• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦେଶରେ ବ୍ୟାପିଲାଣି ମଙ୍କିପକ୍ସ । କେରଳରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ । ଖବରପାଇ ସ୍ଥାନୀୟ ପ୍ରଶାସନ ତାଙ୍କୁ ଆଇସୋଲେସନ୍‌ରେ ରଖିଛି ।ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ସଂଗ୍ରହ କରାଯାଉଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଏହି ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଏଯାବତ୍ ୭ ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେଲେଣି । ପୂର୍ବରୁ କେରଳରେ ୩ ଜଣ ଓ ଦିଲ୍ଲୀରେ ୨ ଏବଂ ରାଜସ୍ଥାନରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ସେହିଭଳି ରାଜଧାନୀ ଦିଲ୍ଲୀରେ ମଧ୍ୟ ମଙ୍ଗଳବାର ମଙ୍କିପକ୍ସର ଦ୍ୱିତୀୟ ମାମଲା ସାମ୍ନାକୁ ଆସିଛି । ସମ୍ପୃକ୍ତ ଯୁବକଙ୍କୁ ୫ ଦିନ ଧରି ଜ୍ୱର ହୋଇଥିବା ବେଳେ ତାଙ୍କ ଦେହରେ ଫୋଟକା ଦେଖିବାକୁ ମିଳିଥିଲା । ଯାହା ପରେ ପୁନେସ୍ଥିତ ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍ ଭାଇରୋଲୋଜିକୁ ପରୀକ୍ଷା ପାଇଁ ତାଙ୍କ ନମୁନା ପଠାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ୍ ଆସିଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଧିରେ ଧିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବାରେ ଲାଗିଛି ।

ଅନ୍ୟପଟେ, ଦେଶରେ ପ୍ରଥମ ଥର ପାଇଁ ଜଣେ ମଙ୍କିପକ୍ସ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଯୁବକ ଜଣକ କେରଳ ତ୍ରିଶୂରରେ ନିଜ ପ୍ରାଣ ହରାଇଛନ୍ତି । ୨୨ ବର୍ଷୀୟ ଏହି ଯୁବକ ଜଣକ ଗତ ଜୁଲାଇ ମାସ ୨୨ ତାରିଖରେ ୟୁଏଇରୁ ଫେରିଥିଲେ । ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ଜୁଲାଇ ମାସ ୨୬ ତାରିଖ ଦିନ ତାଙ୍କୁ ଜ୍ୱର ହେବା ସହ ଦେହ ସାରା ନାଲି ଫୋଟକା ହେବା ଭଳି ଲକ୍ଷଣ ଦେଖିଯାଇଥିଲା । ସମ୍ପୃକ୍ତ ଯୁବକଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନ୍ୟ ଏକ ହସ୍ପିଟାଲ୍‌ରେ ଲାଇଫ୍ ସପୋର୍ଟରେ ରଖାଯାଇଥିଲା । ଗତ ଜୁଲାଇ ମାସ ୩୧ ତାରିଖ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଛି ।