Advertisment

କ୍ରିଷ୍ଣା ଭାଇର ବେକକୁ ସମସ୍ତେ ମାଡିବସିଲେ। ଆଉ ତାପରେ...

ଇଚ୍ଛା ନଥିଲେ ବି ସତେ ଯେମିତି କ୍ୟାମେରା ଆଗରେ କହିବାକୁ ବାଧ୍ୟ କରିଛି ଜଣେ ପ୍ରତ୍ୟକ୍ଷଦର୍ଶୀ ସମ୍ପର୍କୀୟଙ୍କୁ।

ଅଦ୍ୟତନ ହୋଇଛି
Kharasrota Mishap

Kharasrota Mishap

Advertisment

ଗୋଟିଏ ବଂଶ, ଗୋଟିଏ ଦିନ, ପୁଣି ଗୋଟିଏ ନଈର ଘାଟ। ସତେ ଯେମିତି ଛଅ ଛଅଟି ଜୀବନ ନେବାକୁ ଛକି ବସିଥିଲା। ଯାଜପୁର ବଡ଼ସୁଆର ଗାଁ ପାଖ ଖରସ୍ରୋତାର ଏଇ ମଙ୍ଗଳା ଘାଟ ଆଜି ସକାଳେ ମିଳିଥିଲା କ୍ରିଷ୍ଣା, ଆଉ ଅପରାହ୍ନରେ ମିଳିଲା କରନ୍ ଜେନାଙ୍କ ମୃତଦେହ। ଗତକାଲି ମୃତାବସ୍ଥାରେ ଉଦ୍ଧାର ହୋଇଥିଲେ। ଯାଜପୁର ଟାଉନର ୨୧ ବର୍ଷିୟ ସମ୍ବିତ ଜେନା ଓ ବନ୍ଧମୁଣ୍ଡାର ୧୬ ବର୍ଷିୟ ଶୁଭମ୍ ଜେନା ବେଦନାର କଥା, ସମସ୍ତ ମୃତ ଓ ନିଖୋଜମାନେ ଏହି ଗାଁର ଜେନା ବଂଶର। ଏ ଅକାଳ ମୃତ୍ୟୁର ଅଦରକାରୀ କାହାଣୀକୁ ବଖାଣିବାକୁ ଇଚ୍ଛା ନଥିଲେ ବି ସତେ ଯେମିତି କ୍ୟାମେରା ଆଗରେ କହିବାକୁ ବାଧ୍ୟ କରିଛି ଜଣେ ପ୍ରତ୍ୟକ୍ଷଦର୍ଶୀ ସମ୍ପର୍କୀୟଙ୍କୁ। ଯିଏକି ନିଜେ କୂଳ ଉପରେ ଥାଇ ସବୁ ଦେଖୁଥିଲେ।

Advertisment

ଏନେଇ ପ୍ରତ୍ୟକ୍ଷଦର୍ଶୀ ପରେଶ ଜେନା କହିଛନ୍ତି ଯେ ''ଆମେ ହୋଲି ଖେଳିସାରିବା ପରେ ନଦୀକୁ ଗାଧୋଇବା ପାଇଁ ୮-୯ଜଣ ଗଲୁ। ନଦୀକୂଳରେ ଗାଧୋଇବା ସମୟରେ ରାହୁଲ ଭାଇ ଭିତରକୁ ପଶିଗଲେ। ତାଙ୍କୁ ବଞ୍ଚାଇବାକୁ ବିଶ୍ୱଜିତ ଭାଇ ଯାଇଥିଲା କିନ୍ତୁ ସେ ଯିବା ସମୟରେ ମୁଁ ମନାକରିଥିଲି। ହେଲେ ମୋତେ ଘରକୁ ଚାଲିଯିବା ପାଇଁ କହିଥିଲେ। ସେ ମଧ୍ୟ ବୁଡିଗଲେ।

ଏମିତି ଜଣକ ପରେ ଜଣେ ଚାଲିଗଲେ। ଶେଷରେ କ୍ରିଷ୍ଣା ଭାଇ ୨ଜଣଙ୍କୁ କୂଳକୁ ଆଣିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ୧୦୦ ମିଟର ଆସିବା ପରେ ଅନ୍ୟ ୨ ଜଣ ତାଙ୍କୁ ମାଡିବସିଲେ। ଆଉ ଥଳକୂଳ ପାଇଲେନି ବୁଡିଗଲା। ସେଠାରେ ଉପସ୍ଥିତ ଥିବା ଦୁଇ ଜଣ ଲୋକଙ୍କ ପାଖରେ ବଡ଼ ଓ ଛୋଟ ଦଉଡ଼ି ଥିଲା। କିନ୍ତୁ ସେ ଛୋଟ ଦଉଡ଼ି ପକାଇବାରୁ ଦୂର ପର୍ଯ୍ୟନ୍ତ ଯାଇପାରିଲା ନାହିଁ। ଆମେ ଯେତେ ଗୋଡ଼ ଧରିଲୁ ସେମାନେ ବଡ଼ ଦଉଡି ପକାଇଲେନି। ପରେ ସେମାନେ ବୁଡିଗଲେ।'' 

Advertisment
Drowning Case In Jajpur Kharasrota River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ