Advertisment

କେଜରିଓ୍ୱାଲଙ୍କ ଖଲିସ୍ତାନ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ପୂରଣ ହେବନି: ଵୈଜୟନ୍ତ

କେଜରିଓ୍ୱାଲଙ୍କ ଦେଶ ବିରୋଧୀ ଚିନ୍ତାଧାରାକୁ ବରଦାସ୍ତ କରାଯିବନି।

 Baijayant Panda statement on CM Kejriwal

Baijayant Panda statement on CM Kejriwal

Advertisment

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ବିରୋଧରେ ବିଜେପିର ବିରାଟ ସମାବେଶ। ଲାଲକିଲ୍ଲା ସମୁଖରେ ଗର୍ଜ୍ଜିଛନ୍ତି ଦିଲ୍ଲୀ ମହିଳା ବିଜେପି ମୋର୍ଚ୍ଚାର ୧୦ ହଜାରରୁ ଅଧିକ କର୍ମୀ। କେଜରିଓ୍ୱାଲଙ୍କ ଦେଶ ବିରୋଧୀ ଚିନ୍ତାଧାରାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛି ମୋର୍ଚ୍ଚା।

Advertisment

ଆଜିର ସମାବେଶରେ ଯୋଗଦେଇ ଦିଲ୍ଲୀ ପ୍ରଭାରୀ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କେଜରିଓ୍ୱାଲଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି। ଦେଶ ଓ ପଂଜାବ ଥରେ ବିଭାଜନ ହୋଇଛି। ଆଉ ଥରେ ବିଭାଜନ ସହିତ କେଜରିଓ୍ୱାଲଙ୍କ ଖଲିସ୍ତାନ ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନକୁ ପୂରଣ ହେବାକୁ ଦିଆଯିବ ନାହିଁ। କେଜରିଓ୍ୱାଲଙ୍କ ମଦନୀତିକୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି ବୈଜୟନ୍ତ ପଣ୍ଡା। 

ଆଗରୁ କେଜରିଓ୍ୱାଲଙ୍କ ଘନିଷ୍ଠ ଥିବା ପୂର୍ବତନ ଆପ୍ ନେତା କୁମାର ବିଶ୍ୱାସ କିଛି ଦିନ ତଳେ କହିଥିଲେ ଯେ, ଅଲଗା ପଂଜାବ ଦେଶର ପ୍ରଧାନମନ୍ତ୍ରୀ ହେବାର ଅଭିଳାଷ କେଜରିଓ୍ୱାଲଙ୍କର ଅଛି। ଏହାକୁ ପ୍ରସଙ୍ଗ କରି ଦିଲ୍ଲୀ ବିଜେପି ଆଜି ବିରାଟ ସମାବେଶ କରିଥିଲା। 

Advertisment
Baijayant Panda Arvind Kejriwal BJP Rally
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ