ୪ଟି ନଳକୂଅରୁ ଗୋଟିଏ ବି ପିଇବା ଉପେଯାଗୀ ନୁହେଁ । କେଉଁଠି ଲାଲ ତ, କେଉଁଠି ଲୁହା କଳଙ୍କି ଗୁଣ୍ଡ ବାହାରୁଛି ପାଣିରେ । ସେହି ପାଣି ହିଁ ଜୀବନ ଏବେ ସାରା ଗାଁରେ । ଗରିବୀବ ହେତୁ ବଡ଼ ମେଡିକାଲାରେ ରୋଗ ଦେଖାଇବା ସମ୍ଭବପର ହୋଇପାରୁନି କି ଔଷଧ କିଣି ଖାଇପାରୁଛନ୍ତି ବୋଲି ରୋଗୀ ଓ ସମ୍ପର୍କୀୟ କୁହନ୍ତି । 

ରେଢାଖୋଲ ବ୍ଲକର ତ୍ରୀବଣପୁର ପଚାଂୟତ ଭେଜିଡିହି, ବଂଶାଜାଲ ପଚାଂୟତର ହେଲେଇ, ମୂଷାକଟା, କଦଳୀଗଡ ପଚାଂୟତର ତନ୍ତଗାର୍ଡ ଏସବୁ ଗାଁରେ କିଡିନି ରୋଗୀ ସଂଖ୍ୟା ବଡୁଛି । ପ୍ରଶାସନ ପକ୍ଷରୁ ରୋଗୀ ଚିହ୍ନଟ ଚିକିତ୍ସା ବ୍ୟବସ୍ଥା କରାଯାଇନଥିବା ବେଳେ ଲୋକେ କେବଳ ପ୍ରଶାସନର  ଭରସାରେ ହିଁ  ରହିଛନ୍ତି । ଦୀର୍ଘ ଦୁଇ ବର୍ଷ ହେଲାଣି ଧିରେ ଧିରେ ରୋଗ ଜଣକୁ ପରେ ଜଣେ ହେଉଥିବାରୁ ଲୋକେ ଏବେ ଭୟଭୀତ ହୋଇ ପଡିଛନ୍ତି । ସବୁକିଛି ଠିକ୍‌ଠାକ ଥିବାବେଳେ ହଠାତ ଦେହ ଅସୁସ୍ଥ ହୋଇ ଦୁର୍ବଳ ହୋଇପଢୁଛନ୍ତି ।

୩୫ ବର୍ଷ ବୟସରୁ ରୋଗମାଡି ବସୁଛି । କରୋନା ପାଇଁ ରୋଜଗାର ବନ୍ଦ ହେତୁ ଯେତିକି ଔଷଧ କିଣି ଖାଇବା କଥା ତାଠୁ ଅଧା କିଣି ଖାଉଛନ୍ତି ରୋଗୀ । ସବୁଠୁ ବଡକଥା ଏପର୍ଯ୍ୟନ୍ତ ଚିକିତ୍ସା ବ୍ୟବସ୍ଥା ଗାଁରେ କରାଯାଇନି ।  ରେଢାଖୋଲ ପ୍ରଶାସନ ପକ୍ଷରୁ ଗାଁରେ ଚିକିତ୍ସା ନହେବାରୁ ଗାଁ ଲୋକେ ବି ଭୟରେ ରହୁଛନ୍ତି । ଖୁବ ଶିଘ୍ର ମେଡିକାଲ ଟିମ ପଠା ଯାଇ ଏସବୁ ଗାଁରେ ଚିକିତ୍ସା ଆରମ୍ଭ କରାଯିବ ବୋଲି ରେଢାଖୋଲ ଉପଜିଲ୍ଲାପାଳ କହିଛନ୍ତି ।
ରମାକନ୍ତ ମହାନନ୍ଦ, ରେଢାଖୋଲ ପ୍ରତିନିଧି