Advertisment

ହୃଦୟ ଜିତିଲା କୁନି ଛୁଆଙ୍କ ନିଆରା ପ୍ରତିଭା

କୁନି ପିଲାଙ୍କ ନଟଖଟି ତ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ଯେତେବେଳେ ସେମାନଙ୍କ ପ୍ରତିଭାକୁ କିଏ ଦେଖେ ସେ ପ୍ରଶଂସା ନ କରି ରହିପାରେନା। ଏବେ ଏମିତି ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

author-image
Pramod Behera
ଅଦ୍ୟତନ ହୋଇଛି
Kid shows singing video goes viral on social media

Kid shows singing video goes viral on social media

ଛୋଟ ପିଲାମାନଙ୍କୁ କିଏ ବା ପସନ୍ଦ ନ କରେ। ବିଶେଷ କରି ସେମାନଙ୍କ ନଟଖଟିପଣ ପ୍ରାୟ ସମସ୍ତଙ୍କୁ ଭଲ ଲାଗେ। ଛୋଟ ଛୁଆମାନେ ଏତେ କୌତୁକିଆ ହୋଇଥାନ୍ତି ଯେ ଯାହା ସମସ୍ତଙ୍କ ହୃଦୟକୁ ଜିତି ନେଇଥାନ୍ତି। ଯେତେବେଳେ ଏହି କୁନି ଛୁଆମାନେ ଚିନ୍ତା ବାହାରେ ସେମାନଙ୍କର ଦକ୍ଷତା ଦେଖାନ୍ତି, କେଡେ କେଡେ ଲୋକଙ୍କର ବି ହୋସ୍ ଉଡ଼ିଯାଏ।

Advertisment

ଆଜିକାଲି ସୋସିଆଲ ମିଡିଆରେ ଏତିମି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତିନିଜଣ ଛୋଟ ଛୁଆ ସେମାନଙ୍କ ଅଜବ ପ୍ରତିଭା ଦେଖଉଛନ୍ତି। ପିଲାମାନେ ବି କୌଣସି ଗୁଣରେ କମ ନୁହେଁ ସେମାନଙ୍କର ଏହି ଚମତ୍କାର ଭିଡିଓ ପ୍ରମାଣିତ କରୁଛି। ଏହି ଭିଡିଓ ଦେଖିଲା ପରେ ଆପଣ ମଧ୍ୟ ପିଲାମାନଙ୍କୁ ପ୍ରଶଂସା ନ କରି ରହି ପାରିବେ ନାହିଁ।

ଏହି ଭାଇରାଲ୍ ଭିଡିଓରେ ତିନୋଟି ଛୋଟ ପିଲାଙ୍କୁ ଦେଖିବାକୁ ମିଳେ। ସେମାନଙ୍କ ମଧ୍ୟରୁ ଗୋଟିଏ ପିଲା ହାତରେ ବାଡ଼ି ଧରିଛି। ସେ ବାଡିକୁ ଗିଟାର ଭାବେ ବ୍ୟବହାର କରୁଥିବା ଦେଖାଯାଏ। ତିନି ଜଣଯାକ ପିଲା ଏକାସାଙ୍ଗରେ ଗୋଟିଏ ଗୀତକୁ ଗାଉଛନ୍ତି। ମଝିରେ ମଝିରେ ଦେଖାଯାଏ ଯେ ହାତରେ ବାଡ଼ି ଧରିଥିବା ପିଲାଟି ବେଶ ଉତ୍ସାହିତ ହୋଇ ଗିଟାର ବଜଉଛି।

Advertisment

ଏହା ସହିତ, ଏହି ପିଲାଟିର ଉଭୟ ପାର୍ଶ୍ୱରେ ଠିଆ ହୋଇଥିବା ପିଲାମାନେ ଗିଟାର ବଜାଇବା ଭଳି ସେମାନଙ୍କ ଖାଲି ହାତକୁ ଅଭିନୟ କରୁଛନ୍ତି। ତେବେ ଏଥିରେ ଥିବା ମଝି ପିଲାଟି ହିଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ତା’ର ଏହି ଅଭିନୟ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ତାକୁ ଦେଖିଲେ ଲାଗୁଛି ସେ ସତେଯେପରି ଜଣେ ବଡ ଗାୟକ ପରି ଗୀତରେ ବୁଡି ଯାଇଛି।

ଏହି ଗୀତଟି ଗାଇବାବେଳେ ତିନିଜଣଯାକ ପିଲା ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଏହି ଭିଡିଓକୁ ଆଇଏଏସ୍ ଅଧିକାରୀ ଡକ୍ଟର ଏମ.ଭି ରାଓ ତାଙ୍କ ଟ୍ୱିଟରରେ ଶେୟାର କରିଛନ୍ତି। ଖବର ଲେଖାହେବା ଭିତରେ ଏହି ଭିଡିଓକୁ ୫ ହଜାରରୁ ଅଧିକ ଲୋକ ଦେଖିସାରିଥିଲେ। ଭିଡିଓ ଉପରେ ପ୍ରତିକ୍ରିୟା ଦେଇ ଜଣେ ବ୍ୟକ୍ତି କହିଛନ୍ତି ‘ବାଃ ଚମତ୍କାର’ ବୋଲି କହିଛନ୍ତି। ଅନ୍ୟପକ୍ଷରେ, ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଲେଖିଛନ୍ତି ଯେ 'ଏହି ପିଲାମାନଙ୍କର କୌଶଳ ପ୍ରକୃତରେ ଆଶ୍ଚର୍ଯ୍ୟଜନକ'। କିଛି ଲୋକ ଏହି ଭିଡିଓକୁ ବହୁତ ସୁନ୍ଦର ବୋଲି କହୁଥିବାବେଳେ କେତେକ ପିଲାଙ୍କ ଏହି ନିଆରା ପ୍ରତିଭାକୁ ପ୍ରଶଂସା କରୁଛନ୍ତି।

Viral Video
Advertisment
Advertisment