Advertisment

ଗିନିଜ୍ ୱାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଲା କେନ୍ଦୁଝରର ରଥ

ସବୁଠାରୁ ବଡ କଥା ଏହି ରଥଟି ଯାତ୍ରା ପରେ ଖୋଲାଯାଏନାହିଁ ।

ଅଦ୍ୟତନ ହୋଇଛି
genius book of world record

genius book of world record

Advertisment
କେନ୍ଦୁଝରର ରଥ ବିଶ୍ୱର ସବୁଠାରୁ ଉଚ୍ଚ ରଥର ମାନ୍ୟତା ଲାଭ। ଗିନିଜ୍ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଲା କେନ୍ଦୁଝରର ରଥ। ଗିନିଜ୍ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇବା ନେଇ ଏକ ସ୍ୱତନ୍ତ୍ର ସମାରୋହରେ ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି। କେନ୍ଦୁଝରର କାଠ ନିର୍ମିତ ନନ୍ଦିଘୋଷ ରଥର ଉଚ୍ଚତା ୭୨ ଫୁଟ।୪ଶହ ବର୍ଷ ରୁ ଅଧିକ ପୁରୁଣା ଏହି ରଥଯାତ୍ରା ପାଇଁ କେନ୍ଦୁଝର ଓ ଆଖପାଖ ଅଂଚଳର ଲକ୍ଷାଧିକ ଭକ୍ତ ଅନାଇବସିଥାନ୍ତି। ଏହି ରଥକୁ ବିଶ୍ୱର ସର୍ବବୃହତ ରଥ ଭାବେ ଜାତୀୟ ଏବଂ ଆର୍ନ୍ତଜାତୀୟ ସ୍ତରର ୫ଟି ସଂସ୍ଥା ସ୍ୱୀକୃତି ପ୍ରଦାନ କରିଛନ୍ତି । ଆଦିବାସୀ ପରମ୍ପରାରେ ହେଉଥିବା ଏହି ରଥଯାତ୍ରା ଦେଖିବାକୁ ପ୍ରବଳ ଜନସମାଗମ ହୋଇଥାଏ ।
Advertisment

୭୨ଫୁଟ ଉଚ୍ଚତାର ଏହି କାଠରଥର ଓସାର ଓ ପ୍ରସ୍ତ ୪୫ ଫୁଟ । ଏଥିରେ ରହିଛି ୧୬ଟି ଚକା । ବିଶ୍ବର ସର୍ବବୃହତ ଜଗନ୍ନାଥ ରଥଭାବେ ଗ୍ଲୋବାଲ ରେର୍କଡସ, ଏସିଆ ପାସିଫିକ ରେର୍କଡ, ଇଣ୍ଡିଆ ନେସନାଲ ରେକର୍ଡ, ଇଣ୍ଡିଆ ବ୍ଳକ ଅଫ ରେକର୍ଡ ଏବଂ ୱାନଣ୍ଡର ବୁକ ଅଫ ରେର୍କଡ ବହିରେ ଏହା ସ୍ଥାନ ପାଇଛି। କେନ୍ଦୁଝର ବଳଦେବଜିଉ ମନ୍ଦିରର ମୁଖ୍ୟ ଦେବତା ପ୍ରଭୁ ବଳଭଦ୍ର ହୋଇଥିଲେବି ଏହି ରଥର ନାମ ନନ୍ଦିଘୋଷ ଦିଆଯାଇଛି।

genius book of world recordgenius book of world record

ଏହି ରଥଯାତ୍ରା ସମ୍ପୂର୍ଣ୍ଣ ଆଦିବାସୀ ପରମ୍ପରା ଅନୁଯାୟୀ କରାଯାଉଥିବାବେଳେ ରଥ ଟାଣିବାକୁ ବ୍ୟବହୃତ ହେଉଥିବା ଦଉଡିକୁ ଆଦିବାସୀ ସଂପ୍ରଦାୟର ଭୂୟାଁମାନେ ପ୍ରସ୍ତୁତ କରିଥାନ୍ତି। ସିଆଡି ଲତାରେ ଏହି ଦଉଡି ପ୍ରସ୍ତୁତ ହୋଇଥାଏ। ଗତ ଅକ୍ଷୟ ତୃତିୟାରୁ ରଥକାର୍ଯ୍ୟ ଆରମ୍ଭ ହୋଇଛି। ରଥ କାର୍ଯ୍ୟରେ ୨୦ରୁ ଊର୍ଦ୍ଧ୍ୱ ମହାରଣା ଏବଂ ଶ୍ରମିକ ନିୟୋଜିତ ହୋଇ ଏହାକୁ ପ୍ରସ୍ତୁତ କରିଛନ୍ତି।

Advertisment

ସବୁଠାରୁ ବଡ କଥା ଏହି ରଥଟି ଯାତ୍ରା ପରେ ଖୋଲାଯାଏନାହିଁ । ଏହା ସେହିପରି ବଡଦାଣ୍ଡରେ ଦଣ୍ଡାୟମାନ ହୋଇଥାଏ। ଆଜି ମନ୍ଦିର ସୌନ୍ଦର୍ଯ୍ୟକରଣର ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଏହା ଘୋଷଣା କରିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ। ସାଙ୍ଗରେ କେନ୍ଦୁଝରର ରାଜା ଓ ଅନ୍ୟମାନେ ଏଠାରେ ଉପସ୍ଥିତ ଥିଲେ ।

ରିପୋର୍ଟ: ପ୍ରଣୟ କୁମାର ପାଣି

Genius Book Of World Record Keonjhar Rath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ